ଢେ଼ଙ୍କାନାଳ(ମ ସୀ ହା) ରାଜ୍ୟ ରେ ଅତାବିରା ଓ ହିନ୍ଦୋଳ ଏନ୍ ଏ ସି ନିର୍ବାଚନ ପାଇଁ ସବୁଠି ଚର୍ଚ୍ଚା l ଏହି ପରିପ୍ରେକ୍ଷୀରେ ହିନ୍ଦୋଳ ଏନ୍ ଏ ସି କାଉଁସିଲର ପ୍ରାର୍ଥୀନୀ ଶ୍ରୀମତୀ ସୁମତୀ ଦେହୁରୀ ଓ ଚେୟାରମ୍ୟାନ ପ୍ରାର୍ଥୀ କେଶବ ଚନ୍ଦ୍ର ପ୍ରଧାନ ଙ୍କ ପାଇଁ ବିଧାୟିକା ସୀମା ନାୟକ, ସଦର ବିଧାୟକ ସୁଧୀର କୁମାର ସାମଲ ସମେତ ବିଜୁ ମହିଳା ଜନତା ଦଳ ର ରାଜ୍ୟ ସାଧାରଣ ସମ୍ପାଦିକା ଶ୍ରୀମତୀ ନମିତା ନାୟକ ଓ ପାଲହରା ବିଧାୟକ ଶ୍ରୀଯୁକ୍ତ ମୁକେଶ କୁମାର ପାଳ, ସସ୍ମିତା ରାଣୀ ନାୟକ , ସସ୍ମିତା ମହାନ୍ତି ସମସ୍ତେ ଯୋଗ ଦାନ କରି ଚଉଦ ନଂ ୱାର୍ଡ ରେ ଘରକୁ ଘର ବୁଲି ବିଜେଡି ପ୍ରଚାରରେ ସାମିଲ ହୋଇଥିଲେ l
ସବୁଠି ଜୟ ବିଜେଡି ଜୟ ନବୀନ ଜୟ ଶଙ୍ଖ କହି ଦଳୀୟ କର୍ମୀ ମାନେ ଉତ୍ସାହ ର ସହ ନିର୍ବାଚନ ବୈତରଣୀ ପାର ହେବା ପାଇଁ ତତ୍ପର ହୋଇଛନ୍ତି l
ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍