Uncategorizedଚିତ୍ରା ରାଣୀ ପାତ୍ର ଙ୍କ କବିତା = ଦୁଷ୍ଟ ଚନ୍ଦ୍ର by Sunil Chandra NayakMarch 30, 2023March 30, 2023043 Share0 ।। ଦୁଷ୍ଟ ଚନ୍ଦ୍ର ।। ତୁମେ ମୋ’ ନାୟକ ଦୁଷ୍ଟ ଚନ୍ଦ୍ର ଆଗୋ ଛପିଯାଅ ଅଧାଦିନ, ପୂ ନେଇଁ ରାତିଟା ଦିଅ ଖାଲି ମୋତେ ଢାଳ ଜୋଛନା କିରଣ।। ସେ କିରଣେ ଯେବେ ଭିଜି ଯାଏମୁଁ ଯେ ତୁମକୁ ସାଥିରେ ନେଇ, ଆକାଶରେ ଯେତେ ତାରା ଫୁଲ ଅଛି ଦିଅନ୍ତି ଶେଯ ବିଛାଇ।। ଫୁଲର ଝୁଲାରେ ଝୁଲୁଥାଏ ଯେବେ ଗଜରା ମହକି ଯାଏ, ମହକିତ ହୁଏ ତନୁ ମନ ସବୁ ସାଥିରେ ତୁମକୁ ପାଏ।। କୁଆଡେ ଯାଅହେ ଛାଡ଼ି ଦେଇ ମୋତେ ଲୁଚକି ଅନ୍ୟର ସାଥେ, ଅଧା ମୁହଁ ଦେଖେ କେବେ କେବେ ପୁଣି ଦ୍ଵିତୀୟା ରୂପବି ଦେଖେ।। ଭାରି ଦୁଃଖ ଲାଗେ ମନରେ ମୋହର ଯେବେ ଅମାବାସ୍ୟା ଆସେ, ଅନ୍ଧାରୀ ମୂଲକ ଜାଳି ଦିଏ ମୋତେ ମନକୁ ଶୁଖାଇ ବସେ।। ଆଉ ଯିବନିଗୋ ପଣ କର ତୁମେ ଏକାକିନୀ ମୋତେ ଛାଡ଼ି, ରହିଥିବ ପାଶେ ଗଳା ହାର ହୋଇ ଧରିଥିବି ମୁଁ ଯେ ଭିଡ଼ି।। ।। ଚିତ୍ରା ରାଣୀ ପାତ୍ର ।। ।। ବାଲେଶ୍ଵର।।