ନୂଆପଡା ଜିଲ୍ଲା ପ୍ରମୁଖ ସହର ଖଡ଼ିଆଳ ଠାରେ ଖଡ଼ିଆଳ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଅବସ୍ଥିତ। ସମିତି ଅଧ୍ୟକ୍ଷ ପଦ ଅଣ-ସଂରକ୍ଷିତ ମହିଳା ପାଇଁ ସ୍ଥାନ ସଂରକ୍ଷିତ ରହିଅଛି। ୨୬ ଗୋଟି ଗ୍ରାମପଂଚୟତ କୁ ନେଇ ସମିତି ଗଠିତ ହୋଇଥିବା ବେଳେ ୧୪ ଜଣ ସମିତିଙ୍କ ସମର୍ଥନ ଦ୍ବାରା ବ୍ଲକ ଅଧ୍ୟକ୍ଷ ପଦ ରେ ପ୍ରାର୍ଥୀ ନିର୍ବାଚିତ ହେବେ। ଚଳିତ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ୨୫ ସମିତି ନିର୍ବାଚନ ହୋଇଥିଲା। ଅରେଡା ସମିତି ସଭ୍ୟ ନିର୍ବାଚନ ସ୍ଥଗୀତ ରହିଅଛି। ସମିତି ଅଧ୍ୟକ୍ଷ ପାଇଁ ଦୁଇ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ରଣନୀତି ପ୍ରସ୍ତୁତ ହେଉଥିବା ଜଣାପଡିଅଛି। ଖଡ଼ିଆଳ ବ୍ଲକ ଲାଞ୍ଜି ସମିତି ସଭ୍ୟ ପୁଷ୍ପାଞ୍ଜଳି ନନ୍ଦ ନିର୍ନ୍ଦ୍ଵନ୍ଦ୍ଵରେ ବିଜୟୀ ହୋଇଛନ୍ତି। ସେହିପରି ଚିନ୍ଦାଗୁଡା ସମିତି ସଭ୍ୟ କିରଣ ଜୟପୁରିଆ ମଧ୍ୟ ଖଡ଼ିଆଳ ବ୍ଲକ ଅଧ୍ୟକ୍ଷ ରୂପେ ପ୍ରତୀନ୍ଦ୍ବନ୍ଦିତା କରିବା ପାଇଁ ରଣନୀତି ପ୍ରସ୍ତୁତ କରିଛନ୍ତି। ତାଙ୍କ ସପକ୍ଷରେ ମଧ୍ୟ ସମିତି ସଭ୍ୟ ସଭ୍ୟାଙ୍କ ସମର୍ଥନ ରହିଅଛି। ସେମାନେ ନିଜ ସମର୍ଥନ ନେଇ ମୁଲଚାଳ ରଣନୀତି କରୁଥିବା ଅନୁମାନ କରାଯାଏ। ଆସନ୍ତା ୧୨ ତାରିଖରେ ସ୍ଥିତି ସ୍ପଷ୍ଟ ହେବା।ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ