ତଦାରଖ କଲେ ୫ଟି ଅନ୍ତର୍ଗତ ଚାଲିଥିବା ହାଇସ୍କୁଲ ରୁପାନ୍ତରଣ କାର୍ଯ୍ୟ
କେସିଙ୍ଗା,0୪ ୦୨ – କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଳକ ଅନ୍ତର୍ଗତ କାଣ୍ଡେଲ ହାଇସ୍କୁଲକୁ କଳାହାଣ୍ଡି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଲ୍ପ ନିର୍ଦ୍ଦେଶକ ସୋମେଶ କୁମାର ଉପାଧ୍ୟାୟ ପରିଦର୍ଶନ କରିଛନ୍ତି । ଏହି ଅବସରରେ ସେ ଏହି ହାଇସ୍କୁଲରେ ଚାଲିଥିବା ୫ଟି ରୁପାନ୍ତରଣ କାର୍ଯ୍ୟ ଗୁଡିକର ତଦାରଖ ତଥା ସମୀକ୍ଷା କରିଛନ୍ତି । ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଉପାଧ୍ୟାୟ ଏହି ହାଇସ୍କୁଲରେ କରାଯାଉଥିବା ସମସ୍ତ କାର୍ଯ୍ୟ ଗୁଡିକୁ ଉତ୍ତମ ମାନ ଓ ସୈନ୍ଦର୍ଯ୍ୟର ସହ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଶେଷ କରିବା ପାଇଁ ବିଭାଗୀୟ ଯନ୍ତ୍ରୀ ଓ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ସେଣ୍ଟ୍ରାଲ୍ ପ୍ରସେସିଂ ୟୁନିଟ ରେ ଚାଲିଥିବା କାର୍ଯ୍ୟକୁ ମଧ୍ୟ ସେ ବୁଲି ଦେଖିଛନ୍ତି । ପିଡି ଙ୍କ ଏହି ପରିଦର୍ଶନ ବେଳେ କେସିଙ୍ଗା ବ୍ଲକ ଉନ୍ନୟନ ଅଧିକାରୀ ପ୍ରଫୁଲ୍ଲ କୁମାର ଅଡୁ, କେସିଙ୍ଗା ବ୍ଳକ କନିଷ୍ଠ ଯନ୍ତ୍ରୀ ଦିଲ୍ଲିପ କୁମାର ପଟେଲ,କାଣ୍ଡେଲ ଗ୍ରାମପଞ୍ଚାୟତ ସରପଞ୍ଚ ପଙ୍କଜ ଗୌଡ଼, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରମାକାନ୍ତ ଗୌଡ଼, କାଣ୍ଡେଲ ହାଇସ୍କୁଲ ବରିଷ୍ଠ ଶିକ୍ଷକ ରମେଶ ଚନ୍ଦ୍ର ସାହା, ପ୍ରଧାନ ଶିକ୍ଷୟିତ୍ରୀ ନିଳାଞ୍ଜନା କୁଣ୍ଡୁ ଉପସ୍ଥିତ ଥିଲେ । ତେବେ ହାଇସ୍କୁଲ ର ବରିଷ୍ଠ ଶିକ୍ଷକ ରମେଶ ଚନ୍ଦ୍ର ସାହା ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟାଳୟ ନଥିବା ସଂପର୍କରେ ପିଡି ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏ ନେଇ ତୁରନ୍ତ ଏକ ଅନୁଦାନ ର ବ୍ୟବସ୍ଥା କରିବା ନିମନ୍ତେ କେସିଙ୍ଗା ବିଡ଼ିଓ ଶ୍ରୀ ଅଡୁଙ୍କୁ ପିଡି ନିର୍ଦ୍ଦେଶ ଦେଇଛନ୍ତି । ଅତି ଶିଘ୍ର ଏହାର ବ୍ୟବସ୍ଥା କରାଯିବ ବୋଲି କେସିଙ୍ଗା ବିଡ଼ିଓ ପ୍ରକାଶ କରିଥିବା ଜଣାପଡିଛି । ଏଲ କୋଟେଶ୍ୱର ନାଇଡୁ, କେସିଙ୍ଗା