କୋକସରା,୬/୩- କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମୋଟେର ଗାଁରେ ଥିବା ଚମ୍ପେଶ୍ୱର ମହାଦେବଙ୍କ ମନ୍ଦିର ରେ ଆଜି ଭକ୍ତ ମାନଙ୍କ ସୁଅ ଛୁଟିଛି । ଆଜି ସକାଳୁ ଚମ୍ପେଶ୍ୱର ମହାଦେବଙ୍କ ମନ୍ଦିର ଠାରେ ଥିବା ପଥର ରେ ନିର୍ମିତ ଏକ ଛୋଟ ବୃଷଭ ପାଣି ପିଉଥିବା ନେଇ ଚର୍ଚ୍ଚା ହୋଇଥିଲା । ପରେ ମହାଦେବ ଙ୍କ ପ୍ରତି ଲୋକଙ୍କ ଆସ୍ଥା ଓ ବିଶ୍ୱାସ ବଢି ଯାଇଥିଲା ଓ ଶହ ଶହ ଭକ୍ତ ସେଠାରେ ଥିବା ବୃଷଭକୁ ପାଣି ପିଆଇ ଆଶୀର୍ବାଦ ନେବାକୁ ଛୁଟି ଯାଇଥିଲେ । ଚାମଚ ରେ ବୃଷଭ ର ମୁହଁ ପାଖରେ ଦେଲେ ପାଣି ଶୋଷି ନେଉଥିବା ଓ ବାଲଟି ବାଲଟି ପାଣି ସରିଯାଇଥିବା ଦେଖିବାକୁ ମିଳିଥିଲା । ଏହି ଘଟଣା ପ୍ରଚାର ହେବା ପରେ ସ୍ଥାନୀୟ ଅଞ୍ଚଳର ଲୋକମାନେ ମହାଦେବ ମନ୍ଦିର ରେ ଜମା ହୋଇଥିଲେ ଓ ପୂଜାର୍ଚ୍ଚନା କରିଥିଲେ । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଚମ୍ପେଶ୍ୱର ମହାଦେବଙ୍କ ମନ୍ଦିର ଟି ଶତାଧିକ ବର୍ଷର ପୁରୁଣା ବୋଲି ଜଣାପଡିଛି । ମ ନି ସ
previous post