ରାଉରକେଲା/ ସ୍ବଚ୍ଛତା ଓ ପରିବେଶ କୁ ଗୁରୁତ୍ୱ ଦେଉଥିବା ସାମାଜିକ ଅନୁଷ୍ଠାନ କ୍ଲିନ୍ ଆଣ୍ଡ ଗ୍ରୀନ୍ ତରଫରୁ ସେକ୍ଟର ୨ ବସଷ୍ଟାଣ୍ଡ ଓ ସେକ୍ଟର ୩ ସ୍ଥିତ ଜଗନ୍ନାଥ ମନ୍ଦିରର ସମ୍ମୁଖଭାଗ ଓ ଶ୍ରୀ ବଟେଶ୍ବର ମହାଦେବଙ୍କ ପ୍ରାଙ୍ଗଣରେ ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା। ଅନୁଷ୍ଠାନର ସଭାପତି ଡାକ୍ତର ଦେବେନ୍ଦ୍ର ସେଠୀ ଓ ସାଧାରଣ ସଂପାଦକ ପ୍ରଦୀପ କୁମାର ଦାସ ଓ ସଂଗଠନ ସଂପାଦକ ହିମାଂଶୁ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି କାର୍ଯ୍ୟକ୍ରମ ସମାପନ କରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ସଦସ୍ୟ ମାନଙ୍କ ଦ୍ଵାରା ଜାତୀୟ ସଂଗୀତ ଗାନ କରାଯିବା ସହ ଆଗାମୀ କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା କରାଯାଇଥିଲା। ଶେଷରେ ସାଧାରଣ ସଂପାଦକ ଶ୍ରୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ।
next post