ରାଉରକେଲା/ ସଂଗୀତ ଅନୁଷ୍ଠାନ ସ୍ବରବ୍ରହ୍ମ ପକ୍ଷରୁ ସେକ୍ଟର ୨୦ସ୍ଥିତ ଶିବ ମନ୍ଦିର ପ୍ରାଙ୍ଗଣରେ ଏକ ଭଜନ ସଂଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ମୁଖ୍ୟ ଗୁରୁ ନରସିଂହ ପାଣିଗ୍ରାହୀଙ୍କ ତତ୍ବାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବିଜୟ କୁମାର ମହାରଣା ଓ ସମ୍ମାନିତ ଅତିଥି ଭାବେ କିଶୋରୀ ପଣ୍ଡା, ଉମାକାନ୍ତ ପଣ୍ଡା ଓ ଶୁକଦେବ ଜେନା ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଅନୁଷ୍ଠାନର ପ୍ରିତିରାଣୀ ପଣ୍ଡା, ଶ୍ରୀୟା ଦାସ,ଅନ୍ବେଷା ପଣ୍ଡା, ଶ୍ବେତା ପଣ୍ଡା ପ୍ରମୁଖ ସଂଗୀତ ପରିବେଷଣ କରିଥିବାବେଳେ ଗୁରୁ ବିଭୂତି ପତି ତବଲା ଓ ଗୁରୁ ଦୁଃଶାସନ ସାହୁ ହାରମୋନିୟମ ରେ ସହଯୋଗ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଏ.ଆର.ଡୋରା,ଜୋସ୍ନା ନନ୍ଦ, ରତ୍ନାବଳୀ ପଣ୍ଡା, ଏ.କେ.ପଟେଲ, ଜନ୍ମଜୟ ପାଣି, କାଦମ୍ବିନୀ ପଣ୍ଡା ପ୍ରମୁଖ ସହଯୋଗ କରିଥିବା ବେଳେ ସ୍ମୃତିଶ୍ରୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସଂଗୀତ ସଂନ୍ଧ୍ୟା କାର୍ଯ୍ୟକ୍ରମକୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଉପଭୋଗ କରିଥିଲେ। କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ ।
previous post