ଫୁଲବାଣୀ – ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି କନ୍ଧମାଳ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଆସନ ନିମନ୍ତେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ନିର୍ବାଚନ ଶେଷ ହୋଇଯାଇଛି । ବିଜୁଜନତା ଦଳ ବାଲିଗୁଡା ୧୫ ନଂ ଜୋନ ର ଜିଲ୍ଲା ପରିଷଦ ସଭ୍ୟା ନନ୍ଦିନୀ ମଲ୍ଲିକ ଙ୍କୁ ଦଳୀୟ ନିଷ୍ପତ୍ତି ଅନୁସାରେ ବିଜେଡ଼ି ର ୧୨ ଗୋଟି ଜିଲ୍ଲା ପରିଷଦ ସଭ୍ୟ ସଭ୍ୟା ଙ୍କର ସମର୍ଥନ ମିଳିଥିବାରୁ ଜିଲ୍ଲା ପ୍ରଶାସନ କନ୍ଧମାଳ ର ନବ ନିର୍ବାଚିତ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାବେ ଘୋଷଣା କରିଥିଲେ । ସୂଚନାଯୋଗ୍ୟ ଜିଲ୍ଲା ପରିଷଦ ନିର୍ବାଚନ ରେ ୧୮ଟି ଜୋନ ମଧ୍ୟରୁ କଂଗ୍ରେସ କୁ ୩ ଟି ବିଜେପି କୁ ୨ଟି ଏବଂ ବିଜେଡି କୁ ୧୩ ଗୋଟି ଆସନ ମିଳିଥିଲା। ଆଜିର ର ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନ ରେ ୧୧ ଜୋନ ର କଂଗ୍ରେସ ପ୍ରାର୍ଥୀନୀ ଦୀପିକା ମୁଠାମାଝୀ ବିଜେଡି ପ୍ରାର୍ଥୀନୀ ନନ୍ଦିନୀ ମଲ୍ଲିକ ସହ ଜିଲ୍ଲା ଅଧ୍ୟକ୍ଷା ଆସନ ନିମନ୍ତେ ପ୍ରତିଦ୍ବନ୍ଦିତା କରିଥିଲେ । ବିଜେଡି ର ପ୍ରାର୍ଥୀନୀ ନନ୍ଦିନୀ ମଲ୍ଲିକ ୧୩ ଟି ଭୋଟ ପାଇ ବିଜୟ ହୋଇଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ନନ୍ଦିନୀ ମଲ୍ଲିକ ଙ୍କୁ କନ୍ଧମାଳ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାବେ ଘୋଷଣା କରିଥିଲା । ଜିଲ୍ଲା ପରିଷଦ ର ନୂତନ ଅଧ୍ୟକ୍ଷା ନନ୍ଦିନୀ ମଲ୍ଲିକ ଜିତିବା ପରେ ବିଜେଡ଼ି ସୁପ୍ରିମ ନବୀନ ପଟ୍ଟନାୟକ ଙ୍କୁ ହାର୍ଦ୍ଧିକ କୃତଜ୍ଞତା ଜଣାଇବା ସହ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ,ବାଲିଗୁଡା ବିଧାୟକ ଚକ୍ରମଣି କଁହର ,ଜିଲ୍ଲା ବିଜେଡି ସଭାପତି ସରୋଜ କର୍ଣ୍ଣ ,ବାଲିଗୁଡା ବ୍ଲକ ବିଜେଡି ସଭାପତି ଟୁନା ଦାସ,କ.ନୂଆଗାଁ ବ୍ଲକ ସଭାପତି କୃଷ୍ଣଚନ୍ଦ୍ର ପାଣିଗ୍ରାହୀ, ଙ୍କୁ କୃତଜ୍ଞତା ଜଣାଇଥିଲେ ତା ସହିତ ତାଙ୍କୁ ସମର୍ଥନ ଦେଇଥିବା ସମସ୍ତ ସଭ୍ୟ ସଭ୍ୟା କର୍ମକର୍ତ୍ତା କର୍ମୀମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଶିକ୍ଷା ସ୍ୱାସ୍ଥ୍ୟ ଗମନାଗମନ ସୁ ବ୍ୟବସ୍ଥା କରିବି। ଘର ଘର ପାନୀୟ ଜଳ ପହଞ୍ଚାଇବି ଏବଂ ସରକାର ଙ୍କର ଲୋକାଭିମୁଖୀ ଯୋଜନା କୁ ଲୋକ ଙ୍କ ନିକଟରେ କିପରି ପହଞ୍ଚିଵ ସେଥି ପ୍ରତି ଗୁରୁତ୍ୱ ଦେବି ବୋଲି ନବ ନିର୍ବାଚିତ ଅଧ୍ୟକ୍ଷା ଗଣମାଧ୍ୟମ କୁ ସୂଚନା ଦେଇଥିଲେ। ବାଲିଗୁଡା ବ୍ଲକ ସଭାପତି ଟୁନା ଦାସ ଙ୍କ ବଳିଷ୍ଠ ନେତୃତ୍ୱରେ ବିଜେଡି ପୁଣି ଅତ୍ୟଧିକ ସଂଖ୍ୟା ଗରିଷ୍ଠତା ପାଇ ପରିଷଦ ଅଧ୍ୟକ୍ଷା ଆସନ ହାତେଇ ଥିବା ଜଣାପଡିଛି। ବ୍ଲକ ସଭାପତି ଟୁନା ଦାସ ଙ୍କର ନେତୃତ୍ୱରେ ବିଜୟ ଉତ୍ସବ ପାଳନ ହୋଇଥିଲା।କନ୍ଧମାଳ ଜିଲ୍ଲା ପରିଷଦ କାର୍ଯ୍ୟାଳୟ ପଞ୍ଚାୟତ ଭବନ ସମ୍ମୁଖରେ ରେ ବିଜୁଜନତା ଦଳ ର ହଜାର ହଜାର କର୍ମୀ ମାନଙ୍କ ର ଭିଡ଼ ଦେଖିବାକୁ ମିଳିଥିଲା। ଫୁଲବାଣୀ ରୁ ବୈଦ୍ୟନାଥ ନାୟକ ଙ୍କ ରିପୋର୍ଟ ।