ହିଣ୍ଡାଲକୋ ଏଫ୍.ଆର.ପି ପ୍ଲାଣ୍ଟ ରେ ସ୍ଵୀକୃତି ନିର୍ବାଚନ ରେ ଏଚ.ଏମ୍.ଏସ ବିଜୟୀ
ରାଉରକେଲା/ଗତ ହୀରାକୁଦ ହିଣ୍ଡାଲକୋ ପ୍ଲାଣ୍ଟ ର ଶ୍ରମିକ ସଂଗଠନ ର ସ୍ବୀକୃତି ନିର୍ବାଚନ ରେ ହିନ୍ଦ୍ ମଜଦୁର ସଭା ସମର୍ଥିତ ହିଣ୍ଡାଲକୋ ହୀରାକୁଦ ଏଫ୍.ଆର.ପି ୱାକର୍ସ ଏମ୍ପଏଲଇଜ ୟୁନିୟନ ପ୍ରତିପକ୍ଷ ବି.ଏମ.ଏସ ସମର୍ଥିତ ହିଣ୍ଡାଲକୋ ଏଫ୍.ଆର.ପି ୱାର୍କର୍ସ ଏମ୍ପଏଲଇଜ ୟୁନିୟନ କୁ ପରାଜିତ କରିଛି। ଏଥିସହିତ ହିଣ୍ଡାଲକୋ ହୀରାକୁଦ ଏଫ୍.ଆର.ପି ୱାକ୍ସର୍କ ଏମ୍ପଏଲଇଜ ୟୁନିୟନ ସ୍ବୀକୃତି ପ୍ରାପ୍ତ ୟୁନିୟନ ଭାବରେ ନିର୍ବାଚିତ ହୋଇଛି। ଏହି ନିର୍ବାଚନ ରେ ହିନ୍ଦ୍ ମଜଦୁର ସଭା ସମର୍ଥିତ ହିଣ୍ଡାଲକୋ ହୀରାକୁଦ ଏଫ୍.ଆର.ପି ୱାକ୍ସର୍କ ଏମ୍ପଏଲଇଜ ୟୁନିୟନ କୁ ମୋଟ ୨୨୫ ଶ୍ରମିକ ଙ୍କ ମଧ୍ୟରୁ ୧୪୨ ଖଣ୍ଡ ତଥା ୬୬%ଭୋଟ ପାଇ ବିଜୟୀ ହୋଇଥିବା ସମୟରେ ପ୍ରତିପକ୍ଷ ୟୁନିୟନ ମାତ୍ର ୭୬ ଖଣ୍ଡ ତଥା ୩୪% ଭୋଟ ପାଇଛି ୭ ଜଣ ଶ୍ରମିକ ଭୋଟ ଦେବାରୁ ବିରତ ରହିଥିଲେ। ଏହି ନିର୍ବାଚନ ରେ ହିନ୍ଦ୍ ମଜଦୁର ସଭା ସମର୍ଥିତ ୟୁନିୟନର ବିଜୟୀ ହୋଇଥିବାରୁ ରାଉରକେଲା ମଜଦୁର ସଭା ର ସଭାପତି ଶଶଧର ନାୟକ, ସାଧାରଣ ସମ୍ପାଦକ ଅକ୍ଷୟ କୁମାର ନାୟକ, ରାଜ୍ୟ ହିନ୍ଦ୍ ମଜଦୁର ସଭା ର କାର୍ଯ୍ୟକାରୀ ସଭାପତି ବୈଦ୍ୟନାଥ ଦାସ, ଉପସଭାପତି ଗୁଣନିଧି ବଳ ସର୍ବ ପ୍ରଥମେ ହିଣ୍ଡାଲକୋ ହୀରାକୁଦ ପ୍ଲାଣ୍ଟ ର ସମସ୍ତ ଶ୍ରମିକ କର୍ମଚାରୀ ଭଉଣୀ ଭାଇ ମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସଂଗେସଂଗେ ବରିଷ୍ଠ ଶ୍ରମିକ ନେତା ରାଜ୍ୟ ହିନ୍ଦ୍ ମଜଦୁର ସଭା ର କାର୍ଯ୍ୟକାରୀ ସଭାପତି ବିଜୟ କୁମାର ମହାନ୍ତି,ଉପସାଧାରଣ ସମ୍ପାଦକ ଗୋକୁଳ ମେହେର, ସଂଗଠନ ର ଉପଦେଷ୍ଟା ତଥା ରାଜ୍ୟ ସମ୍ପାଦକ ସଂଜିତ ମହାନ୍ତି ଓ ସଂଗଠନ ର ସଭାପତି ମହମ୍ମଦ ମୁତ୍ବୁଜା ଙ୍କୁ ଧନ୍ୟବାଦ ଜଣାଇଛନ୍ତି।