କୋକସରା,୨୮ା୩- କଳାହାଣ୍ଡି ଜିଲ୍ଲା କୋକସରା ଥାନା ମାଝିଗୁଡା-କୋକସରା ରାସ୍ତାରେ ସୋମବାର କୋକସରା ପଞ୍ଚାୟତ ସମିତି କଲେଜ ରୁ ତିନିଜଣ ଛାତ୍ରୀ ସ୍କୁଟି ରେ ଯିବା ସମୟରେ ଭାରସାମ୍ୟ ହରେଇ ଜଣେ ବୃଦ୍ଧ ଙ୍କୁ ପଛ ପଟୁ ଧକ୍କା ଦେଇଥିଲେ । ଫଳରେ ଜଣେ ଛାତ୍ରୀ ଙ୍କ ଗୋଡ଼ ଭାଙ୍ଗିଥିବା ବେଳେ ବୃଦ୍ଧ ଜଣକ ଆହତ ହୋଇଛନ୍ତି । ସୂଚନା ଅନୁସାରେ, କୋକସରା କଲେଜ ର ତିନିଜଣ ଛାତ୍ରୀ ରୁପାଲୀ ପାଣିଗ୍ରାହୀ, ତୁଳସୀ ନାଏକ ଓ ଲିପ୍ସା ନାଗ ନିଜ ସାଙ୍ଗ ରୁପାଲୀ ର ଜନ୍ମଦିନ ପାଳନ ପାଇଁ ଯାଉଥିବା ବେଳେ କୋକସରା ଶିବମନ୍ଦିର ପାଖରେ ବୃଦ୍ଧ ଧନସାଇ ଚଣ୍ଡୀ(୬୫) ଙ୍କୁ ପଛପଟୁ ଧକ୍କା ଦେବାରୁ ପଡି ଯାଇଥିଲେ । ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି କୋକସରା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତେବେ ଛାତ୍ରୀ ରୁପାଲୀ ପାଣିଗ୍ରାହୀ ର ଗୋଡ଼ ଭାଙ୍ଗି ଥିବା ଜଣାପଡିଛି । ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଲିଛି । ମ ନି ସ