ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଏନଏସି ୱାର୍ଡ ନମ୍ବର 3 ରୁ କଂଗ୍ରେସ ଦଳ ରୁ କାଉନସିଲର ଭାବରେ ରାଜରାଣୀ ପଟ୍ଟନାୟକ ବିଜୟ ଲାଭ କରିଥିଲେ । ତୃତୀୟ ପୁତ୍ର ବଧୁ ରାଜରାଣୀ କାଉନସିଲର ଭାବେ ବିଜୟ ହୋଇଥିବା ରୁ ଶ୍ୱଶୁର ତଥା ନୂଆପଡ଼ା ଜିଲ୍ଲାର ବରିଷ୍ଠ ସାମ୍ବାଦିକ ସୁବାଷ ଚନ୍ଦ୍ର ପଟ୍ଟନାୟକ ଶୁଭେଚ୍ଛା ଓ ଅଭିନନ୍ଦ ଜଣାଇଛନ୍ତି । ଖଡ଼ିଆଳ 3 ନମ୍ବର ୱାର୍ଡ ସମେତ ଖଡ଼ିଆଳ ର 13 ଗୋଟି ୱାର୍ଡ ପାଇଁ କାମ କରି ନାମ କମାଇବା ପାଇଁ ଆଶୀର୍ବାଦ କରିଛନ୍ତି । କାଉନସିଲର ରାଜରାଣ ପଟ୍ଟନାୟକ ମଧ୍ୟ ନିଜ ପ୍ରତିକ୍ରିୟା ରେ ଖଡ଼ିଆଳ ସହର ର ସର୍ବାଙ୍ଗୀନ ଉନ୍ନତି ପାଇଁ କାମ କରିବେ ବୋଲି ପ୍ରକାଶ କରିଛନ୍ତି । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ
previous post
next post