ସ୍ଵାମୀ ବିବେକାନନ୍ଦଙ୍କ ୧୬୧ତମ ଜନ୍ମ ଜୟନ୍ତୀ ପାଳନ
ବିବେକାନନ୍ଦଙ୍କ ଜୟନ୍ତୀ ସମାରୋହ ସମିତି,ରାଉରକେଲା ଆନୁକୁଲ୍ୟରେ ଉଦିତନଗର ମିନି ଷ୍ଟାଡିୟମଠାରେ ସ୍ଵାମୀ ବିକେକାନନ୍ଦଙ୍କ ୧୬୧ତମ ଜନ୍ମ ଜୟନ୍ତୀ ଉତ୍ସବ ଜାନୁଆରୀ ୧୨ ରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଅତିଥିମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ଵଳନ ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା ଏବଂ ମୁନିସିପାଲ ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗୀୟ ମୁଖ୍ୟ ଡଃ ସନାତନ ପ୍ରଧାନ ସ୍ଵାଗତ ସମ୍ଭାଷଣ ଦେଇଥିଲେ । ବିବେକାନନ୍ଦ କେନ୍ଦ୍ର, ଭୁବନେଶ୍ବର ଶାଖାର ଯୁବ ପ୍ରମୁଖ ଡଃ ନବ କିଶୋର ପ୍ରଧାନ ଅତିଥି ମାନଙ୍କୁ ଶ୍ରୀଫଳ ଓ ସାହିତ୍ୟ ପ୍ରଦାନକରି ସେମାନଙ୍କୁ ସମ୍ମାନିତ କରିଥିଲେ । ବିବେକାନନ୍ଦ କେନ୍ଦ୍ର,କାର୍ଯ୍ୟସ୍ଥାନ ରାଉରକେଲା ପ୍ରଯୋଜକ ଶ୍ରୀ ରାମକୃଷ୍ଣ ଗୌଡ କେନ୍ଦ୍ର ପରିଚୟ ସହିତ ଉତ୍ସବର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ବିବେକାନନ୍ଦ ଜୟନ୍ତୀ ସମାରୋହ ସମିତିର ଆବାହକ, ଶ୍ରୀଯୁକ୍ତ ଗୋଲକ ବିହାରି ଦଳବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟବକ୍ତା ରୂପେ ଇସ୍ପାତ ସ୍ଵୟଂଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଶ୍ରୀଯୁକ୍ତ ଶଙ୍କର ପ୍ରସାଦ ତ୍ରିପାଠୀ ମହୋଦୟ ଯୋଗ ଦେଇଥିଲେ । ସେ ତାଙ୍କର ଉଦବୋଧନରେ ଉପସ୍ଥିତ ସୂର୍ଯ୍ୟବୀର ମାନଙ୍କୁ ସ୍ଵାମୀଜୀଙ୍କ ଜୀବନଦର୍ଶନର କିଛିଟା ଦିଗ ଉପରେ ଆଲୋକପାତ କରିଥିଲେ । ସେ କହିଥିଲେ ଯେ ଏକ ଇଶ୍ବରାଭିମୁଖୀ ସମାଜର ବିକଶିତ ପାଇଁ, ଏକ ଉଦେଶ୍ୟପୂର୍ଣ ଜୀବନ ଯାପନ, ଅନୁଶାସନ, ଚରିତ୍ର ଗଠନ, ସତ୍ୟ ବାଦିତା, ସୌହାର୍ଦ୍ଦ୍ୟ ଓ ନିର୍ଭୀକତାକୁ ସମସ୍ତ ଛାତ୍ର ସମାଜର ଧ୍ୟେୟ ହେବା ଉଚିତ ।
ଉତ୍ସବର ସମ୍ମାନିତ ଅତିଥି ବ୍ରହ୍ମଚାରିଣୀ ପ୍ରତିଭା ଚୈତନ୍ୟ ମାତା, ଚିନ୍ମୟ ମିଶନ, ରାଉରକେଲା, ତାଙ୍କ ବକ୍ତବ୍ୟରେ ସ୍ଵାମୀ ବିବେକାନନ୍ଦଙ୍କୁ ଏକ ଯୁଗ ପୁରୁଷ ରୂପେ ବର୍ଣନା କରି ତାଙ୍କ ନୀତିବାଣୀକୁ ପ୍ରାଞ୍ଜଳଭାବେ ବ୍ୟାଖ୍ୟା କରିଥିଲେ । ଉତ୍ସବରେ ମୁଖ୍ୟ ଆକର୍ଷଣ ଥିଲା ସାମୁହିକ ସୂର୍ଯ୍ୟନମସ୍କାର, ରାଉରକେଲା ସ୍ଥିତ ବିଭିନ୍ନ ମହାବିଦ୍ୟାଳୟରୁ ପାଖାପାଖି ୬୦୦ ଛାତ୍ରଛାତ୍ରୀ ସହିତ ମୁନିସିପାଲ ମହାବିଦ୍ୟାଳୟର ପ୍ରାକ୍ତନ ପ୍ରାଧ୍ୟାପକ ଶ୍ରୀ ସୁନିଲ କୁମାର ମହାନ୍ତି , ବିଜୟ କୁମାର ପାଢି , ଅଧ୍ୟାପକ କୌଶିକ ଚୌଧୁରୀ , ଓମ୍ ବାହାଦୁର ଓ ଆକାଶ ଦାଶ, ଗାନ୍ଧୀ ମହାବିଦ୍ୟାଳୟ ପ୍ରାଧ୍ୟାପକ ଡଃ ଯାଜ୍ଞସେନୀ ଛତ୍ରୀୟା , ପିଇଟି ସୁବାସ ବଳ, ନୀଳଶୈଳ କଲେଜରୁ ପିଇଟି ସୁଶାନ୍ତ ଶତପଥୀ, ସରକାରୀ ମହାବିଦ୍ୟାଳୟ ଗେଷ୍ଟ ଫେକଲଟି ଶ୍ରୀ ଅମୀୟ ଦାସ ଓ ସୁଶୀଲ ପୂଜାରୀ ଉପସ୍ଥିତ ଥିଲେ । ମୁନୀସିପାଲ ମହାବିଦ୍ୟାଳୟ ପ୍ରାକ୍ତନ ଅଧ୍ୟକ୍ଷ ଡଃ ଅଜୟ କୁମାର ମିଶ୍ର , ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ, ଶ୍ରୀଯୁକ୍ତ ଗୋଲକ ବିହାରି ଦଳବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ସୁଶ୍ରୀ ମାନସୀ ସିଂହ ଉତ୍ସବର ସଂଚାଳନ କରିଥିଲେ ଏବଂ ଯୁବଟିମ ସଦସ୍ୟମାନେ ସମ୍ପୂର୍ଣ ଦାୟିତ୍ଵ ବହନ କରି ଉତ୍ସବକୁ ଏକ ସଫଳ ରୂପାଯନ କରିଥିଲେ । ଓଡ଼ିଶା ପ୍ରାନ୍ତ ସଂଗଠକ ଶ୍ରୀ ରବି ନାଇଡୁ ଭାଇ ଓ ସହ ସଂଗଠିକା କାଞ୍ଚନ ସୋମ ଅଗ୍ରୱାଲଙ୍କ ଉପସ୍ଥିତି ଓ ଦିଗ ଦର୍ଶନରେ ସମସ୍ତ କାର୍ଯ୍ୟକ୍ରମ ସୂଚାରରୂପେ ସମ୍ପାଦିତ ହୋଇଥିଲା ।