ଧର୍ମଗଡ :୨/୪/୨୨:
ଧର୍ମଗଡ ବ୍ଲକ ବେହେରା ଠାରେ ଅଖିଳ ଭାରତୀୟ ମାରଓ୍ବାଡି ମହିଳା ସମ୍ମେଳନ ଆନୁକୂଲ୍ୟରେ ହିନ୍ଦୁ ନବ ବର୍ଷ ସମାରୋହ ପାଳିତ ହୋଇଯାଇଛି। ବେହେରା ସ୍ଥିତ ଜଗନ୍ନାଥ ମନ୍ଦିର ଠାରେ ପୂଜାର୍ଚ୍ଚନା ପରେ ଏକ ବିଶାଳ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିଥିଲେ । ହିନ୍ଦୁ ସଭ୍ୟତାରେ ଆଜିର ଦିନକୁ ନବବର୍ଷ ଆକାରରେ ଗ୍ରହଣ କରିବା କଥା ହିନ୍ଦୁ ସଭ୍ୟତା ମହାନ୍,ଗୋରୁଗାଈ ଙ୍କ ପ୍ରତି ଯତ୍ନ ନେବା ସହିତ ପରିମଳ ବ୍ୟବସ୍ଥା କୁ ସୁଦ୍ରୁଢ କରବା ନେଇ ବିଭିନ୍ନ ଶ୍ଲୋଗାନ ଦିଆଯାଇଥିଲା। ବେହେରା ପଞ୍ଚାୟତ ସରପଞ୍ଚ କୁମୁଦିନି ଗଇନ୍ତା ମୂଖ୍ଯ ଅତିଥି ଭାବରେ ଯୋଗ ଦେଇ ଶୋଭାଯାତ୍ରା ର ଉଦଘାଟନ କରିଥିଲେ। ମାରଓ୍ବାଡି ମହିଳା ସମ୍ମେଳନ ସଭାନେତ୍ରୀ ସୁଶିଲା ଅଗ୍ରୱାଲ, ସମ୍ପାଦିକା ବନ୍ଦନା ଅଗ୍ରୱାଲ, ଗାୟତ୍ରୀ ଅଗ୍ରଓ୍ୱାଲ, ସୁମିତ୍ରା ଅଗ୍ରଓ୍ୱାଲ, କାନ୍ତା ଦେବୀ ଅଗ୍ରଓ୍ୱାଲ, ରାଜ କୁମାରୀ ଅଗ୍ରଓ୍ୱାଲ ସମେତ ଗ୍ରାମର ଶତାଧିକ ମହିଳା ଉକ୍ତ ଶୋଭାଯାତ୍ରାରେ ସାମିଲ ହୋଇଥିଲେ।
ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ।