ଫୁଲ ରସିଆ
ସୁରେଶ ଚନ୍ଦ୍ର ପାଢୀ
ମୋତେ ଫୁଲ କରି ଦେ ରେ ଫୁଲ ରସିଆ
ନୀତି ଫୁଟୁଥିବି ମହକାଇ ଦେବି
ତୋ ପାଖକୁ ଯାଉ ଥିବି ନୀଳାଚଳିଆ
ଫୁଲ କୁ ତୁହି ଭଲ ପାଉ ବୋଲି
ତୋ ପାଖରେ ଲାଗି ହୁଏ ଟଗର ମଲ୍ଲି
ଫୁଲ ଟିଏ ଫୁଟି ଥାଏ ଦିନକ ପାଇଁ
ତୋ ପାଖରେ ଲାଗି ଯାଏ ନିଜର ହୋଇ
ତୋ ପାଦେ ରହିବି ,ତତେ ଦେଖୁ ଥିବି
ଭକତ କୁ ଦେଖୁ ତୁହି ଚକାଡୋଳିଆ
ଶ୍ରୀ ଅଙ୍ଗେ ଫୁଲ ଶୋଭା ପାଉଥାଏ
ତୋତେ ପାଇ ସେ ଧନ୍ୟ ହୋଇ ଯାଏ
ଫୁଲ ପରି କୋମଳ କେହି ତ ନାହିଁ
ଶୋଭା ପାଉ ଥାଏ କ୍ଷଣିକ ପାଇଁ
ଫୁଲ କରି ନେବୁ,ଆପଣାର ହେବୁ
ମିଛ ଦୁନିଆରେ ସତ ତୁ ହିଁ କାଳିଆ
ବୁଗୁଡ଼ା,ଗଞ୍ଜାମ