ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

୩ ବର୍ଷ ବିତିଯାଇଥିଲେ ମଧ୍ଯ ଉଠା ଜଳସେଚନ ପଏଁଣ୍ଟ ବସିପାରିଲା ନାହିଁ

ମୋହନଗରୀ:୯/୪- ମ.ସି.ହା:– କୃଷି ଓ କୃଷକର ଉନ୍ନତି ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା ତିଆରି କରି ଚାଷୀଙ୍କୁ ଅନେକ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି। ହେଲେ କେତେକ ସ୍ଥାନରେ ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ମନୋଭାବ ଯୋଗୁଁ ତାହା ଠିକ୍ ଭାବରେ କାର୍ଯ୍ଯକରି ହୋଇପାରୁନାହିଁ। ଯାହା ଫଳରେ ଚାଷୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ଆସିଛି। ଏଭଳି ଏକ ସଙ୍ଗୀନ ଅଭିଯୋଗ ଆସିଛି କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଳକ ମୋହନଗରୀ ଗ୍ରାମପଞ୍ଚାୟତ ଅନ୍ତର୍ଗତ ସରବେଡା ଗ୍ରାମର ପାଣିପଞ୍ଚାୟତ ସଭ୍ଯ ବିଭାଗୀୟ ଏସଡିଓ ଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି। ସେମାନଙ୍କ ଅଭିଯୋଗରୁ ଜଣାପଡିଛି ଯେ, ଉଠା ଜଳସେଚନ ପଏଁଣ୍ଟ ନବସିପାରିବା କାରଣ ନିଜେ ବିଭାଗୀୟ ଏସଡିଓଙ୍କ ଅବହେଳା ଯୋଗୁଁ ବିଳମ୍ବ ହୋଇଥିବା ସେମାନେ ଅଭିଯୋଗ କରିଛନ୍ତି। ଘଟଣାରୁ ଜଣାଯାଇଛି ଯେ, ଗତ ୨୯/୩/୨୦୨୨ ତାରିଖ ଦିନ ସରବେଡା (ସାମ୍ବାଦିକ) ପଡା କାଳୀଗଙ୍ଗା ନଦୀ ହୁଡା ଠାରେ ଏକ ଉଠା ଜଳସେଚନ ପଏଁଣ୍ଟ ବସାଇବା ପାଇଁ ୩ ବର୍ଷରୁ ଉର୍ଦ୍ଧ୍ୱ ସମୟ ହେବ ଆବଶ୍ୟକ କାଗଜ ପତ୍ର ମଦନପୁର ରାମପୁର ଏସଡିଓ ଙ୍କ କାର୍ଯ୍ଯାଳୟରେ ଦାଖଲ କରିଆସୁଥିଲେ ସୁଦ୍ଧା ଆଜି ଏପର୍ଯ୍ୟନ୍ତ ଉଠା ଜଳସେଚନ ପଏଁଣ୍ଟ ବସିପାରିଲା ନାହିଁ। ତେଣୁ ସାମ୍ବାଦିକ ସୁଭାଷ ଚନ୍ଦ୍ର ମନହିରାଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ସମସ୍ତ ପାଣିପଞ୍ଚାୟତ କୃଷକ ଏକତ୍ରିତ ଭାବରେ ଉଚ୍ଚ ସ୍ବରରେ ପ୍ରକାଶ କରିଥିଲେ, ଏହି ପ୍ରକଳ୍ପ କିମ୍ବା ବିଜୁ ବିକାଶ ଯୋଜନା ଉଠାଜଳସେଚନ ସ୍ଥାପନ କରାନଗଲେ ଆଗାମୀ ଦିନରେ କଳାହାଣ୍ଡି ଭବାନୀପାଟଣା ଉଠା ଜଳସେଚନ କାର୍ଯ୍ଯାଳୟରେ ନଚେତ କଲେକ୍ଟର କାର୍ଯ୍ଯାଳୟ ସମ୍ମୁଖରେ ଆମ୍ଭେ ବିକ୍ଷୋଭ ପ୍ରଦର୍ଶନ ସହ ଆନ୍ଦୋଳନ ୧୫ ଦିନ ମଧ୍ୟରେ ଜାରିରଖିବୁ ବୋଲି ଚେତାବନୀ ଦେଇଛନ୍ତି। ପାଣିପଞ୍ଚାୟତ ସଭାପତି ଓ ସମ୍ପାଦକ ଦୋହରାଇ ପ୍ରକାଶ କରିଥିଲେ ଯେ, ଏସଡିଓ ମହାଶୟ କୁହନ୍ତି ଅପଲାଇନ ଦରଖାସ୍ତ ଚଳିବ ନାହିଁ ଅନଲାଇନ ଦରଖାସ୍ତକୁ ଗ୍ରହଣ କରାଯିବ ବୋଲି କହୁଛନ୍ତି। ଏହା ଶୁଣି ତାହାର ପ୍ରତିତ୍ତୋରରେ ସମସ୍ତ ସଭ୍ଯ କହିଲେ ଆମ୍ଭେ ସମସ୍ତ କାଗଜପତ୍ର କାର୍ଯ୍ଯାଳୟରେ ଦିର୍ଘ ୩ ବର୍ଷ ହେବ ଦେଇଥିଲେ ମଧ୍ୟ ତାହାର କୌଣସି ପଦକ୍ଷେପ ଗ୍ରହଣ କରାଗଲା ନାହିଁ, ଏବେ ପୁଣି ଥରେ ବିଭିନ୍ନ ପ୍ରକାରର ଆଳଦେଖାଇ ଆମ୍ଭଙ୍କୁ ହଇରାଣ କରାଯାଉଛି। ଯାହାଫଳରେ ପାଣି ଅଭାବ ଯୋଗୁଁ ଚାଷ କାର୍ଯ୍ଯରେ ବାଧା ସୃଷ୍ଟି ହେଉଅଛି। ଅଞ୍ଚଳରେ ମରୁଡି ପରିସ୍ଥିତି ଉପୁଜୁଥିଲେ ମଧ୍ୟ ତାହା କାର୍ଯ୍ଯକାରି କରାଯାଉନାହିଁ। ସରକାରଙ୍କ ତରଫରୁ ଉଠାଜଳସେଚନ ପ୍ରକଳ୍ପ କରିବା ବ୍ଯବସ୍ତା ଥିଲେ ମଧ୍ୟ କେଉଁ ଉଦ୍ଦେଶ୍ୟରେ ବିଭାଗୀୟ ଅଧିକାରୀ ଏସଡିଓ ମହାଶୟ ଆମ୍ଭମାନଙ୍କୁ ଭୂଆଁ ବୁଲାଉଛିନ୍ତି। ତେବେ ଆମ୍ଭେ ମାନେ କଲେକ୍ଟର କାର୍ଯ୍ଯାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ବାଧ୍ୟ ହେବୁ ବୋଲି ବୈଠକରେ ନିଷ୍ପତ୍ତି ନେଇଛନ୍ତି । ମୋହନଗରୀ ରୁ ସୁବାଷ ଚନ୍ଦ୍ର ମନହିରାଙ୍କ ରିପୋର୍ଟ

Related posts

ଅସଂଯତ ମନର ଯୋଗସିଦ୍ଧି ଦୁଷ୍ପ୍ରାପ୍ୟ

Sunil Chandra Nayak

ସାଇନିଙ୍ଗ କିଡ୍ସ ୱାର୍ଲଡ ର ବାର୍ଷିକ ଉତ୍ସବ ଅନୁଷ୍ଠିତ

Sunil Chandra Nayak

ଶ୍ଯାମା ପ୍ରସାଦ୍ ବୋଷ୍  ଙ୍କ କବିତା ଅଲିଅଳି ତଅପୋଇ 

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort