ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଭିନ୍ନ ଦାବି ନେଇ ଜୁଏଲ ଙ୍କୁ ଭେଟିଲା ସଚେତନ ନାଗରିକ ମଞ୍ଚ 

ବିଭିନ୍ନ ଦାବି ନେଇ ଜୁଏଲ ଙ୍କୁ ଭେଟିଲା ସଚେତନ ନାଗରିକ ମଞ୍ଚ 

ରାଉରକେଲା: ରାଉରକେଲା ରେ ରେଳ ଡିଭିଜନ ପ୍ରତିଷ୍ଠା, ସୁନ୍ଦରଗଡ ଜିଲ୍ଲାରେ ଏକ ଟ୍ରାଇବାଲ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା ଓ ତାଳଚେର ବିମଳାଗଡ ରେଳପଥ ର ସମ୍ପୁର୍ଣ୍ଣୀକରଣ ନେଇ ରାଉରକେଲା ଗସ୍ତରେ ଆସିଥିବା କେନ୍ଦ୍ର ଆଦିବାସୀ ବ୍ୟାପାର କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମଙ୍କୁ ସଚେତନ ନାଗରିକ ମଞ୍ଚର କର୍ମକର୍ତ୍ତାଗଣ ଭେଟି ଶୁଭେଚ୍ଛା ଜଣାଇବା ସହ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ମଞ୍ଚର କର୍ମକର୍ତ୍ତାଙ୍କ ମଧ୍ୟରେ ସଭାପତି ଇଂ ବିମଳ କୁମାର ବିଶି, କାର୍ଯ୍ୟକାରୀ ସଭାପତି ଜଗବନ୍ଧୁ ଜେନା, ସାଧାରଣ ସମ୍ପାଦକ ପି ପି ରାୟ, ସମ୍ପାଦକ ଶଶଧର ପାତ୍ର ଓ ମୁଖପାତ୍ର କୁଞ୍ଜବିହାରୀ ରାଉତ ପ୍ରମୁଖ ଏ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ସୂଚନାଯୋଗ୍ୟ ଯେ ରାଉରକେଲା ରେ ଆବଶ୍ୟକ ଭିତ୍ତିଭୂମୀ ଥିଲେ ମଧ୍ଯ ରେଳ ଡିଭିଜନ ପ୍ରତିଷ୍ଠା କରାଯାଇପାରୁନାହିଁ। ସେହିପରି ସୁନ୍ଦରଗଡ ଜିଲ୍ଲା ହେଉଛି ଆଦିବାସୀ ବହୁଳ ଜିଲ୍ଲା। ସମଗ୍ର ଭାରତବର୍ଷରେ ଦୁଇଟି ଟ୍ରାଇବାଲ ୟୁନିଭରସିଟି ଯଥା ଅମରାକଣ୍ଟକ ରେ ଇନ୍ଦିରା ଗାନ୍ଧୀ ନ୍ୟାସନାଲ ଟ୍ରାଇବାଲ ୟୁନିଭରସିଟି ଓ ଆନ୍ଧ୍ରପ୍ରଦେଶ ରେ ସେଣ୍ଟ୍ରାଲ ଟ୍ରାଇବାଲ ୟୁନିଭରସିଟି ରହିଛି। ସୁନ୍ଦରଗଡ ଜିଲ୍ଲାରେ ଆବଶକୀୟ ଭିତ୍ତିଭୁମି ଥିବାରୁ,ଏହାକୁ ଦୃଷ୍ଟିରେ ରଖି ଏଠାରେ ଏକ ଟ୍ରାଇବାଲ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା କରାଗଲେ, ଜନଜାତି ମାନେ ଉପକୃତ ହୋଇପାରନ୍ତେ। ଅନ୍ୟପଟେ ତାଳଚେର ବିମଳାଗଡ ରେଳପଥ ର ଯେଉଁ ବାଧକ ଅଛି, ସେଗୁଡ଼ିକ ସମାଧାନ ହେଲେ ଦୀର୍ଘ ଦିନର ଦାବି ପୂରଣ ହୋଇପାରନ୍ତା। କାରଣ ତାଳଚେର ରୁ ସାମଲ ପର୍ଯ୍ୟନ୍ତ କାର୍ଯ୍ୟ ସମ୍ପୁର୍ଣ୍ଣ ହୋଇଛି। ସମଲ ରୁ ପରାବିଲ ପର୍ଯ୍ୟନ୍ତ ଏହି ମାସ ସୁଦ୍ଧା ସଂପୂର୍ଣ୍ଣ ହୋଇଯିବ। ସେହିପରି ପରାବିଲରୁ ଖମାର ପର୍ଯ୍ୟନ୍ତ ଏହି ବର୍ଷ ଡିସେମ୍ବର ସୁଦ୍ଧା ସଂପୂର୍ଣ୍ଣ ହୋଇଯିବ। ଖମାର ରୁ ଶ୍ରୀରାମପୁର ର କିଛି ସ୍ଥାନରେ ସମସ୍ୟା ଥିବାରୁ ସ୍ଥାନୀୟ ଜିଲ୍ଲାପାଳ ଏଥିରେ ହସ୍ତକ୍ଷେପ କରିବା ପାଇଁ କୁହାଯାଇଛି। ଶ୍ରୀରାମପୁର ରୁ ପାଲଲହଡ଼ା ପର୍ଯ୍ୟନ୍ତ ୨୦୨୫ ଡିସେମ୍ବର ରେ ସରିବ। ସେହିପରି ପାଲଲହଡ଼ା ରୁ ବିମଳାଗଡ ପର୍ଯ୍ୟନ୍ତ ୭୦କିମି ରେଳପଥ ପାଇଁ ପ୍ରାୟ ୧୦୦୦କୋଟି ଟଙ୍କାର ଟେଣ୍ଡର ଆସନ୍ତା ଅଗଷ୍ଟ ମାସରେ ଟେଣ୍ଡର କରାଯିବ। ଅନ୍ୟପକ୍ଷରେ ଦେବଗଡ଼ ଓ ସୁନ୍ଦରଗଡ ରେ ବେସରକାରୀ ୧୨ ପ୍ରତିଶତ ଜାଗା ସମସ୍ୟା ଓଡ଼ିଶା ସରକାରଙ୍କ ଲୋରା କୋର୍ଟରେ ବିଚାରାଧୀନ ଅଛି। ରେଲୱେ ବୋର୍ଡ କହୁଛି ଲୋରା କୋର୍ଟ ଯେଡିକି ଫଇସଲା କରିବ,ଆମେ ଦେବାକୁ ପ୍ରସ୍ତୁତ ଅଛୁ। ଉଲ୍ଲେଖଯୋଗ୍ୟ ଯେ ଲୋରା କୋର୍ଟ ଦେବଗଡ ଜିଲ୍ଲାର ୪ଟା କେଶ୍ ର ଶୁଣାଣି ଶେଷ ପର୍ଯ୍ୟାୟରେ ଅଛି। କିନ୍ତୁ ପ୍ରାୟ ୭୦ଟି ମାମଲାର ନୋଟିସ ଏପର୍ଯ୍ୟନ୍ତ ଜନସାଧାରଣ ଙ୍କ ପାଖକୁ ଯାଇନାହିଁ। ଏଥିରେ ଲୋରା କୋର୍ଟ ଓ ତହସିଲଦାର ଙ୍କ ମୁଖ୍ୟ ଭୂମିକା ରହିଛି। ଯଦି ଓଡ଼ିଶା ସରକାର ଆରଡିସି ସମ୍ବଲପୁର , ଦେବଗଡ ଓ ସୁନ୍ଦରଗଡ ର ଜିଲ୍ଲା ମାଜିଷ୍ଟ୍ରେଟ ଓ ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଅନ୍ତି, ତେବେ ଏହି ୧୨ପ୍ରତିଶତ ଜମି ଶିଘ୍ର ହସ୍ତାନ୍ତର ହୋଇପାରନ୍ତା। ଏବେ ସୁଦ୍ଧା ୫୦ ପ୍ରତିଶତ ସରକାରୀ ଜାଗା ରେଲୱେ କୁ ହସ୍ତାନ୍ତର କରାଯାଇପାରିନାହିଁ । ଏପରି ସ୍ଥଳେ ମନ୍ତ୍ରୀ ଶ୍ରୀ ଓରାମ ପ୍ରତିଶୃତି ଦେଇ କହିଲେ ଯେ ଯଦି ଓଡ଼ିଶା ସରକାର ଏଦିଗରେ ତ୍ବରାନ୍ବିତ ପଦକ୍ଷେପ ନିଅନ୍ତି ତେବେ ମୁଁ ବ୍ୟକ୍ତିଗତ ଭାବେ ଏଥିପାଇଁ ଚେଷ୍ଟା କରିବି। ଏହି ଆଲୋଚନା ବେଳେ ମଞ୍ଚର ସଭାପତି ଓ ସାଧାରଣ ସମ୍ପାଦକ ଶ୍ରୀ ଓରାମ ଙ୍କୁ ମନେପକାଇ ଦେଇଥିଲେ ଯେ ୨୦୦୩ ମସିହାରେ ତତ୍କାଳୀନ ବାଜପେୟୀ ଙ୍କ ସରକାରରେ ଆପଣ ମନ୍ତ୍ରୀ ଥିଲାବେଳେ ଏହି ପ୍ରକଳ୍ପ ଆରମ୍ଭ କରାଯାଇଥିଲା। ସେତେବେଳେ ଏହି ପ୍ରକଳ୍ପ ପାଇଁ ୨୦୧୪-୧୫ ରେ ୧୦୦କୋଟି, ୨୦୧୫-୧୬ ରେ ୮୦କୋଟି,୨୦୧୬-୧୭ ରେ ୨୫୦ କୋଟି, ୨୦୧୭-୧୮ ରେ୨୫୦ କୋଟି,୨୦୧୮-୧୯ ରେ ୩୦୦ କୋଟି, ୨୦୧୯-୨୦ ରେ ୧୫୦ କୋଟି, ୨୦୨୦-୨୧ ରେ ୧୪୦ କୋଟି, ୨୦୨୧-୨୨ ରେ ୧୦୦ କୋଟି, ୨୦୨୨-୨୩ ରେଵ୍ୟ ୨୫୦ କୋଟି, ୨୦୨୩-୨୪ ରେ ୩୦୦ କୋଟି ଓ ୨୦୨୪-୨୫ ପାଇଁ ୫୦୦ କୋଟି ଟଙ୍କା ର ଆର୍ଥିକ ଅନୁଦାନ ଯୋଗାଇ ଦିଆଯାଇଛି। ରାଜ୍ୟ ସରକାର ଓ ମୁଁ ଏହି ପ୍ରକଳ୍ପ କୁ ପ୍ରତ୍ୟକ୍ଷ ଦୃଷ୍ଟି ଦେଇ ଏହି କାର୍ଯ୍ୟକୁ ତ୍ବଡିତ ପଦକ୍ଷେପ ନେବି ବୋଲି ଶ୍ରୀ ଓରାମ ଆଲୋଚନା ବେଳେ ପ୍ରତିଶୃତି ଦେଇଥିଲେ। ତାହାହେଲେ ଏହି ପ୍ରକଳ୍ପ ଆସନ୍ତା ୨୦୨୬ ଡିସେମ୍ବର ବେଳକୁ ସମ୍ପୁର୍ଣ୍ଣ ହୋଇପାରିବ ବୋଲି ମଞ୍ଚର ସଭାପତି ଶ୍ରୀ ବିଶି ଓ ସାଧାରଣ ସମ୍ପାଦକ ଶ୍ରୀ ରାୟ ଆଶା ପ୍ରକଟ କରିଛନ୍ତି ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ନବରଙ୍ଗପୁର ଠାରେ ଶିଶୁ ଓ କିଶୋର ଶ୍ରମ ନିଷେଧ ଓ ନିୟନ୍ତ୍ରଣ ସଚେତନତା ଅଭିଯାନ 

Sunil Chandra Nayak

DSP Prashant Sahoo honored with international Kalki Gaurav Award 2024.

masiha

ବ୍ରହ୍ମପୁରରେ “ସଂସାର” ପକ୍ଷରୁ ପୃଥିବୀ ଦିବସ ପାଳନ, ସ୍ଥାୟୀ ଜୀବନଯାପନ ପାଇଁ ଆହ୍ୱାନ

Sunil Chandra Nayak

Leave a Comment

error: Content is protected !!