ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଘସିଏନ ପଦ୍ମାଦେବୀ ପବ୍ଲିକ ସ୍କୁଲ ପରିସରରେ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର 

ଘସିଏନ ପଦ୍ମାଦେବୀ ପବ୍ଲିକ ସ୍କୁଲ ପରିସରରେ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର 

ପାଟଣାଗଡ ତା 17/08 // ପାଟଣାଗଡ ବ୍ଲକ ଘଷିଏନ ନିକଟସ୍ଥ ପଦ୍ମlଦେବୀ ପବ୍ଲିକ ସ୍କୁଲ ପରିସରରେ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି l ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଙ୍କ ଶୁଭ କରକାମଳ ରେ ନିଃଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର ଉଦଘାଟନ ହୋଇଥିଲା l ଏହି ସ୍ୱାସ୍ଥ୍ୟ ଶିବିର ରେ ଡ଼. ସୁଜ୍ଞାନେନ୍ଦ୍ର ମିଶ୍ର, ଡ଼. ପୁଷ୍ପାଞ୍ଜଳି ମିଶ୍ର, ଡ଼. ସ୍ୱାଧୀନ କୁମାର ମିଶ୍ର, ଡ଼. ସବ୍ୟସାଚୀ ସ୍ୱାଇଁ, ଡ଼. ପୂଜା ପଟ୍ଟନାୟକ ପ୍ରମୁଖ ଲୋକଙ୍କୁ ସ୍ୱାସ୍ଥ୍ୟ ଚିକିତ୍ସା ପ୍ରଦାନ କରିଥିଲେ l ରୋଗୀ ମାନଙ୍କୁ ନିଃଶୁଳ୍କ ଔଷଧ ବିତରଣ କରାଯାଇଥିଲା l ଶିବିର ରେ ୫ଶହ ରୁ ଅଧିକ ପୁରୁଷ,ମହିଳା, ଛାତ୍ରଛାତ୍ରୀ ଙ୍କୁ ସ୍ୱାସ୍ଥ୍ୟ ସେବା ପ୍ରଦାନ କରାଯାଇଥିଲା l ପଦ୍ମlଦେବୀ ପବ୍ଲିକ ସ୍କୁଲ ପରିଚାଳନା କମିଟି କତ୍ତୃପକ୍ଷ ଦର୍ପଗଞ୍ଜନ ପଟ୍ଟନାୟକ, ଶ୍ରୀମତୀ ମୀନା ପଟ୍ଟନାୟକ, ପିଣ୍ଟୁ ଅଗ୍ରୱାଲ, ସ୍କୁଲ ର ଅଧ୍ୟକ୍ଷ, ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ,କର୍ମଚାରୀ ମାନେ ଶିବିର କାର୍ଯ୍ୟକ୍ରମ କୁ ସହଯୋଗ କରିଥିଲେ l ସାଂସଦ ଶ୍ରୀ ବିଶି ଶିବିର ପରିଚାଳନା କମିଟି କୁ ଉତ୍ସାହିତ କରି କହିଥିଲେ ଯେ ମାନବ ସେବା ହିଁ ମାଧବ ସେବା l ସ୍ୱାସ୍ଥ୍ୟ ହିଁ ସମ୍ପଦ l ମାଗଣା ସ୍ୱାସ୍ଥ୍ୟ ସେବା ହେଉଛି ମହାନ ସେବା l ବିକଶିତ ଏବଂ ସରସ ସୁନ୍ଦର ଦେଶ ଗଠନ ପାଇଁ ଲୋକଙ୍କ ଶରୀର ସୁସ୍ଥ ଶବଳ ରହିବା ଆବଶ୍ୟକ ବୋଲି ସାଂସଦ ଶ୍ରୀ ବିଶି ପ୍ରକାଶ କରିଥିଲେ l

ବଲାଙ୍ଗିର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ଉତ୍କଳ ମଣି ଗୋପବନ୍ଧୁ ଦାସଙ୍କ ଶ୍ରାଦ୍ଧ ଦିବସ ପାଳିତ

Sunil Chandra Nayak

ତେନ୍ତୁଳିଖୁଣ୍ଟି ବ୍ଲକ ରେ ଗଠିତ ହେଲା ଚାଷୀ ସଙ୍ଗଠନ ,ଚାଷୀଙ୍କୁ ନ୍ୟାୟ ପ୍ରଦାନ ମୁଖ୍ୟ ଏଜେଣ୍ଡା

masiha

ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଗୋପାଳପୁର ରେ ଶିକ୍ଷକ ଅଭାବ ସାଙ୍ଗକୁ ବିଭିନ୍ନ ସମସ୍ୟା 

Leave a Comment

error: Content is protected !!