ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମଙ୍କ ଧର୍ମପତ୍ନୀ ଝିଙ୍ଗିଆ ଓରାମଙ୍କ ବିୟୋଗରେ ସଚେତନ ନାଗରିକ ମଞ୍ଚର ଶୋକ…..

କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମଙ୍କ ଧର୍ମପତ୍ନୀ ଝିଙ୍ଗିଆ ଓରାମଙ୍କ ବିୟୋଗରେ ସଚେତନ ନାଗରିକ ମଞ୍ଚର ଶୋକ…..

ରାଉରକେଲା – ବିଜେପିର ବରିଷ୍ଠ ଟାଣୁଆ ନେତା, ସୁନ୍ଦରଗଡ଼ ସାଂସଦ ତଥା କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ତଥା ମଞ୍ଚର ଉପଦେଷ୍ଟା ଜୁଏଲ ଓରାମଙ୍କ ଧର୍ମପତ୍ନୀ ଝୀଙ୍ଗିଆ ଓରାମଙ୍କ ବିୟୋଗରେ ରାଉରକେଲା ସଚେତନ ନାଗରିକ ମଞ୍ଚ ତରଫରୁ ଗଭୀର ଶୋକ ପ୍ରକାଶ କରାଯାଇଛି। ମଞ୍ଚର ସଭାପତି ଇଂ ବିମଳ କୁମାର ବିଶି, ସାଧାରଣ ସମ୍ପାଦକ ପି ପି ରାୟ, କାର୍ଯ୍ୟକାରୀ ସଭାପତି ଜଗବନ୍ଧୁ ଜେନା, ଶଶଧର ପାତ୍ର, ଉପେନ୍ଦ୍ର କୁମାର ନାୟକ, ଜଟାଧାରୀ ମାଝୀ,କୁଞ୍ଜବିହାରୀ ରାଉତ, ଜଗନ୍ନାଥ ରାଉତ ଓ ଅନ୍ୟ କର୍ମକର୍ତ୍ତା ବୃନ୍ଦ ପ୍ରମୁଖ କହିଛନ୍ତି ଯେ ସ୍ବର୍ଗତା ଝୀଙ୍ଗିଆ ଓରାମ ଜଣେ ଧର୍ମ ପରାୟଣl, ସମାଜସେବୀ, ଶାନ୍ତ ସ୍ଵଭାବ, ମେଳାପି, ଉତ୍ତମ ଗୃହିଣୀ, ପ୍ରେରଣା ଦାୟିନୀ ଥିଲେ । ତାଙ୍କର ନିଧନରେ ସମାଜର ଅପୁରଣୀୟ କ୍ଷତି ହେଲା ବୋଲି ମଞ୍ଚ ତରଫରୁ ପ୍ରକାଶ କରାଯାଇଛି। ମଞ୍ଚ କାର୍ଯ୍ୟାଳୟ ଠାରେ ଆୟୋଜିତ ଶୋକସଭା ରେ ସମସ୍ତେ ଦୁଃଖ ପ୍ରକାଶ କରିବା ସହିତ ପବିତ୍ର ଅମର ଆତ୍ମାର ସଦଗତି ନିମନ୍ତେ ଜଗତର ନାଥ ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ପ୍ରାର୍ଥନା ସହ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଏହି ଦୁଃଖଦ ସମୟରେ ଭଗବାନ ତାଙ୍କ ପରିବାର ବର୍ଗ ଓ ପରିଜନଙ୍କୁ ଅସୀମ ଧୈର୍ଯ୍ୟ, ସାହାସ ଓ ଶକ୍ତି ପ୍ରଦାନ କରନ୍ତୁ ବୋଲି ପ୍ରାର୍ଥନା କରାଯାଇଥିଲା।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ଶ୍ରୀ ଶ୍ରୀ ଶ୍ରୀ ଅଗ୍ନିଗଙ୍ଗା ମାଁ ଠାକୁରାଣୀ ଯାତ୍ରାର ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Sunil Chandra Nayak

୧୯୯୩ ବ୍ୟାଚ ଆପ୍ରେଣ୍ଟିସ ସଂଘର ବନ୍ଧୁ ମିଳନ କାର୍ଯ୍ୟକ୍ରମ

Sunil Chandra Nayak

ବାଣ ଫୁଟି ଯୁବକ ଗୁରୁତର 

Sunil Chandra Nayak

Leave a Comment

error: Content is protected !!