ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଝରିଗାଁ ବ୍ଲକ ବଣିକ ସଂଘ ଗଠନ 

ଝରିଗାଁ ବ୍ଲକ ବଣିକ ସଂଘ ଗଠନ 

ନବରଙ୍ଗପୁର:(ତା ୨୧/୦୮)(ରବି ନାରାୟଣ ମହାନ୍ତି)-ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ସଦର ମହକୁମା ଠାରେ ଥିବା ବ୍ୟବସାୟୀ ମାନଙ୍କୁ ନେଇ ଅପରାହ୍ନ ୪ ଘଣ୍ଟା ସମୟରେ ନୂତନ ଭାବେ ଝରିଗାଁ ବଣିକ ସଂଘ ଗଠନ ହୋଇଯାଇଛି।ସ୍ଥାନୀୟ ବ୍ୟବସାୟୀ ପରମା ପଣ୍ଡାଙ୍କ ସଭାପତିତ୍ୱରେ ଝରିଗାଁ ସ୍ଥିତ ଠାକୁରାଣୀ ମନ୍ଦିର ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।ଉକ୍ତ ବୈଠକରେ ବ୍ୟବସାୟୀ ମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା ଏବଂ ସମସ୍ୟାର ସମାଧାନ କରିବା ପାଇଁ ନୂତନ ଭାବେ ଏକ ସଂଘ ଗଠନ କରିବା ପାଇଁ ନିଷ୍ପତ୍ତି ହୋଇଥିଲା।ସର୍ବ ସମ୍ମତି କ୍ରମେ ସଂଘ ସଭାପତି ଭାବେ ଅନିଲ କୁମାର ଜୈନଙ୍କୁ ଚୟନ କରିଥିଲେ।ସେହିପରି ଉପ ସଭାପତି ଭାବେ କିଷାନ ଲାଲ ଶର୍ମା,ରମେଶ ପଟ୍ଟନାୟକ, ପପୁନ ମହାନ୍ତି,ସମ୍ପାଦକ ଭାବେ ଅଲ୍ଲୀ ପ୍ରଧାନ,ସହ ସମ୍ପାଦକ ବିଶି କେଶନ ନାୟକ,କୋଷାଧ୍ୟକ୍ଷ ଭାବେ ବିଶମ୍ବର ପାତ୍ରଙ୍କୁ ଚୟନ କରିଥିଲେ।ଉପଦେଷ୍ଟା ଭାବେ ପରମା ପଣ୍ଡା,ପ୍ରଫୁଲ୍ଲ ପାଣ୍ଡେ,ପ୍ରଦୀପ ପଟ୍ଟନାୟକ, ଚମ୍ପାଲାଲ ଜୈନ,କିଶୋର ମଣ୍ଡଳ,ନରେନ୍ଦ୍ର ପ୍ରଧାନ,ଭଗବାନ ଦଳପତି,ବୁଲୁ ଗୌଡ଼,ବାବୁଲି ସେଠୀ,ଲାଲୁ ପଟ୍ଟନାୟକ, ପିଣ୍ଟୁ ଠାକୁର ପ୍ରମୁଖଙ୍କୁ ଚୟନ କରାଯାଇଥିଲା।ଶେଷରେ ନୂତନ ଭାବେ ଚୟନ ହୋଇଥିବା ସଂଘର କର୍ମକର୍ତ୍ତା ମାନଙ୍କୁ ସ୍ୱାଗତ କରା ଯାଇଥିଲା।ସେହିପରି ଆସନ୍ତା ବୈଠକ ଆସନ୍ତା ମାସ ୧ ତାରିଖରେ ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ହୋଇଥିଲା।

ମସିହା ନ୍ୟୂଜ୍ ସର୍ଭିସ୍ 

Related posts

ସରପଞ୍ଚଙ୍କ ରାଜସ୍ଥାନସ୍ଥିତ ପିରାମଲ ସ୍କୁଲ ଅଫ ଲିଡରସିପଠାରେ ତିନି ଦିବସୀୟ କର୍ମଶାଳା

masiha

ରାଉରକେଲାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକ ପତ୍ର

masiha

ଉତ୍କଳ ଆଲୁମିନାରେ ଖଣି ନିରାପତ୍ତା ସପ୍ତାହ ପାଳିତ

masiha

Leave a Comment

error: Content is protected !!