ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଗତି ଉତ୍କଳ ସଂଘରେ ନବୀନ କୁମାର ସାହୁଙ୍କ ଶ୍ରାଦ୍ଧ ଦିବସ ପାଳିତ.

ପ୍ରଗତି ଉତ୍କଳ ସଂଘରେ ନବୀନ କୁମାର ସାହୁଙ୍କ ଶ୍ରାଦ୍ଧ ଦିବସ ପାଳିତ.

ରାଉରକେଲା : ବିଶିଷ୍ଟ ଐତିହାସିକ ତଥା ଗବେଷକ ଡଃ ନବୀନ କୁମାର ସାହୁଙ୍କ ଶ୍ରାଦ୍ଧ ଉପଲକ୍ଷେ ପ୍ରଗତି ଉତ୍କଳ ସଂଘରେ ଏକ ବିଶେଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସଭା ପ୍ରାରମ୍ଭରେ ଅତିଥି ତଥା ଉପସ୍ଥିତ ସଦସ୍ୟ ମାନେ ଡଃ ସାହୁଙ୍କ ତୈଳ ଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ ଏବଂ ପ୍ରଦୀପ ପ୍ରଜ୍ଜ୍ୱଳନ ସହ ସଭାକାର୍ଯ୍ୟ ଆରମ୍ଭ କରିଥିଲେ । ବରିଷ୍ଠ ଉପସଭାପତି ରଶ୍ମିରଞ୍ଜନ ବୋଇତାଇ ସଭାରେ ଅଧ୍ୟକ୍ଷତା କରି ସ୍ବାଗତ ଅଭିଭାଷଣ ପ୍ରଦାନ କରିବା ସହ ନବୀନ ସାହୁଙ୍କ ସହ ପ୍ରଗତି ଉତ୍କଳ ସଂଘର ଆବେଗୀକ ସମ୍ପର୍କ ସମ୍ପର୍କରେ ସ୍ମୃତି ଚାରଣ କରିଥିଲେ। ମୁଖ୍ୟବକ୍ତା ଅଧ୍ୟାପକ ଡଃ ସଞ୍ଜୟ କୁମାର ମହାପାତ୍ର ଏବଂ ଅନ୍ୟତମ ସମ୍ମାନିତ ବକ୍ତା ଡଃ ପ୍ରଭାତ କୁମାର ମଲ୍ଲିକ ନବୀନ ସାହୁଙ୍କ ସଂଘର୍ଷ ମୟ ଜୀବନ ଏବଂ ଓଡ଼ିଶା ଇତିହାସକୁ ତାଙ୍କର ଅମୂଲ୍ୟ ଅବଦାନ ସମ୍ପର୍କରେ ଆଲୋଚନା କରି କହିଲେ ଯେ, ତାଙ୍କର ଗବେଷଣାଲବ୍ଧ ପୁସ୍ତକ ଓଡ଼ିଶାରେ ବୌଦ୍ଧଧର୍ମ, ଖାରବେଳ ଏବଂ ବୀର ସୁରେନ୍ଦ୍ର ସାଏ ପ୍ରଭୃତି ପରବର୍ତ୍ତୀ ଐତିହାସିକ ଗବେଷକ ମାନଙ୍କ ପାଇଁ ଆଲୋକବର୍ତୀକା ସଦୃଶ। ପ୍ରଗତି ଉତ୍କଳ ସଂଘ ଦ୍ବାରା ପ୍ରକାଶିତ ତାଙ୍କର ପୁସ୍ତକ ‘ମଧୁସୂଦନ ଦାସ ଦ ଲେଜିସଲେଟର’ ଏକ ଅମୂଲ୍ୟ ଗ୍ରନ୍ଥ ଭାବେ ଆଦୃତି ଲାଭ କରିଛି। ଡଃ ସାହୁଙ୍କ ଯଥାର୍ଥ ମାନସ ସନ୍ତାନ ଭାବେ ପ୍ରଗତି ଉତ୍କଳ ସଂଘ ଦୀର୍ଘ ଚାଳିଶ ବର୍ଷ ଧରି ତାଙ୍କର ଶ୍ରାଦ୍ଧ ଦିବସ ପାଳନ ସହ ସ୍ମୃତି ଚାରଣ ସଭା କରିଆସୁଛି। ପ୍ରଥମ ପର୍ଯ୍ୟାୟ ଶେଷରେ ସଂପାଦକ ରାଧାମୋହନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଦ୍ଵିତୀୟ ପର୍ଯ୍ୟାୟ କବିତା ଆସରରେ ସାଂସ୍କୃତିକ ସମ୍ପାଦକ ଇଂ.ଅଶୋକ କୁମାର ପଟ୍ଟନାୟକ ସଭାପତିତ୍ବ କରିଥିବା ବେଳେ ରଶ୍ମି ସାହୁ ଓ ପ୍ରତାପ କୁମାର ପଣ୍ଡା କବିତା ଗୁଡ଼ିକୁ ସଂଯୋଜନା କରିଥିଲେ । ଏଥରେ ବିନତା ମହାନ୍ତ, ଉପେନ୍ଦ୍ର କୁମାର ବସ୍ତିଆ, ସତ୍ୟ ନାରାୟଣ ଦାଶ, ଅର୍ଚ୍ଚନା ପାତ୍ର, ଚାରୁଲତା ପ୍ରଧାନ, ଗଦାଧର ରଥ, ସଂଜୀବ କୁମାର ଭୋଇ, ଅଶୋକ କୁମାର ପଟ୍ଟନାୟକ ଓ ସଂଯୋଜକ ଦ୍ବୟ ସ୍ବରଚିତ କବିତା ପାଠ କରିଥିଲେ। ପ୍ରାରମ୍ଭରେ ସହ ସମ୍ପାଦକ ଲକ୍ଷ୍ମଣନାଥ ଦାସ ଅତିଥି ପରିଚୟ ସହ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଅରବିନ୍ଦ ପାତ୍ର, ଇନ୍ଦ୍ରମଣି ମହାପାତ୍ର, ପରୀକ୍ଷିତ ଗୁରୁ, ବିପିନ ବିହାରୀ ପଟ୍ଟନାୟକ ଏବଂ ଧରଣୀଧର ସାମଲ ପ୍ରମୁଖ ସହାୟତା କରିଥିବାବେଳେ ରବୀନ୍ଦ୍ର ନାଥ ପଣ୍ଡା, ପ୍ରସନ୍ନ ମହାନ୍ତି, କାଶୀନାଥ ନନ୍ଦୀ, ଅକ୍ଷୟ କୁମାର ସାମଲ, ବିଜୟ କୁମାର ସାହୁ, ସୁଶାନ୍ତ କୁମାର ନାୟକ, ପୂର୍ଣଚନ୍ଦ୍ର ଜେନା, ଦିଲୀପ କୁମାର ମହାନ୍ତ, ଅମରେନ୍ଦ୍ର କୁମାର ପାଢ଼ୀ, ଦିବାକର ଦାସ ପ୍ରମୁଖ ବହୁ ସାହିତ୍ୟ ଅନୁରାଗୀ ଉପସ୍ଥିତ ଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଜୀବନ ଚାଲିଗଲା ହେଲେ ପୋତି ଥିବା ଟଙ୍କା ମିଳିଲା, ଆଉ କିଛି ଥିବା ନେଇ ଆଶାରେ ପରିବାର ଲୋକେ 

masiha

ନିଃଶୁଳ୍କ ସ୍ବାସ୍ଥ୍ୟ ପରୀକ୍ଷା ଓ ଔଷଧ ବିତରଣ 

masiha

ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ASI

Sunil Chandra Nayak

Leave a Comment

error: Content is protected !!