ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଗୋବରୀ ଠାରେ ଦୁଇ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଶୁଭ ଉଦ୍ଘାଟନ 

ଗୋବରୀ ଠାରେ ଦୁଇ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଶୁଭ ଉଦ୍ଘାଟନ 

ନବରଙ୍ଗପୁର:(ତା ୦୯/୦୯)-ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ଧୋଡ୍ରା ପଂଚାୟତ ଅନ୍ତର୍ଗତ ଗୋବରୀ ଗ୍ରାମଠାରେ ଦୁଇ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଶୁଭ ଉଦ୍ଘାଟନ ଦିବା ୧୧ ଘଣ୍ଟା ସମୟରେ ହୋଇ ଯାଇଛି |ଏହି ଉଦ୍ଘାଟନୀ ଉତ୍ସବରେ ଧୋଡ୍ରା ସରପଞ୍ଚ ମହେନ୍ଦ୍ର ଭତରା ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀୟ ଅତିଥି ମାନଙ୍କ ମଧ୍ୟରେ ଚଚା ମଣ୍ଡଳ ସାଧାରଣ ସମ୍ପାଦକ ପ୍ରତାପ କୁମାର ଦୁରିଆ,ବରିଷ୍ଠ ବିଜେପି ନେତା ପଞ୍ଚାନନ ବିଶ୍ୱାସ (କାଲା ଭାଇ )ଶ୍ୟାମଲାଲ ବିଶ୍ୱାସ,ଏସ ଟି ମୋର୍ଚ୍ଚା ଚଚା ମଣ୍ଡଳ ସଭାପତି କୃଷ୍ଣ ଚନ୍ଦ୍ର ମାଝୀ,ପବିତ୍ର ଦେଉଡି, ୨ନଂ ଜୋନର ଉପ ସଭାପତି ସୁଜନ ଭକ୍ତ, ସଦୀପ ମିର୍ଦ୍ଧା, ରଞ୍ଜନ, ଗଣେଶ ରାୟ ପ୍ରମୁଖ ମଞ୍ଚାସୀନ ରହିଥିଲେ |ଆଜି ଖେଳର ପ୍ରଥମ ଦିବସରେ (ଗୋବରୀ ଏ /ସି, ୨୨ନଂ,ମହୁଲି,ନିରପଦର,ଖାଣ୍ଡା,ତେଲକନାଡି , ଗୋବରୀ ବି ଓ ୮ନଂ )ମୋଟ ୮ଟି ଦଳ ଖେଳରେ ଭାଗନେଇ ଥିଲେ |ତନ୍ମଧ୍ୟରୁ ଗୋବରୀ ଏ /ସି ଫାଇନାଲରେ ପହଂଚିଛି |ଆଖପାଖର ଶତାଧିକ ଖେଳପ୍ରେମୀ ଖେଳ ଦେଖିବା ପାଇଁ ପଡିଆରେ ଭିଡ଼ ଜମେଇ ଖେଳାଳୀ ମାନଙ୍କ ଖେଳର ଆନନ୍ଦ ନେଇଥିଲେ |ଆସନ୍ତା କାଲି ପୁଣି ୮ଟି ଦଳର ଖେଳ ହେବା ପରେ ତନ୍ମଧ୍ୟରେ ଯେଉଁ ଦଳ ଫାଇନାଲକୁ ଯିବ ସେ ଆଜିର ଫାଇନାଲରେ ପହଂଚି ଥିବା ଦଳ ସହିତ ଫାଇନାଲ ଖେଳିବ |ବିଜୟୀ ଦଳକୁ ୫୦୦୦ଟଙ୍କା ସହ ଟ୍ରଫି ଓ ରନର୍ସ ଦଳକୁ ୩୦୦୦ଟଙ୍କା ସହ ଟ୍ରଫି ପ୍ରଦାନ କରାଯିବା ନେଇ କମିଟି ପକ୍ଷରୁ ସୂଚନା ରହିଛି l

ନବରଙ୍ଗପୁର ଜିଲ୍ଲା ରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

 

Related posts

ମା ବାସୁଳୀ ୟୁଥ କ୍ଲବ ନୟାଗଡ ତରଫରୁ ପ୍ରଥମ ବାର୍ଷିକ କ୍ରିକେଟ ଟୁର୍ନାମେଣ୍ଟ ସଫଳ ଉଦଜାପିତ ହୋଇଯାଇଛି

Sunil Chandra Nayak

ଚଚରାଗୁଡାରେ ଅନ୍ତଃରାଜ୍ୟ କ୍ରିକେଟ୍ ଟୁର୍ଣାମେଣ୍ଟ ଉଦଘାଟିତ

Sunil Chandra Nayak

ନବରଙ୍ଗପୁର ଜ଼ିଲ୍ଲା ରେ କ୍ରୀଡା ଭିତିଭୂମି ର ବିକାଶ ପାଇଁ ଜ଼ିଲ୍ଲାପାଳ ଙ୍କ ତତ୍ପରତା

Leave a Comment

error: Content is protected !!