ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସମ୍ବାଦ-ଆମ ଓଡ଼ିଶା ତରଫରୁ ଚିତ୍ରାଙ୍କନ, ହସ୍ତାକ୍ଷର ଓ ଭାଷାଜ୍ଞାନ ପରୀକ୍ଷା ଅନୁଷ୍ଠିତ 

ସମ୍ବାଦ-ଆମ ଓଡ଼ିଶା ତରଫରୁ ଚିତ୍ରାଙ୍କନ, ହସ୍ତାକ୍ଷର ଓ ଭାଷାଜ୍ଞାନ ପରୀକ୍ଷା ଅନୁଷ୍ଠିତ 

ନବରଙ୍ଗପୁର:(ତା ୧୬/୦୯)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ନୋଡ଼ାଲ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ସମ୍ବାଦ-ଆମ ଓଡ଼ିଶା ତରଫରୁ ଚିତ୍ରାଙ୍କନ,ହସ୍ତାକ୍ଷର ଏବଂ ଭାଷାଜ୍ଞାନ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଚିତ୍ରାଙ୍କନ ପ୍ରତିଯୋଗିତାରେ ବିଭିନ୍ନ ବିଦ୍ୟାଳୟରୁ ୧୨୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିବା ବେଳେ ହସ୍ତାକ୍ଷର ପ୍ରତିଯୋଗିତାରେ ୧୧୬ ଜଣ ଛାତ୍ରଛାତ୍ରୀ ଓ ଭାଷାଜ୍ଞାନ ପ୍ରତିଯୋଗିତାରେ ୭୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ।ଚିତ୍ରାଙ୍କନ ପରୀକ୍ଷାରେ ପରିକ୍ଷକ ଭାବେ ଦୀନବନ୍ଧୁ ନାୟକ,ମାନସ ନାୟକ,ଗଙ୍ଗା ସେଠୀ,ଶିବ ନାରାୟଣ ଶଙ୍କର,ରାଜେଶ ପ୍ରସାଦ ପ୍ରମୁଖ ଦାଇତ୍ୱ ତୁଲାଇଥିବା ବେଳେ ହସ୍ତାକ୍ଷର ପରୀକ୍ଷାରେ ମୁରଲୀଧର ନାୟକ,ଗୋକୁକ ହରିଜନ,ବିବେକାନନ୍ଦ ବେହେରା,ଗଜେନ୍ଦ୍ର ମଲ୍ଲିକ,ସୁଶୀଲ ପ୍ରଧାନ,ପିତମ ପନକା, ଗୌରାଙ୍ଗ ଚନ୍ଦ୍ର ପାତ୍ର ଏବଂ ଗଜେନ୍ଦ୍ର ମଲ୍ଲିକ ପ୍ରମୁଝ ଦାଇତ୍ୱ ତୁଲାଇଥିଲେ।ସେହିପରି ପ୍ରବନ୍ଧ ଭାଷାଜ୍ଞାନ ପରୀକ୍ଷାରେ ଗଙ୍ଗାଧର ପାଳ,ବିପିନ ନାୟକ,ସଂଗ୍ରାମ କେଶରୀ ବଡ଼ଜେନା,ଚିତ ରଞ୍ଜନ ଗିରି, ପ୍ରମୁଖ ଦାଇତ୍ୱ ତୁଲାଇଥିଲେ।ସେହିପରି ପ୍ରଶ୍ନପତ୍ର ନିରୀକ୍ଷକ ଭାବେ ବିରେନ୍ଦ୍ର କୁମାର ପାଢ଼ୀ,ଅରୁଣ କୁମାର ବଳ, ରମେଶ ଚନ୍ଦ୍ର ନନ୍ଦ,ସତ୍ୟବ୍ରତ ସ୍ୱାଇଁ, ବ୍ରଜ କିଶୋର ଦଳାଇ,ବିଭୁପ୍ରସଦ ତ୍ରିପାଠୀ,ସୁରେନ୍ଦ୍ର କୁମାର ସାହୁ,ବିପିନ ବିହାରୀ ନାୟକ,ବିବେକାନନ୍ଦ ବେହେରା,ଦିଲୀପ ଜେନା, ଦାଇତ୍ୱ ତୁଲାଇଥିଲେ।ଚିତ୍ରାଙ୍କନ ପ୍ରତିଯୋଗିତାରେ ସରସ୍ୱତୀ ଶିଶୁ ମନ୍ଦିରର ପଞ୍ଚମ ଶ୍ରେଣୀର ଛାତ୍ରୀ ଅନନ୍ୟା ବେହେରା ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଉଦଲିଆଗୁଡା ପ୍ରାଥମିକ ବିଦ୍ୟାଳୟର ଛାତ୍ରୀ ପ୍ରିୟଙ୍କା ନାୟକ ଦ୍ଵତୀୟ ଏବଂ ଓଁ ମା ଗାୟତ୍ରୀ ପୀଠର ରୋହନ ପଟ୍ଟନାୟକ ତୃତୀୟ ସ୍ଥାନ ଅଧିକାର କରିଥିଲେ।ସେହିପରି ହସ୍ତାକ୍ଷର ପରୀକ୍ଷାରେ କୁସୁମୀ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀର ଛାତ୍ରୀ ଜ୍ୟୋତି ପନକା ପ୍ରଥମ ସ୍ଥାନ,ଝରିଗାଁ ଓଡିଶା ଆଦର୍ଶ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀର ଛାତ୍ରୀ ଝରଣା ଗୌଡ଼ ଦ୍ଵତୀୟ ସ୍ଥାନ ଏବଂ କରମରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀର ଛାତ୍ର ରାଜେନ୍ଦ୍ର ଭତ୍ରା ତୃତୀୟ ସ୍ଥାନ ଅଧିକାର କରିଥିଲେ।ସେହିପରି ଓଡ଼ିଆ ଭାଷାଜ୍ଞାନ ପରୀକ୍ଷାରେ ନୋଡାଲ ସରକାରୀ ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀର ଛାତ୍ରୀ ସ୍ୱାତୀ ଗୌଡ଼ ପ୍ରଥମ ସ୍ଥାନ ଓଡିଶା ଆଦର୍ଶ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ର ଫ୍ରାନ୍ସସ ପ୍ରିନ୍ସ ଗରଡ଼ା ଦ୍ୱିତୀୟ ସ୍ଥାନ ଏବଂ ନୋଡାଲ ସରକାରୀ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ର ବିନାୟକ ସାନ୍ତା ତୃତୀୟ ସ୍ଥାନ ଅଧିକାର କରିଥିଲେ।ଶେଷରେ ଝରିଗାଁ ବ୍ଲକ ସମ୍ବାଦ ସାହିତ୍ୟ ଘରର ସମ୍ପାଦକ ଅରୁଣ କୁମାର ବଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏକ ବୈଠକରେ ମୁଖ୍ୟ ଅତିଥି ଭାବେ ଝରିଗାଁ ବ୍ଲକ ଶିକ୍ଷା ଅଧିକାରୀ ଜଗନ୍ନାଥ ଧରୁଆ,ମୁଖ୍ୟବକ୍ତା ଭାବେ ଅବସର ପ୍ରାପ୍ତ ଶିକ୍ଷା ଅଧିକାରୀ ବିରେନ୍ଦ୍ର କୁମାର ପାଢ଼ୀ,ସମ୍ମାନିତ ଅତିଥି ଭାବେ ଅବସର ପ୍ରାପ୍ତ ଶିକ୍ଷକ ରାମ ଚନ୍ଦ୍ର ନନ୍ଦ ପ୍ରମୁଖ ଉପସ୍ଥିତ ରହି କୃତି ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ସହ ପୁରସ୍କାର ପ୍ରଦାନ କରିଥିଲେ।ଏହି କାର୍ଯ୍ୟକ୍ରମକୁ ଝରିଗାଁ ବ୍ଲକ ସମ୍ବାଦ ପ୍ରତିନିଧି ରମେଶ ପଟନାୟକ ପରିଚାଳନା କରିଥିବା ବେଳେ କାର୍ଯ୍ୟକ୍ରମରେ ଜୟ ଗୌଡ଼ ସହଯୋଗ କରିଥିଲେ।ଶେଷରେ ଶିକ୍ଷକ ବିପିନ ବିହାରୀ ନାୟକ ଧନ୍ୟବାଦ ଦେଇଥିଲେ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ଜିଲ୍ଲା ସ୍ତରିୟ ନିଯୁକ୍ତି ମେଳା ଅନୁଷ୍ଠିତ

masiha

ନର୍ଲା ପଞ୍ଚାୟତ ସମିତି ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବ୍ଲକ ସ୍ତରୀୟ ବାଳ ବୈଜ୍ଞାନିକ ପ୍ରଦର୍ଶନୀ ଅନୁଷ୍ଠିତ 

masiha

ସରସ୍ବତୀ ପୂଜା ଉପଲକ୍ଷେ ଲୋକ କଳା ଉତ୍ସବ ପାଳନ

Sunil Chandra Nayak

Leave a Comment

error: Content is protected !!