ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଖଣ୍ଡାବସା ଉତ୍ସବ ଅବସରରେ ରେ ଫୁଟବଳ ପ୍ରତିଯୋଗିତା ଉଦଘାଟିତ

ଖଣ୍ଡାବସା ଉତ୍ସବ ଅବସରରେ ରେ ଫୁଟବଳ ପ୍ରତିଯୋଗିତା ଉଦଘାଟିତ

ଜୁନାଗଡ଼୨୪/୯0 (ମ ନି ସ ) ମାଁ ଲଙ୍କେଶ୍ୱରୀ ଙ୍କ ପବିତ୍ର ଖଣ୍ଡାବସା ପର୍ବ ସମାରୋହରେ ଆରମ୍ଭ ହୋଇଛି। l ଏହି ଅବସରରେ ରେ ଜୁନାଗଡ଼ ସ୍ଥିତ ମାଁ ଲଙ୍କେଶ୍ୱରୀ କ୍ଲବ ଆନୁକୂଲ୍ୟ ରେ ଦୁଇ ଦିନ ଧରି ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ କରାଯାଇଛି l ଏହି ଅବସରରେ ଉଦଘାଟନୀ ଦିବସ ରେ ପ୍ରଥମ ଫୁଟବଲ ମ୍ୟାଚ ମାଟିଗାଁ ଓ ବଗାଡ଼ ଫୁଟବଲ ଦଳ ମଧ୍ୟରେ ହୋଇଥିଲା। ମାଟିଗାଁ ୧ ଗୋଲରେ ବିଜୟୀ ହୋଇଥିଲା ,ସେହିଭଳି ଦ୍ଵିତୀୟ ମ୍ୟାଚ ବଙ୍କାପଲା ଓ ଧର୍ମଗଡ଼ ରାଇଜିଙ୍ଗ ଷ୍ଟାର ମଧ୍ୟରେ ହୋଇଥିବା ବେଳେ ବଙ୍କାପଲା ୧ ଗୋଲ ରେ ବିଜୟୀ ହୋଇଥିଲା, ତୃତୀୟ ମ୍ୟାଚ ମଣ୍ଡଳ ଓ କରଲାକୋଟ ମଧ୍ୟରେ ହୋଇଥିବା ବେଳେ କରଲାକୋଟ ୧ ଗୋଲ ରେ ବିଜୟୀ ହୋଇଥିଲା, ଚତୁର୍ଥ ମ୍ୟାଚ ଜୁନାଗଡ଼ ଓ ଭବାନୀପାଟଣା ମର୍ଣ୍ଣି କ୍ଲବ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ଜୁନାଗଡ଼ ୧ ଗୋଲ ରେ ବିଜୟୀ ହୋଇଥିଲା ଆଜିର ବିଜୟୀ ଦଳ ମାନଙ୍କୁ ନେଇ ସେମି ଫାଇନାଲ ଓ ଫାଇନାଲ ଖେଳ ଅନୁଷ୍ଠିତ ହେବ ବୋଲି ଫୁଟବଲ କ୍ଲବ ର ସଭାପତି ସନ୍ତୋଷ ପଟ୍ଟନାୟକ ପ୍ରକାଶ କରିଛନ୍ତି l ଆଜିର ମୁଖ୍ୟ ଅତିଥି ଭାବେ ରଞ୍ଜନ କୁମାର ଜାଲ (ସଭାପତି, ବହୁଜନ ସଂଗ୍ରାମ ସମିତି, ଜୁନାଗଡ଼ ), ସମ୍ମାନିତ ଅତିଥି ଭାବେ ଭବାନୀ ଶଙ୍କର ପଟ୍ଟନାୟକ (ସଭାପତି, ଲାଲବାହାଦୁର କ୍ଲବ ), ସନ୍ତୋଷ କୁମାର ସିଂହ ଦେଓ (ସାଧାରଣ ସମ୍ପାଦକ, କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ୟୁନିଅନ ପ୍ରମୁଖ ଯୋଗଦାନ କରିଥିଲେ l ଆଜିର ମ୍ୟାଚ ରେ ରେଫରି ଭାବେ ଦାୟିତ୍ବ ନିର୍ବାହ କରିଥିଲେ ଭଗବାନ ଦଳପତି, ରାଜେନ୍ଦ୍ର ଲହଜଲ, କ୍ଷୀରୋଦ ଶବର, ହରେକୃଷ୍ଣ ପ୍ରଧାନୀ l ଯୀଶୁରାମ ଗୋପାଳ କାର୍ଯ୍ୟକ୍ରମ ପରିଚାଳନା ରେ ସହାୟତା କରିଥିଲେ l

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ସନ୍ତରଣ ପ୍ରତିଯୋଗିତା ଅନୁଷ୍ଠିତ 

ଅନୀଲ ବହିଦାର ପ୍ୟାରିସ ଅଲମ୍ପିକ୍ସ ପାଇଁ ପର୍ଯ୍ୟବେକ୍ଷକ ମନୋନୀତ

masiha

ନବରଙ୍ଗପୁର ପ୍ରିମିଅର ଲିଗ ସଂସାଇନ ସୁପେର କିଙ୍ଗ ଚମ୍ପିୟାନ

Sunil Chandra Nayak

Leave a Comment

error: Content is protected !!