ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ! ପାତେପାଣି ଗ୍ରାମରେ ପ୍ରଦୂଷଣ ମୁକ୍ତ ଭାରବାହୀ ବ୍ୟାଗ ଶିଳ୍ପାନୁଷ୍ଠାନ ସାଂସଦଙ୍କ ଦ୍ଵାରା ଉଦଘାଟିତ 

ରାଇରଙ୍ଗପୁର ! ପାତେପାଣି ଗ୍ରାମରେ ପ୍ରଦୂଷଣ ମୁକ୍ତ ଭାରବାହୀ ବ୍ୟାଗ ଶିଳ୍ପାନୁଷ୍ଠାନ ସାଂସଦଙ୍କ ଦ୍ଵାରା ଉଦଘାଟିତ 

 ମୟୂରଭଞ୍ଜ -୨୫/୦୯ ( ମସିହା)ପ୍ଲାଷ୍ଟିକ ଦ୍ଵାରା ପ୍ରସ୍ତୁତ ପଲିଥିନ ବ୍ୟାଗ,ଝୁଲା ବେଗ ଏବଂ ଅନନ୍ୟ ସାମଗ୍ରୀ ଯୋଗୁଁ ପ୍ରଦୂଷଣ ମାତ୍ରା ହୁ ହୁହୋଇ ବୃଦ୍ଧି ପାଉଛି ।ଏହା ମଧ୍ୟ ମାଟିରେ ମିଶୁ ନାହିଁ । ପାଣିରେ ପଡ଼ି ବିଷାକ୍ତ ହେଉଛି ।ଯାହା ଯୋଗୁଁ ନଦୀ,ନାଳ, ଜଳବାୟୁ ସବୁଠି ପ୍ରଦୂଷଣ ।ନାଳରେ ପ୍ଳାଷ୍ଟିକ ଅଳିଆ ଜିନିଷ ପଡୁଥିବାରୁ ନାଳ ବର୍ଷାଦିନେ ଯାମ ରହୁଛି ଓ ଜଳ ନିଷ୍କାସନ ନ ହୋଇ କୃତ୍ରିମ ବନ୍ୟା ସୃଷ୍ଟି ହେଉଛି । କେଉଁଠି ପ୍ଲାଷ୍ଟିକ କୁ ପୋଡ଼ା ଯାଉଥିବାରୁ ଵାୟୂମଣ୍ଡଳ ପ୍ରଦୂଷଣ ହେଉଛି । ବାଡି,ବଗିଚା, ଜଙ୍ଗଲ ନଷ୍ଟ ହେଉଛି । ମାଟିର ଉର୍ବରତା କମୁଛି ।ପ୍ରଦୂଷଣ,ପରିବେଶ ସୁରକ୍ଷା, ଜଳବାୟୁ ଉତ୍ତପ ପାଇଁ ସାରା ବିଶ୍ବ ଚିନ୍ତିତ । ଜନଵିଷ୍ଫୋରଣ ଭାରତ ବର୍ଷରେ ପ୍ଲାଷ୍ଟିକ ବ୍ୟବହାର ସବୁଠି ବେଶି ।ଏଠି ସମସ୍ତେ ଅମାନିଆ ।ତେଣୁ ଏଥିରୁ ପ୍ଲାଷ୍ଟିକ ବ୍ୟବହାରରୁ ରକ୍ଷା ପାଇବା ପାଇଁ ନୋ ପଲିଥିନ ବ୍ଯାଗ ବ୍ୟବହାରରୁ ରକ୍ଷା ପାଇବା ପାଇଁ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ସହର ସନ୍ନିକଟ ପୁରୁଣାପାଣି ପଞ୍ଚାୟତର ପାତେପାଣି ଗ୍ରାମରେ ଯୁବ ପରିବେଶବିତ୍ ଓ ଉଦ୍ୟୋଗପତି ବାପୁନ୍ ମହାନ୍ତ ଓ ତାଙ୍କ ସହଧର୍ମିଣୀ ପ୍ରଗତିକା ମହାନ୍ତ ଭାରତ ସରକାରଙ୍କ ପିଏମଜିଇପି ଯୋଜନାରେ କ୍ଷୁଦ୍ର ପ୍ରଦୂଷଣ ମୁକ୍ତ ଭାରଵାହୀ ବେଗ ଶିଳ୍ପାନୁଷ୍ଠାନ ପ୍ରତିଷ୍ଠା କରିଛନ୍ତି । ଏହାକୁ ମୟୂରଭଞ୍ଜ ସାଂସଦ ନବ ଚରଣ ମାଝୀ ଫିତା କାଟି ଶୁଭ ଉଦ୍ଘାଟନ କରିଛନ୍ତି । ରାଇରଙ୍ଗପୁର ପୌରାଧିକାରୀ ରମେଶ ଚନ୍ଦ୍ର ନାଏକ ସମ୍ମାନିତ ଭାବେ ଯୋଗ ଦେଇଥିଲେ । ବାମନଘାଟୀ ଉପଖଣ୍ଡରେ ଏହା ପ୍ରଥମ କରି ପ୍ରତିଷ୍ଠା କରାଯାଇଛି ।ଯୁବ ଉଦ୍ୟୋଗପତି ବାପୁନ୍ ମହାନ୍ତଙ୍କୁ ସାଵାସି ଦେଇଛନ୍ତି । ସାଂସଦ ପରିବେଶ ସୁରକ୍ଷା ଓ ସନ୍ତୁଳନ ଉପରେ ଗୁରୁତ୍ବ ଦେଇଥିଲେ । ସମସ୍ତେ ପ୍ଳାଷ୍ଟିକ ବ୍ଯାଗ ବ୍ୟବହାରରୁ ଦୂରେଇ ରହିବା ଉଚିତ ବୋଲି ପରାମର୍ଶ ଦେଇଥିଲେ ।ଯୁବ ଉଦ୍ୟୋଗପତି ଜଣେ ପରିବେଶ ବିତ୍ । ତାଙ୍କର ଦିର୍ଘ ବର୍ଷର ସ୍ବପ୍ନ ଥିଲା ଯେ ସେ କିଭଳି ଲୋକଙ୍କୁ ପ୍ଲାଷ୍ଟିକ ବ୍ଯାଗ ବ୍ୟବହାରରୁ ଦୂରେଇ ରଖିବେ । ଏଥିପାଇଁ ବିଭିନ୍ନ ସ୍ଥାନରେ ସେ ନୋ ପ୍ଲାଷ୍ଟିକ କାର୍ଯ୍ୟକ୍ରମ ସଭା ସମିତି କରା ଲୋକମାନଙ୍କୁ ସଚେତନତା ବାର୍ତା ଦେଉଥିଲେ । ଅର୍ଥ ସାଜିଥିଲା ବାଧକ ।ଶେଷରେ ସେ ନିଜର ସ୍ବ ଅର୍ଜିତ ଧନ ଏବଂ ଭାରତ ସରକାରଙ୍କ ପିଏମଜିଇପି ଯୋଜନାରେ ବ୍ୟାଙ୍କ ଅଫ ଇଣ୍ଡିଆ ରୁ ଆର୍ଥିକ ସହାୟତା ନେଇ ” ଶ୍ରୀ କ୍ଷେତ୍ର ଵାୟୋପ୍ଯାକ ଇଣ୍ଟରପ୍ରାଇଜେସ” ନାମକ ଶିଳ୍ପାନୁଷ୍ଠାନ ଗଢ଼ିଛନ୍ତି ।ଏହି କାରଖାନାରୁ ପ୍ରସ୍ତୁତ ପ୍ରଦୂଷଣ ମୁକ୍ତ ଭାରବାହୀ ବ୍ୟାଗକୁ ବ୍ୟବହାର କରି ସାରିବା ପରେ ଫୋପାଡି ଦେଲେ ଆପେ ଆପେ ଶହେ ଦିନ ମଧ୍ୟରେ ମାଟିରେ ମିଶିଯାଏ । ଏଥିରେ ପାଣି ଓ ମାଟିରେ ପ୍ରଦୂଷଣ ହୁଏନାହିଁ ।ସମସ୍ତ ଅଂଚଳଵାସୀ ପ୍ରଦୂଷଣ ମୁକ୍ତ ଭାରବାହୀ ବ୍ୟାଗ ବ୍ୟବହାର କରି ପରିବେଶ ସୁରକ୍ଷା କ ପୃଥିବୀକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ଅନୁରୋଧ କରିଛନ୍ତି ।ପରିବେଶ ସୁରକ୍ଷା ରହିଲେ ଆମେ ନୀରୋଗ ଓ ସୁସ୍ଥ ରହିବା ।ଏହି କାର୍ଯ୍ୟକ୍ରମରେ ତାଙ୍କ ପିତା ଶ୍ରୀ କ୍ଷେତ୍ର ମୋହନ ମହାନ୍ତ,ମାତା ଵିମଳା ମହାନ୍ତି,ରାଜ କୁମାର ମହାନ୍ତ,ଦେବଲାଲ ମହାନ୍ତ,ଅଜୟ ମହାନ୍ତ, ବିରଞ୍ଚି ମହାନ୍ତ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ଜିଲ୍ଳାସ୍ତରୀୟ ଜାତୀୟ ପ୍ରେସ୍ ଦିବସ ପାଳିତ

masiha

ଇଦ ଉଲ ଫିଦର ର ବନ୍ଧୁମିଳନରେ ପ୍ରେମ, ଶ୍ରଦ୍ଧା ଓ ଭାଇଚାରା

Sunil Chandra Nayak

ବେନଗାଁ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଦବଙ୍ଗଗିରି, ବାକି ଥିବା ଭତ୍ତା ଟଙ୍କା କହିଲେ ବୃଦ୍ଧା ଙ୍କୁ ଦେଖାଉଛନ୍ତି ନାଲି ଆଖି

Sunil Chandra Nayak

Leave a Comment

error: Content is protected !!