ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପାଣିମୁଣ୍ଡାରେ ଜଙ୍ଗଲୀ ହାତୀଙ୍କ ଉପଦ୍ରବ : ଉଜାଡିଲେ ଚାଷୀଙ୍କ ଧାନ ଫସଲ

ପାଣିମୁଣ୍ଡାରେ ଜଙ୍ଗଲୀ ହାତୀଙ୍କ ଉପଦ୍ରବ : ଉଜାଡିଲେ ଚାଷୀଙ୍କ ଧାନ ଫସଲ

ଲାଞ୍ଜିଗଡ଼, ୩୦/୧୦(ମନିସ)-କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ବିଶ୍ଵନାଥପୁର ବନାଞ୍ଚଳ ଅନ୍ତର୍ଗତ ପାଣିମୁଣ୍ଡା ଗାଁରେ ଦେଖିବାକୁ ମିଳିଛି ଜଙ୍ଗଲୀ ହାତୀଙ୍କ ଉପଦ୍ରବ। ଗାଁର ସନ୍ତୋଷ ପରିଡ଼ା ଏବଂ ଗୋବର୍ଦ୍ଧନପୁର ଗାଁର ମୋହନ ଛତର, ବୃନ୍ଦାବନ ଛତରଙ୍କ ଚାଷଜମିକୁ ଦଳିମକଚି ନଷ୍ଟ କରି ଦେଇଥିବାବେଳେ ୧୦ ଏକରରୁ ଅଧିକ ଜମିର ଧାନ ଫସଲ ଉଜାଡି ଦେଇଛନ୍ତି ହାତୀପଲ। ସନ୍ତୋଷ ପରିଡ଼ାଙ୍କ ୫ ଏକର ଜମି, ମୋହନ ଛତରଙ୍କ ୩ ଏକର, ବୃନ୍ଦାବନ ଛତରଙ୍କ ୨ ଏକର ଜମିର ଧାନ ଫସଲ ସଂପୂର୍ଣ୍ଣ ନଷ୍ଟ କରି ଦେଇଛନ୍ତି ଏହି ହାତୀପଲ। ଏ ସମ୍ପର୍କରେ ଚାଷୀମାନେ ବନବିଭାଗ ନିକଟରେ ଅଭିଯୋଗ କରିଥିବାବେଳେ ବିଭାଗୀୟ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିବା ଜଣାପଡିଛି।

ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ୍ 

Related posts

ରାଉରକେଲା ଆଇନ ମହାବିଦ୍ୟାଳୟରେ ମଧୁବାବୁ ଜୟନ୍ତୀ ପାଳିତ 

masiha

ଢେଙ୍କାନାଳ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -୨୦୨୫ ଉଦ୍ ଯାପିତ 

Sunil Chandra Nayak

ରାଉରକେଲା ର ବିଭିନ୍ନ ସ୍ଥାନରେ ବିଶ୍ୱ ଯୋଗ ଦିବସ ପାଳିତ 

masiha

Leave a Comment

error: Content is protected !!