ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭଗାଵନ୍ଦି ଛକରେ ବୀର ଵୀର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତି ପ୍ରାକ୍ତନ ମନ୍ତ୍ରୀ ସୁଦାମ ମାରାଣ୍ଡି ଙ୍କ ଦ୍ବାରା ଲୋକାର୍ପିତ 

ଭଗାଵନ୍ଦି ଛକରେ ବୀର ଵୀର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତି ପ୍ରାକ୍ତନ ମନ୍ତ୍ରୀ ସୁଦାମ ମାରାଣ୍ଡି ଙ୍କ ଦ୍ବାରା ଲୋକାର୍ପିତ 

 ମୟୂରଭଞ୍ଜ -୧୫/୧୧ ( ମସିହା)ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ ନିମଡିହି ଗ୍ରାମର ଭଗାବନ୍ଦି ବିର୍ସା ଛକରେ ବୀର ଵୀର୍ସା ସାରନା କ୍ଲବ ଆନୁକୁଲ୍ୟରେ ମହାନ ଆଦିବାସୀଙ୍କ ପ୍ରାତଃ ସ୍ମରଣୀୟ ମହାନ ସ୍ବାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ଅବସରରେ ବିର୍ସା ମୁଣ୍ଡାଙ୍କ ପ୍ରତିମୁର୍ତ୍ତି ଅନାବରଣ କାର୍ଯ୍ୟକ୍ରମ ମୁଖ୍ଯ ଅତିଥି ପ୍ରାକ୍ତନ ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ କରକମଳରେ ଲୋକାର୍ପିତ ହୋଇଯାଇଛି। 

   ମୁଖ୍ୟ ଅତିଥି ଙ୍କ ସହ ତିରିଂ ବ୍ଲକ ୨୦ ନଂ ଜୋନ ଜିଲ୍ଲା ପରିଷଦ ସଦସ୍ୟ ପରେଶ ମୁଣ୍ଡା, ତିରିଂ ବ୍ଲକ ଅଧ୍ୟକ୍ଷ ପରମେଶ୍ବର ସାମାଡ, ଜାମଦା ବ୍ଲକ ଅଧ୍ୟକ୍ଷ ଡୁମକା ହେମ୍ବ୍ରମ ପ୍ରମୁଖ ଉପସ୍ଥିତ ରହିଥିଲେ। ଆଦିବାସୀଙ୍କ ପାରମ୍ପାରିକ ବାଦ୍ୟ ନୃତ୍ୟରେ ମୁଖ୍ୟ ଅତିଥୀଙ୍କୁ ପ୍ରତିମୂର୍ତ୍ତି ନିକଟକୁ ପାଛୋଟି ନେଇଥିଲେ । ସେଠାରେ ମୁଖ୍ୟ ଅତିଥି ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଦେଇ ଶୁଭ ମହୁରତ ଉଦ୍ଘାଟନ କରିବା ସହ ଵୀର୍ସା ମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ପରେ ବୀର୍ସା ମୁଣ୍ଡାଙ୍କ ୧୫୦ ତମ ଜୟନ୍ତୀ ଅବସରରେ ଆୟୋଜିତ ବିଶାଳ ସାଧାରଣ ସଭାରେ ଯୋଗ ଦେଇ ଅତିଥୀ ଗଣ ବୀର ବିର୍ସା ମୁଣ୍ଡାଙ୍କ ବୀରଗାଥା, ବଳିଦାନ ,ତ୍ୟାଗ ଓ ଦେଶପ୍ରେମ ଉପରେ ସାରଗର୍ଭକ ବକ୍ତବ୍ୟ ରଖିଥିଲେ। ବ୍ରିଟିଶ ଶାସନ ଓ ଜମିଦାରଙ୍କ ଆଦିବାସୀଙ୍କ ଉପରେ ଅକଥନୀୟ ଅତ୍ୟାଚାର,ମାତ୍ରାଧିକ ଖଜଣା ଆଦାୟ,ମାରପିଟ୍, ଆଦିବାସୀଙ୍କ ଜମି ହରିଲୁଟ୍,ଆଦିବାସୀଙ୍କ ମୌଳିକ ଅଧିକାର ଛଡ଼ାଇ ନେବା ତଥା ମା,ମାଟି ଓ ମାନୁଷ ଙ୍କ ଅଧିକାର,ଅତ୍ଯାଚାର ଉପରେ ସେ ସଂଗ୍ରାମ ଜାରି କରି ଜେଲଦଣ୍ଡ,ଜେଲରେ ଅକଥନୀୟ ଶାରିରୀକ ଓ ମାନସିକ ଅତ୍ୟାଚାର ପାଇ ଶେଷରେ ଜେଲରେ ମୃତ୍ୟୁ ବରଣ କରିଥିଲେ ।

ସେହି ମହାନ‌ ଦିବଂଗତ ନେତାଙ୍କ ତ୍ଯାଗମୟ ଜୀବନକୁ ଜନତାଙ୍କ ମଧ୍ଯରେ ସଚେତନତା ସୃଷ୍ଟି କରାଇବା, ସେମାନଙ୍କୁ ଶ୍ରଦ୍ଧା ,ସମ୍ମାନ ଦେବା ନେଇ କେନ୍ଦ୍ର ସରକାର ବିର୍ସା ମୁଣ୍ଡାଙ୍କ ଜୟନ୍ତୀ କୁ ସମଗ୍ର ଦେଶରେ ଜନଜାତୀୟ ଗୌରବ ଦିବସ ଭାବେ ପାଳନ କରାଯିବାକୁ ଘୋଷଣା କରିବା ସ୍ୱାଗତଯୋଗ୍ୟ ତଦସହ ଆହୁରି ବହୁତ ଆଦିବାସୀ ନେତାମାନେ ଯେଉଁ ମାନଙ୍କ ଦେଷମିତୃକା ପୁ ବଳିଦାନ ଇତିହାସରେ ଲୁଚିରହିଥିବା ବେଳେ ସେମାନଙ୍କୁ ମଧ୍ୟ ସମ୍ମାନ ଦେବାର ସମୟ ଆସିଛି ।ପ୍ରଥମ କ୍ରାନ୍ତିକାରୀ ସିଦୋ-କାହ୍ନୁ, ଫୁଲୋ, ଝାନୋ ପରି ଅନ୍ୟାନ୍ୟ ଆଦିବାସୀ ବୀର ପୁରୁଷ ମାନଙ୍କୁ ମଧ୍ୟ ସରକାଙ୍କ ପକ୍ଷରୁ ସମ୍ମାନ ପ୍ରଦାନ କରାଯିବା ନେଇ ବକ୍ତବ୍ୟ ରଖି ସରକାରଙ୍କ ଧ୍ୟାନ ଆକର୍ଷଣ କରିଥିଲେ ।

         କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜାମଦା ବ୍ଲକର ପୂର୍ବତନ ଅଧ୍ୟକ୍ଷ କାରାନ ମାର୍ଣ୍ଡି, ପୂର୍ବତନ ସରପଞ୍ଚ ଛଟରାୟ ଟୁଡୁ, ଭଗାବନ୍ଦି ସମିତି ସଭ୍ୟ ଭୀମ ମାର୍ଣ୍ଡି, ବିକ୍ରମ ହାଁସଦାଃ, ଲାଲମୋହନ ବାରିକ, ସୁକୁମାସି ମାର୍ଣ୍ଡି ଏବଂ ମାନସ ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ। ବୀର ବିର୍ସା ସାରନା କ୍ଲବ ସଭାପତି ନାୟକା ହେମ୍ବ୍ରମ, ସଂପାଦକ ସୁଗଦା ମୁଣ୍ଡା ଏବଂ ନାଏକେ ବାବା ପୂଜକ ସାଲୋ ମାର୍ଣ୍ଡି ପ୍ରମୁଖଙ୍କ ତତ୍ବାବଧାନରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। କାର୍ଯ୍ୟକ୍ରମରେ ଭଗାବନ୍ଦି, ନିମଡିହି ଏବଂ ନିଶ୍ଚିନ୍ତପୁର ଗ୍ରାମବାସୀ’ଙ୍କ ସହ ଆଖପାଖ ଗ୍ରାମର ମହିଳା, ପୁରୁଷ ମାାନେ ପାରମ୍ପାରିକ ପରିଧାନରେ କରି ବହୁ ସଂଖ୍ୟାରେ ଉପସ୍ଥିତ ରହିଥିଲେ।

ମୟୂରଭଞ୍ଜ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ଗୋପାଳପୁର ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ – ୨୦୨୩ ପାଳିତ

Sunil Chandra Nayak

ଦୋଳ ପୂର୍ଣ୍ଣିମା ପାଳନ ଅବସରରେ ପ୍ରସ୍ତୁତି ବୈଠକ

Sunil Chandra Nayak

ନୂଆପଡ଼ାରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୯୮ତମ ଶ୍ରାଦ୍ଧ ଦିବସ ପାଳିତ : ଉତ୍କଳମଣିଙ୍କ ଆଦର୍ଶର ଅନୁସରଣ ହିଁ ପ୍ରକୃତ ଶ୍ରଦ୍ଧାଞ୍ଜଳି — ଜିଲ୍ଲାପାଳ

Sunil Chandra Nayak

Leave a Comment

error: Content is protected !!