ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଜେପିରେ ଯୋଗଦେଲେ ବିଜେଡି ସମର୍ଥିତ ୦୪ ସମିତି ସଭ୍ୟ   

ବିଜେପିରେ ଯୋଗଦେଲେ ବିଜେଡି ସମର୍ଥିତ ୦୪ ସମିତି ସଭ୍ୟ 

ନବରଙ୍ଗପୁର:( ୧୮/୧୧/୨୪)(ରବି ନାରାୟଣ ମହାନ୍ତି)ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ ର ୨୭ ପଂଚାୟତ ମଧ୍ୟରୁ ୦୪ ଜଣ ସମିତିସଭ୍ୟ ଏବଂ ତାଙ୍କ ସ୍ୱାମୀ ଏବଂ ସମର୍ଥକ ମାନେ ଵିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟି ରେ ଯୋଗ ଦେଇଛନ୍ତି l ଯୁବ ନେତା ଶିବ ନାୟକ ଙ୍କ ନେତୃତ୍ୱ ରେ ବାଲିସିରା ସିଦ୍ଧେଶ୍ୱର ଶିବ ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ମିଶ୍ରଣ ପର୍ବରେବାବନପୁର ସମିତି ସଭ୍ୟ ସନ୍ତୋଷ ଜେନା, ସିଦ୍ଧନଇ ସମିତି ସଭ୍ୟ ରାଜୀବ ପାତ୍ର,ନିମିନା ସମିତି ସଭ୍ୟା ଙ୍କ ସ୍ୱାମୀ ଶଶାଙ୍କ ଚର୍ଚ୍ଚି, ବାଲିଚ୍ଛାଇ ସମିତି ସଭ୍ୟା ଙ୍କ ସ୍ୱାମୀ ହେମନ୍ତ ଗୌଡ଼ ଆଜି ପୂର୍ବାହ୍ନ ରେ ତାଙ୍କ ସମର୍ଥକ ଙ୍କ ସହ ବିଜେପି ଯୋଗ ଦେଇଛନ୍ତି l ଆସିକା ବ୍ଲକ ଏହି ସମିତି ସଭ୍ୟ ମାନେ ବିଜେଡି ଦଳ ପରିତ୍ୟାଗ କରି ପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସଭାପତି ମନମୋହନ ସାମଲ ଙ୍କ ନେତୃତ୍ୱ,ଆସିକା ର ଟାଣୁଆ ନେତା ସରୋଜ କୁମାର ପାଢ଼ୀଙ୍କ ଉପରେ ଭରସା ଏବଂ ବିଜେପି ର ନୀତି ଆଦର୍ଶ କୁ ମାନି ଦଳ ରେ ମିଶିଛନ୍ତି l ଏହାପରେ ବାଲିସିରା ଶିବ ମନ୍ଦିର ରୁ ବିରାଟ ମୋଟର ସାଇକେଲ ରାଲିରେ ବାହାରି କେନ୍ଦୁ ପଦର ପଂଚାୟତ, ନିମିନା ପଂଚାୟତ ରେ ପହଂଚି ଲୋକ ମାନଙ୍କ ଅଭିଯୋଗ କୁ ଶୁଣିଥିଲେ l ଏହି କାର୍ଯ୍ୟକ୍ରମ ରେ କବିସୂର୍ଯ୍ୟନଗର ବ୍ଲକ ଭାରପ୍ରାପ୍ତ ଅଧକ୍ଷ ବିରେନ୍ଦ୍ର ଖଟାଇ, ବରିଷ୍ଠ ବିଜେପି ନେତା ବିଜୟ ସ୍ୱାଇଁ, ବିଧାୟକ ପ୍ରତିନିଧି ସଂଦୀପ ପାଢ଼ୀ,ଅନିଲ ପରିଡା, ନରହରି ସାହୁ,ଭିକି ପାତ୍ର, ସୁରେଶ ପାତ୍ର, ପଞ୍ଚାନନ ବିଷୋୟୀ, ଡ଼ଃ.ରାଧା ଚରଣ ସାହୁ ,ଦୁର୍ଗା ମହାପାତ୍ର, ଜୟରାମ ଖଟାଇ, ନିରଂଜନ ବିଶ୍ୱାଳ, ନରସିଂହ ପ୍ରଧାନ, ବିଷ୍ଣୁ ପଣ୍ଡା, ନରସିଂହ ନାୟକ, ସୁବାଷ ଚର୍ଚ୍ଚି, ସୁବାଷ ନାୟକ,ସରପଞ୍ଚ ସତ୍ୟବାନ ସାହୁ, ଭଗବାନ ରାଉତ, ମିଥୁନ ସାହୁ, ରାଜେଶ ଦାସ, ସଂଜୟ ସ୍ୱାଇଁ, ଧୀରୋଜ ସାହୁ,ହରିହର ପାତ୍ର, ସୁକାନ୍ତ ପାତ୍ର, ରବୀନ୍ଦ୍ର ପାତ୍ର, ବାବୁ ବିଶ୍ୱାଳ, ପ୍ରମୁଖ ସମେତ ଅନେକ ମଣ୍ଡଳ ସଭାପତି, ସକ୍ରିୟ ସଦସ୍ୟ ଉପସ୍ଥିତ ଥିଲେ l କେନ୍ଦୁପଦର ଏବଂ ନିମିନା ଗ୍ରାମର ଶତାଧିକ ମହିଳା ମାନେ ମାନ୍ୟବର ବିଧାୟକ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ l

( ମ ନି ସ )

Related posts

ପ୍ରବାଦ ପୁରୁଷ ବିଜୁ ବାବୁ ଙ୍କ ୨୬ ତମ ଶ୍ରାଦ୍ଧ ଦିବସ ପାଳିତ

Sunil Chandra Nayak

“ଆଦିବାସୀ ଗୌରବ ପର୍ବ ” ପାଳନ ନିମନ୍ତେ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ଙ୍କ ଦୁଇଦିନୀୟା ଗସ୍ତ

Sunil Chandra Nayak

ଡାବୁଗାଁରେ ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ପାଳିତ

masiha

Leave a Comment

error: Content is protected !!