ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯୁବ ରେଡକ୍ରସ ସ୍ବେଚ୍ଛାସେବୀଙ୍କ ପାଇଁ ଅନ୍ତର୍ଭୁକ୍ତି କାର୍ଯ୍ୟକ୍ରମ 

ଯୁବ ରେଡକ୍ରସ ସ୍ବେଚ୍ଛାସେବୀଙ୍କ ପାଇଁ ଅନ୍ତର୍ଭୁକ୍ତି କାର୍ଯ୍ୟକ୍ରମ 

ଜୁନାଗଡ ତା ୨୨.୧୧.୨୪: କଳାହାଣ୍ଡି ଜିଲ୍ଲାର ଜୁନାଗଡ ବ୍ଳକ ସ୍ଥିତ ମୋହନ ପ୍ୟାରୀ ନିଲାମ୍ବର ନେଗି ଡିଗ୍ରୀ ମହାବିଦ୍ୟାଳୟରେ ଯୁବ ରେଡକ୍ରସ ସ୍ବେଚ୍ଛାସେବୀ ମାନଙ୍କପାଇଁ ଅନ୍ତର୍ଭୁକ୍ତି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଓ ସ୍ବେଚ୍ଛାକୃତ ରକ୍ତଦାନ ପ୍ରୋତ୍ସାହନ ଅନୁଷ୍ଠିତ ହୋଇଯାଇଛି l ଅଧ୍ୟକ୍ଷ ରମେଶ କୁମାର ପାଣିଗ୍ରାହୀଙ୍କ ସଭାପତିତ୍ବରେ ଆୟୋଜିତ ସଚେତନତା ସଭାରେ ମୁଖ୍ୟ ଅତିଥି ଭାବେ କଲେଜ ପ୍ରତିଷ୍ଠାତା ଶିକ୍ଷାବିତ୍ ସୁଧାଂଶୁ ଶେଖର ନେଗୀ, ମୁଖ୍ୟବକ୍ତା ଭାବେ ଭବାନୀ ଶଙ୍କର ପଣ୍ଡା,ଯୁବ ରେଡକ୍ରସ୍ ପରାମର୍ଶଦାତା, ସ୍ବାମୀ ଚିଦାନନ୍ଦ ଉଚ୍ଚମାଧ୍ୟମିକ ବିଦ୍ୟାଳୟ, କରଚଳା ଓ ସମ୍ମାନିତ ଅତିଥି ଭାବେ ଯୁବ ରେଡକ୍ରସ୍ ପରାମର୍ଶଦାତା ଦଷ୍ମନ୍ତ ରଣା ଯୋଗଦେଇ ଛାତ୍ର ଛାତ୍ରୀମାନଙ୍କୁ ରେଡକ୍ରସର ଇତିହାସ ଓ ବିକାଶ, ମୌଳିକ ନୀତି, ଚିହ୍ନ ତଥା ରକ୍ତଦାନର ମହତ୍ତ୍ୱ ବିଷୟରେ ଆଲୋଚନା କରିଥିଲେ। ଯୁବ ରେଡକ୍ରସ୍ ପରାମର୍ଶଦାତା ନୃସିଂହ କୁମାର ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ , ସନ୍ତୋଷ କୁମାର ପ୍ରଧାନ ଅତିଥି ପରିଚୟ ଓ ବିନିତା ପାଲ ଧନ୍ୟବାଦ ଅର୍ପଣ କରିଥିଲେ l କାର୍ଯ୍ଯକ୍ରମ ପରିଚାଳନାରେ ଜିତେନ୍ଦ୍ର କୁମାର ପଣ୍ଡା, ବିଭୂତି ମଶ୍ରା,ମୁକୁନ୍ଦ ମାଝୀ ସହଯୋଗ କରିଥିଲେ।ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଯୁବ ରେଡକ୍ରସ ସ୍ବେଚ୍ଛାସେବୀ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ ।

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଅଟୋ ଓଲଟି ୪ ଗୁରୁତର

Sunil Chandra Nayak

କଳାହାଣ୍ଡି:ଥୁଆମୁଳ ରାମପୁର ଠାରେ ଆତ୍ମସୁରକ୍ଷା ତାଲିମ କାର୍ଯ୍ୟକ୍ରମ ଉଦଯାପିତ

masiha

ଉତ୍କଳ ପରିଷଦ ପକ୍ଷରୁ ଉତ୍କଳ ଦିବସ ପାଳନ

Sunil Chandra Nayak

Leave a Comment

error: Content is protected !!