ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜଳସେଚନ ଦାବିରେ ଧର୍ମଗଡ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସିଲେ ଚାଷୀ

ଜଳସେଚନ ଦାବିରେ ଧର୍ମଗଡ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସିଲେ ଚାଷୀ

ଇନ୍ଦ୍ରାବତୀ ପ୍ରକଳ୍ପରୁ ଚିଲିଚିଲା ଡିଷ୍ଟ୍ରି ବ୍ୟୁଟାରି ପର୍ଯ୍ୟନ୍ତ ଜଳ ସେଚନ ଦାବି ନେଇ ଆଜି ଧର୍ମଗଡ଼ ଆଞ୍ଚଳିକ କୃଷକ ସଙ୍ଗଠନ ପକ୍ଷରୁ ଧର୍ମଗଡ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା ଦିଆଯାଇଛି।

ରବି ଚାଷ ପାଇଁ ଇନ୍ଦ୍ରାବତୀ ଜଳଭଣ୍ଡାରରୁ ଚିଲିଚିଲା ଡିଷ୍ଟ୍ରିବ୍ୟୁଟାରି ପର୍ଯ୍ୟନ୍ତ କେନାଲପାଣି ଯୋଗାଇଦେବାକୁ ବାରମ୍ବାର ବିଭାଗୀୟ କର୍ତ୍ତୃପକ୍ଷ ଏବଂ ଉପଖଣ୍ଡ ପ୍ରଶାସନ ନିକଟରେ ଦାବି କରାଯାଇ ଥିଲା ଆଲୋଚନା ସତ୍ତ୍ବେ ଜଳସେଚନ ନେଇ କୌଣସି ପଦକ୍ଷେପ ନିଆଯାଇ ନଥିବାରୁ ଆଜି ଚାଷୀ ସଙ୍ଘଠନ ପକ୍ଷରୁ ଧର୍ମଗଡ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା ଦିଆଯାଇଛି। ଇନ୍ଦ୍ରାବତୀ ଜଳଭଣ୍ଡାରରେ ଚଳିତ ବର୍ଷ ଜଳସ୍ତର କମ୍ ରହିଥ‌ିବା ଦର୍ଶାଇ ରବି ଚାଷ ପାଇଁ ଜଳସେଚନ ବନ୍ଦ ରହିବ ବୋଲି ବିଜ୍ଞପ୍ତି ଜାରି ହୋଇଛି। ଏହାକୁ ପ୍ରତିବାଦ କରି ଚାଷୀ ସଙ୍ଗଠନ ପକ୍ଷରୁ କିଛି ଦିନ ତଳେ ଧର୍ମଗଡ଼ ଚାରିଛକ ନିକଟରେ ବିଭିନ୍ନ ଦଳୀୟ କର୍ମକର୍ତ୍ତା ଓ ଶତାଧିକ ଚାଷୀ ରାସ୍ତା ଅବରୋଧ କରିଥିଲେ। ଘଟଣାସ୍ଥଳକୁ ଧର୍ମଗଡ଼ ଉପ ଜିଲ୍ଲାପାଳ ଆସି ଚାଷୀ ନେତା ଓ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। ବିଚାର ବିମର୍ଷ ଚାଲିଛି ବୋଲି କହି କିଛିଦିନ ସମୟ ମାଗିବା ପରେ ରାସ୍ତା ଅବରୋଧ ହଟିଥିଲା। ଏହାପରେ ଉପଜିଲ୍ଲାପାଳ ଙ୍କ ଉପସ୍ଥିତିରେ ଇନ୍ଦ୍ରାବତୀ କର୍ତ୍ତୃପକ୍ଷ ଓ ଧର୍ମଗଡ ଉପଖଣ୍ଡର ଚାଷୀ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହେବାର ୭ଦିନ ବିତି ଯାଇଥିଲେ ସୁଦ୍ଧା ବିଭାଗୀୟ ଅଧିକାରୀ କିମ୍ବା ଉପଜିଲ୍ଲାପାଳଙ୍କ ଠାରୁ କୌଣସି ପ୍ରତିଶ୍ରୁତି ମିଳି ନଥିବାରୁ ଧର୍ମଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଚାଷୀମାନେ ଆଜି ଧାରଣାରେ ବସିଛନ୍ତି।

ଏହି ଆନ୍ଦୋଳନରେ ସଭାପତି ଡମ୍ବରୁଧର ଲହଜଲ, ତୁଷାର ରଞ୍ଜନ ପଟ୍ଟଯୋଶୀ, ଦିଗାମ୍ବର ଦୁରିଆ ,ଡାକେ ଲହଜଲ ,ଜିଲ୍ଲା ପରିଷଦ ପ୍ରଣବ ଭଏଁସାଲ, ତେଣ୍ଡାପାଲି ସରପଞ୍ଚ ଗୌଲୋଚନ ଗୋପାଳ, ଭବାନୀ ବଣିଆ,ସୁନିଲ ସାହୁ,କିରୋଟି ବିହାରୀ କୈବଲ୍ୟ ବିହାରୀ ,ବସନ୍ତ କୁମାର ସାହୁ ,ରଜନୀ ମୁଣ୍ଡ, ସୁଶାନ୍ତ ପାତ୍ର, ସତ୍ୟ ରଣା, ଅନୁପ ନାଏକ, ଲବଣୀ ରାଉତ, ରାଜେନ୍ଦ୍ର ଗୋପାଳ, ମୁରଲୀ ସତନାମୀ, ଙ୍କ ସମେତ ବହୁ ଚାଷୀ ଉପସ୍ଥିତ ରହି ରବି ଚାଷ ଜଳସେଚନ ପାଇଁ ଦାବୀ କରିଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ମାସିକ ସାରସ୍ଵତ ସମାରୋହ ଓ ପୁସ୍ତକ ଉନ୍ମୋଚନ 

Sunil Chandra Nayak

ଭାରସାମ୍ୟ ହରାଇ ଡ୍ରେନ ଉପରେ ଚଢିଗଲା ହାଇୱା : ବହୁ ଉଠା ଦୋକାନୀଙ୍କ ଜିନିଷ ପତ୍ର ଛାରଖାର : ବ୍ୟବସାୟୀ ଗୁରୁତର 

Sunil Chandra Nayak

ବିଧାୟକ ପ୍ରତିନିଧି ଙ୍କ ଦ୍ଵାରା ମା ଗୃହରେ ଥିବା ପ୍ରସୂତୀ ମା ମାନଙ୍କୁ ନିତ୍ୟ ବ୍ୟବହାର କରୁଥିବା ସମାଗ୍ରୀ ସହ ଫଳ ବଣ୍ଟନ 

Sunil Chandra Nayak

Leave a Comment

error: Content is protected !!