ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

କୁରାଳ (ପଞ୍ଚମୀ) ପୂଜା ଆନନ୍ଦ ଓ ଉଲ୍ଲାସର ସହ ପାଳିତ

କୁରାଳ (ପଞ୍ଚମୀ) ପୂଜା ଆନନ୍ଦ ଓ ଉଲ୍ଲାସର ସହ ପାଳିତ

କଲମପୁର-୭/୧୨ ( ମସିହା ) ପବିତ୍ର ମାର୍ଗଶିର ମାସ ଶୁକ୍ଲପକ୍ଷ ପଞ୍ଚମୀ ତିଥିରେ ପାଳନ ହୋଇଥାଏ କୁରାଳ (ପଞ୍ଚମୀ) ପୂଜା, ଏହି ପର୍ବ ହେଉଛି କୁମ୍ଭକାର ମାନଙ୍କର ଏକ ପ୍ରମୁଖ ପର୍ବ, କୁରାଳ ପର୍ବ ପଞ୍ଚମୀ ଠାରୁ ଆରମ୍ଭ ହୋଇ ନବମୀ ପର୍ଯ୍ୟନ୍ତ ୫ ଦିନ ଧରି ବେଶ ଆନନ୍ଦ ଓ ଉଲ୍ଲାସର ସହ ପାଳନ ହୋଇଥାଏ l ଏହି ପର୍ବରେ ଉତ୍ସବ ମୁଖର ହୋଇ ଉଠେ ପୁରପଲ୍ଲୀ ବିଶେଷ କରି କୁମ୍ଭକାର ମାନେ କୁରାଳ ଚକ୍ର ବା କୁମ୍ଭାର ଚକକୁ ପୂଜା କରିବାର ପରମ୍ପରା ରହିଛି l ଏଠି ସହ କୋଠି ସ୍ଥାପନ କରି ଓଷା,ବ୍ରତ,ଉପବାସ କରି ତାଙ୍କର ଇଷ୍ଟ ଦେବତା ଲଷ୍ମୀ ନାରାୟଣଙ୍କୁ ପୂଜା କରି ପର୍ବ ପାଳନ କରିଥାନ୍ତି, ଏହି ଚକ ହେଉଚି ସୃଷ୍ଟି ଆରମ୍ଭର ପ୍ରତୀକ, ପ୍ରାୟ ପ୍ରତ୍ୟେକ ବସ୍ତୁ, ପଦାର୍ଥ ବା ଅବସ୍ଥା ଏହି ଘୁର୍ଣ୍ଣନ ବା ଚକରୁ ଉତ୍ପତ୍ତି ହୋଇଥାଏ l ଏଥିପାଇଁ ଏହି ଚକକୁ କାଳଚକ୍ର, ସୁଦର୍ଶନ ଚକ୍ର, ଜୀବନ ଚକ୍ର ଆଦି କହିଥାନ୍ତି, ଠିକ ସେମିତି ଏହି ଚକ୍ର ହେଉଚି କୁରାଳ ଚକ୍ର ଏହି କୁରାଳ ଚକ୍ର ନାମ ଅନୁସାରେ କୁରାଳ ପଞ୍ଚମୀ କୁହାଯାଏ l ସାଧାରଣତଃ କୁମ୍ଭକାର ମାନେ ଏହି ଚକ ସାହାଯ୍ୟରେ ମାଟିର ବିଭିନ୍ନ ପ୍ରକାର ପାତ୍ର ଓ ସାମଗ୍ରୀ ତିଆରି କରିଥାନ୍ତି l ତେଣୁ ଯେଉଁ ଚକ୍ର ତାଙ୍କ ଜୀବନ ଓ ଜୀବିକାର ଶ୍ରେଷ୍ଠ ଅସ୍ତ୍ର, ସେଥିପାଇଁ ତାକୁ କୁରାଳ ପଞ୍ଚମୀ ଠାରୁ ପାଞ୍ଚଦିନ ପର୍ଯ୍ୟନ୍ତ ପୂଜା କରାଯାଉଥିବା ବେଳେ ଚଳିତ ବର୍ଷ କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅଧୀନରେ ଥିବା ବ୍ରାହ୍ମଣ କେନ୍ଦୁଗୁଡା ଗ୍ରାମରେ ବହୂ ଧୂମଧାମ ରେ ଏହି ପର୍ବ ପାଳନ କରାଯାଇଛି l ଏଥିରେ କର୍ତ୍ତା ଭାବେ ଯୁଧିଷ୍ଠିର ରଣା ଓ ତାଙ୍କର ଧର୍ମପତ୍ନୀ ନଳିନୀ ରଣା କର୍ତ୍ତା ଭାବରେ ପୂଜାର୍ଚ୍ଚନା କରୁଥିବା ବେଳେ ପୂଜକ ଅକ୍ଷୟ ଠାକୁର ରୀତିନୀତି ଅନୁସାରେ ପୂଜା ପାଠ କରୁଛନ୍ତି ,ପୂଜା କମିଟି ସଭାପତି କହ୍ନେଇ ରଣା,କ୍ଷୀରସିନ୍ଧୁ ରଣା,ସାଧାରଣ ସମ୍ପାଦକ ଗଜାନନ ରଣା,ଦିଲ୍ଲୀପ ରଣା, କୋଷାଧ୍ୟକ୍ଷ କମ୍ଭୁ ରଣା,କ୍ଷୀରୋଦ ରଣା, ଭୁବନେଶ୍ୱର ରଣା,ନକୁଳ ରଣା,ଚନ୍ଦ୍ରଶେଖର ରଣା, ଚୈତନ୍ୟ ରଣା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ l

ପରମାନନ୍ଦ ଠାକୁର ଙ୍କ ରିପୋର୍ଟ୍ 

Related posts

ସଂପୂର୍ଣ୍ଣ ହେଲା ମାଁ ତାରିଣୀ ଶୈବ ଶକ୍ତି ମନ୍ଦିର ପ୍ରସିଦ୍ଧ ଝାମୁଯାତ୍ରା 

Sunil Chandra Nayak

ଶ୍ରୀଶ୍ରୀ ଶନିଦେବଙ୍କ ୧୩ତମ ଜନ୍ମବାର୍ଷିକ ଉତ୍ସବର ପୂର୍ଣ୍ଣାହୁତି

Sunil Chandra Nayak

ନାଗଭଣ ଗ୍ରାମ ରାଧାକୃଷ୍ଣ ମନ୍ଦିରରେ ଗୁରୁପୂର୍ଣ୍ଣିମା ମହାସମାରୋହରେ ଅନୁଷ୍ଠିତ 

masiha

Leave a Comment

error: Content is protected !!