ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାନ୍ତିଝରରେ ଜମୁଛି ପର୍ଯ୍ୟଟକଙ୍କ ଭିଡ 

ସାନ୍ତିଝରରେ ଜମୁଛି ପର୍ଯ୍ୟଟକଙ୍କ ଭିଡ 

ନବରଙ୍ଗପୁର :(୮/୧୨/୨୪)(ରବି ନାରାୟଣ ମହାନ୍ତି (ଧରାକୋଟ ଠାରୁ ଦୁଇ କିମି ଦୂରରେ ଥିବା ସାନ୍ତିଝର ପୀଠରେ ପର୍ଯ୍ୟଟକଙ୍କ ବେସ ଭିଡ ଦିନକୁ ଦିନ ବଢୁଥିବା ଦେଖିବାକୁ ମିଳୁଛି। ଧରାକୋଟ ଥାନା ନିକଟ ଗାନ୍ଧୀ ଛକ ଠାରୁ ଦକ୍ଷିଣ ଦିଗକୁ ମାତ୍ର ଦୁଇ କିମି ଦୂରରେ ଅବସ୍ଥିତ ସାନ୍ତିଝର ପୀଠ । ସୁଳିଆ ପାହାଡ଼ର ପାଦ ଦେଶରେ ଅପରୂପ ପ୍ରାକୃତିକ ସୌନ୍ଦର୍ଯ୍ୟ ରେ ଭରପୁର ଏହି ପୀଠ । ଶାନ୍ତ କାନ୍ତ ପରିବେଶ ସାଙ୍ଗକୁ ବଣ ଜଙ୍ଗଲରୁ ଝରି ଆସୁଥିବା ଝରଣା ର କୁଳୁ କୁଳୁ ନାଦ ଏହାର ପରିବେଶକୁ ଆହୁରି ଅମୋଦିତ କରିଥାଏ । ଶାନ୍ତିର ପ୍ରତୀକ ଭଗବାନ ବୁଦ୍ଧ ଙ୍କ ପ୍ରତିର୍ମୂର୍ତି ଦର୍ଶକଙ୍କ ମନ ମୋହୁଥିବା ବେଳେ ପୀଠର ପାଦ ଦେଶରେ ମା କଠୁଳିଆ ଦେବୀଙ୍କ ମନ୍ଦିର ,ମଧ୍ୟ ଭାଗରେ ସିଦ୍ଧ ଗୁମ୍ଫାରେ ମା ରାଜ ରଜେଶ୍ୱରି ଗଡଚଣ୍ଡି ଙ୍କ ଜ୍ୱଳନ୍ତ ମୂର୍ତ୍ତି, ସବା ଉପରେ ହନୁମାନ ବାଟିକା ଶିଶୁ ହନୁମାନଙ୍କ ମୂର୍ତ୍ତି ବିରାଜମାନ । ହନୁମାନ ବାଟିକା ନିକଟରେ ଜଳ ପରିପୂର୍ଣ ଶାନ୍ତିଝର ଡେମ। ତଳ ଭାଗରେ ରହିଥିବା ଶିଶୁ ପାର୍କ ପିଲାଙ୍କ ମନ ମହୁଥିବା ବେଳେ ମହାବୀର ଘାଟିରେ ଗାଡି ଚାଳନା ପର୍ଯ୍ୟଟକ ମାନଙ୍କୁ ଅନନ୍ୟ ଅନୁଭୂତି ଦେଇଥାଏ । ବିଶେଷ କରି ଡିସେମ୍ବର ଓ ଜାନୁଆରୀ ମାସ ରେ ରାଜ୍ୟର କୋଣ ଅନୁକୋଣରୁ ଲୋକେ ଏଠାରେ ଭିଡ ଜମାଉଥିବା ବେଳେ ବିଦ୍ୟାଳୟ ଗୁଡ଼ିକର ଛାତ୍ର ଛାତ୍ରୀ ମାନଙ୍କ ପିକନିକ ପାଇଁ ଏଠାରେ ଭିଡ ଜମାଉଛନ୍ତି। ବଣ ଭୋଜି ପାଇଁ ବିଶୁଦ୍ଧ ପାନୀୟ ଜଳ ସାଙ୍ଗକୁ ଭୋଜି ରାନ୍ଧିବା ପାଇଁ ପିଣ୍ଡି ,ସୁନ୍ଦର ପରିବେଶ ଓ ନିକଟରେ ଥିବା ପାର୍କିଂ ସ୍ଥାନ ଦର୍ଶକଙ୍କୁ ଏଠାକୁ ଆକୃଷ୍ଟ କରିଥାଏ । ସବୁଠାରୁ ଆକର୍ଷଣୀୟ କଥା ହେଲା ସନ୍ଧ୍ୟା ସମୟରେ ମୟୂର ପକ୍ଷୀ ମାନେ ଦଳ ଦଳ ହୋଇ ପୀଠ ନିକଟରେ ବିଚରଣ କରିଥାନ୍ତି । ମୟୂର ପକ୍ଷୀ ମାନଙ୍କ ସୁରକ୍ଷା ସାଙ୍ଗକୁ ପରିବେଶର ସ୍ବଚ୍ଛତା ପାଇଁ ଶାନ୍ତିଝର ଉନ୍ନୟନ କମିଟି ସର୍ବଦା ଗୁରୁତ୍ବ ଆରୋପ କରୁଥିବାରୁ ବର୍ଷ ସାରା ଏଠାକୁ ପିକନିକ ପାଇଁ ଲୋକେ ଏଠାକୁ ଆସନ୍ତି । ସମ୍ପ୍ରତି ଶାନ୍ତିଝର ଉନ୍ନୟନ କମିଟି ର ସଭାପତି ସୁନିଲ କୁମାର ଚୌଧୁରୀ ଙ୍କ ଉଦ୍ୟମ କ୍ରମେ ହନୁମାନ ବାଟିକା ରେ ଏକ ୩୨ ଫୁଟ ଉଚ୍ଚତାର ହନୁମାନ ପ୍ରତିମୂର୍ତ୍ତି ନିର୍ମାଣ ଚାଲିଛି । ଏସବୁ ସତ୍ତ୍ୱେ ଏହାର ଭିତ୍ତି ଭୂମିର ବିକାଶ ସହ ଏହି ପୀଠକୁ ଆହୁରି ଆକର୍ଷଣୀୟ କରିବା ପାଇଁ ରାଜ୍ୟ ସରକାର ଏହି ପୀଠକୁ ପର୍ଯ୍ୟଟନ ସ୍ଥଳୀ ର ମାନ୍ୟତା ପ୍ରଦାନ ପାଇଁ ଅଞ୍ଚଳ ବାସି ଦାବୀ କରିଛନ୍ତି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ପଞ୍ଚାୟତ ସମିତି ପରିସରରେ “ସୁଭଦ୍ରା ମିଶନ ଶକ୍ତି କାଫେ” ଉଦଘାଟିତ 

Sunil Chandra Nayak

ଶ୍ରୀଜଗନ୍ନାଥ ସୌରଭ ସମ୍ଭାର ହିନ୍ଦୀ ପୁସ୍ତକ ଓ “ଶ୍ରୀଜଗନ୍ନାଥ ରଥଯାତ୍ରା ଉତ୍ସବ” ଶାସ୍ତ୍ର ଓ ସଂସ୍କୃତି ସମ୍ବନ୍ଧୀୟ ଆନ୍ତର୍ଜାତୀୟ ଆଲୋଚନା ଚକ୍ର ଅନଷ୍ଠିତ

Sunil Chandra Nayak

ଧର୍ମଗଡ ବିଧାୟକ ଙ୍କ ଜନସଂପର୍କ ଯାତ୍ରା। ଗାଁ ର ସମସ୍ୟା ଶୁଣିଲେ,ସମାଧାନ ପାଇଁ ପ୍ରତିଶ୍ରୁତି ଦେଲେ

Sunil Chandra Nayak

Leave a Comment

error: Content is protected !!