ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ରୁଦ୍ର ପ୍ରସାଦ ସାହୁ ମେମୋରିଆଲ ଜୁନାଗଡ଼ କପ : ବରଗଡ଼କୁ ହରାଇ କେସିଙ୍ଗା ଚାମ୍ପିଅନ 

ରୁଦ୍ର ପ୍ରସାଦ ସାହୁ ମେମୋରିଆଲ ଜୁନାଗଡ଼ କପ : ବରଗଡ଼କୁ ହରାଇ କେସିଙ୍ଗା ଚାମ୍ପିଅନ 

ଜୁନାଗଡ଼, ୨୩/୧୨/(ମ ନି ସ) -ସ୍ଥାନୀୟ ବିଜୁ ପଟ୍ଟନାୟକ ଷ୍ଟାଡିଅମ ଠାରେ ରୁଦ୍ର ପ୍ରସାଦ ସାହୁ ମେମୋରିଆଲ ଜୁନାଗଡ଼ କପ କ୍ରିକେଟ ଫାଇନାଲ ରେ କେସିଙ୍ଗା ଏକ ରୋମାଞ୍ଚକ ମେଚ ଖେଳି ବରଗଡ଼ କୁ ହରାଇ ଚାମ୍ପିଅନହୋଇଛି। ଟସ ଜିତି ବେଟିଙ୍ଗ ନିଷ୍ପତି ନେଇ ଥିଲେ କେସିଙ୍ଗା ।

ବେଟିଙ୍ଗ କରି ୩୦ ଓଭର ରେ ୨୨୫/୮ରନ ସଂଗ୍ରହ କରିଥିଲେ । ଜବାବ ରେ ବରଗଡ଼ ୨୬ ଓଭର ୫ ବଲ ରେ ସମସ୍ତ ଉଇକେଟ ହରାଇ ୧୮୭ ରନ କରି ହାରି ଯାଇ ଥିଲେ । ମେନଅଫ ଦି ମ୍ୟାଚ୍ ରେ ବିଭୁତି ମଲ୍ଲିକ ପାଇ ଥିଲେ । ମେନ ଅଫ ଦି ଟୁର୍ନାମେଣ୍ଟ ସୂର୍ଯ୍ୟକାନ୍ତ ଭୁତିଆ ପାଇଥିଲେ lନିୟୁ ରେଡ ଷ୍ଟାର ସ୍ପୋର୍ଟ୍ସ କ୍ଲବ ଦ୍ୱାରା ଆୟୋଜିତ ଏହି ଟୁର୍ନାମେଣ୍ଟ ରେ ଅତିଥି ଭାବେ ସମାଜସେବୀ ନେତ୍ରାନନ୍ଦ ମହାନ୍ତି, ସାମ୍ୱାଦିକ ୟୁନିଅନ ସଭାପତି ଖଗେଶ୍ୱର ଢଙ୍ଗଡ଼ାମlଝି ପୂର୍ବତନ ଖେଳାଳି ବସନ୍ତ ସେଠି ଉପସ୍ଥିତ ଥିଲେ।ସନ୍ଧ୍ୟା ରେ ମୁଖି ଅତିଥି ଭାବରେ ବିଧାୟକ ସାଗର ଚରଣ ଦାସ,ଡାକ୍ତର ଭଗବାନ ପଣ୍ଡା, ପୂ ନଗରପାଳ ସୁଧାଂଶୁ ଶେଖର ବରାଡ଼, ସମ୍ବାଦ ଜିଲ୍ଲା ପ୍ରତିନିଧି ଦେବେନ୍ଦ୍ର ବିଶି, ବରିଷ୍ଠ ଶିକ୍ଷକ ବିଜୟ କୁମାର ପାଢ଼ୀ, ସମାଜସେବୀ ଉଦ୍ଧବ ସାହୁ, ଇଞ୍ଜିନିଅର ସଞ୍ଜୟ ମଲ୍ଲିକ, ସରପଞ୍ଚ ଦିବ୍ୟ ଦୀପ ସ୍ବର୍ଗତ ରୁଦ୍ର ପ୍ରସାଦ ସାହୁ ଙ୍କ ପରିବାର ଯୋଗ ଦେଇ ଥିଲେ । ବିପ୍ଳବ ସିଂ ଓ ତେଜନ ଦୁର୍ଗା ଓ ତୃତୀୟ ଅମ୍ପାୟାର ସମୀର ସାହୁ ଓ ଦିପେନ ସାହୁ ଖେଳ ପରିଚାଳନା କରିଥିବା ବେଳେ ଧାର।ବିବରଣି ଦାୟିତ୍ୱ ମାନସ ସାହୁ, ନୀତିଶ ମହାପାତ୍ର ବିନୟ ସାହୁ , ନେଇଥିଲେ । ମୁକେଶ ପୋଡ଼ ସ୍କୋରର ଦାୟିତ୍ୱ ନେଇଥିଲେ । ହାସୀମ ଖାନ ଅନଲାଇନ ସ୍କୋର ଦାଇତ୍ୱ ନେଇଥିଲେ । ୟୂ ଟ୍ୟୁବ ଲାଇଭ ରୀତିକ କରିଥିଲେ । ଆଜିର ଖେଳ ରେ କ୍ଲବସଭାପତି ହିମାଂଶୁ ଶେଖର ବରାଡ଼, ଉପ ସଭାପତି ସରୋଜ କୁମାର ପଣ୍ଡା, ଅର୍ଗାନାଇଜସେକ୍ରେଟାରୀ ମାନସ ସାହୁ ,ସହ ସମ୍ପାଦକ କଂନେଇ ରାହୁଲ, କୋଷାଧ୍ୟକ୍ଷ ଦିଲୀପ ପଣ୍ଡା, ସୁଶୀଲ ଠାକୁର, ଦୀପକ ସାହୁ, ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ । 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ମଣିଭଦ୍ରା କ୍ରିକେଟ ଟୁଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ମୁସ୍କୁଟି ଟିମ୍ ବିଜୟୀ

Sunil Chandra Nayak

ରାମଚନ୍ଦ୍ରପୁରରେ ୨୪ ତମ ଦୁଇ ଦୀବସୀୟ ବାର୍ଷିକ କ୍ରୀଡା ଓ ନୃତ୍ୟ ପ୍ରତିଯୋଗିତା

Sunil Chandra Nayak

ଚନ୍ଦୁ ସାହାଣୀ ଅଲ ଓଡିଶା କ୍ରିକେଟ ଟୁର୍ନାମେଣ୍ଟ, ଭବାନୀପାଟଣା କୁ ହରାଇ ସମ୍ବଲପୁର ସେମି ଫାଇନାଲ ରେ

masiha

Leave a Comment

error: Content is protected !!