ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂ ଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ସଭା‌ 

ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂ ଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ସଭା‌ 

ନବରଙ୍ଗପୁର:(୨୮|୧୨)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲା ର ସଦର ମହକୁମା ର ଶାସ୍ତ୍ରୀ ଭବନ ଟାଉନହଲ ଠାରେ ଗତକାଲି ସଂଧ୍ୟାରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂ ଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ସଭା‌ ଅନୁଷ୍ଠିତ‌ ହୋଇଥିଲା । ସ୍ୱାଧୀନତା ସଂଗ୍ରାମୀ ଶହୀଦ ସ୍ମୃତି ସଂସଦ ର‌ ରାଜ୍ୟ ଅଧ୍ୟକ୍ଷ ତଥା ପୂର୍ବତନ ରାଜ୍ୟ କଂଗ୍ରେସ ଉପସଭାପତି, ବରିଷ୍ଠ ନେତା ଶ୍ରୀ ମୁନା ତ୍ରିପାଠୀ ଙ୍କ ଅଧ୍ୟକ୍ଷତା ରେ ବହୁ ପ୍ରଭାବଶାଳୀ ବ୍ୟକ୍ତି ବିଶେଷ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।ମଂଚ ପରିଚାଳନା ସହ ଡଃ ମନମୋହନ ସିଂ ଙ୍କ ସହ‌ ତାଙ୍କ ପୁରୁଣା ଅନୁଭୂତି ପ୍ରକାଶ କରିଥିଲେ । ମାତୃ ଆଶ୍ରୟ ଆଶ୍ରମ ର ଅଧ୍ୟକ୍ଷା ଶ୍ରୀମତୀ କାଦମ୍ବିନୀ ତ୍ରିପାଠୀ ଧନ୍ୟବାଦ ଦେବା ସହ ନୂଆଦିଲ୍ଲୀ ର ନିର୍ଭୟା କାଣ୍ଡ ରେ ନାବାଳିକା ଘଟଣାରେ କିଭଳି ତାସହ ଓ ତା ପରିବାର ସହ ସାଥ ଦେଇଥିଲେ ସେ କାହାଣୀ ଦୋହରାଇ ଥିଲେ।ଡାବୁଗାଁ ବିଧାୟକ ଶ୍ରୀ ମନୋହର ରନ୍ଧାରୀ , ନବରଙ୍ଗପୁର ବିଧାୟକ ଶ୍ରୀ ଗୈାରୀ ଶଙ୍କର ମାଝୀ, ପୂର୍ବତନ ରାଜ୍ୟ ସଭା ସାଂସଦ ଶ୍ରୀ ଭଗବାନ ମାଝୀ, ପୂର୍ବତନ ବିଧାୟକ ଶ୍ରୀ ସଦାଶିବ ପ୍ରଧାନୀ , କବି ଶ୍ରୀ ନାରାୟଣ ପଣ୍ଡା, ଶିକ୍ଷାବିତ୍ ଡଃ ବିଜୟ କୁମାର ମିଶ୍ର, ଆଦିବାସୀ ନେତା ଶ୍ରୀ ଅର୍ଜୁନ ଭତରା, ଦଳିତ ନେତା ଶ୍ରୀ ଲଳିତ ମୋହନ ନାୟକ, ରାଜ୍ୟ‌ ଅମଲାସଂଘ ସଭାପତି ଶ୍ରୀ ତ୍ରିପତି ବାଲାଜୀ ସାହୁ , ଶ୍ରୀ ‌ଜଗନ୍ନାଥ ମନ୍ଦିର ନିର୍ମିତ ସଂପାଦକ ଶ୍ରୀ ସତ୍ୟବାଦୀ ଷଡ଼ଙ୍ଗୀ ,ଶ୍ରମିକ ସଂଗଠନ ନେତା ସିରାଜ ଉଦ୍ଧିନ ଅହମ୍ମଦ, ନାଟ୍ୟକାର ଶ୍ରୀ ଦେବଦାସ ମହାଙ୍କୁଡ, କବିୟତ୍ରି ଶ୍ରୀମତୀ ପ୍ରଭାସିନୀ ମହାନ୍ତି,ରାଜ୍ୟ ସରକାର ଙ୍କ ହସ୍ତଶିଳ୍ପ ସଦସ୍ୟା ସୁଶ୍ରୀ ପ୍ରଭାତୀ ପାତ୍ର, ବିଜେଡି ନେତ୍ରୀ ଶ୍ରୀମତୀ କୌଶଲ୍ୟା ପ୍ରଧାନୀ, ବରିଷ୍ଠ ସାମ୍ବାଦିକ ଶ୍ରୀ ବାଙ୍କ ବିହାରୀ ବିଷୋୟୀ ,ନଗର କଂଗ୍ରେସ ସଭାପତି ଶ୍ରୀ ପ୍ରଦୀପ ସାହୁ, ଶିକ୍ଷାବିତ୍ ଶ୍ରୀ ନିରଂଜନ ମିଶ୍ର, ସମାଜସେବୀ ଶ୍ରୀ ସର୍ବୈଶ୍ଵର ପାତ୍ର ,ବ୍ଲକ କଂଗ୍ରେସ ସଭାପତି ଅବଦୁଲ ଫିରୋଜ,‌ରାଜୀବ ଗାନ୍ଧୀ ପଂଚାୟତ ରାଜ୍ୟ ସଂଯୋଜକ ଶ୍ରୀ ପ୍ରକାଶ ସାମନ୍ତରାୟ, ବିଜେଡି ଜିଲ୍ଲା ଉପସଭାପତି ଶ୍ରୀ ସରୋଜ ପାତ୍ର, ନନ୍ଦାହାଣ୍ଡି ସାଂସଦ ପ୍ରତିନିଧି ଶ୍ରୀ ଜାନକୀ ବିଷୋୟୀ, କଂଗ୍ରେସ ସଂଖ୍ୟାଲଘୁ ରାଜ୍ୟ ସଂଯୋଜକ ଶ୍ରୀ ସୁନାମ ପାତ୍ର ସୁନା, ବିଜେଡି କାଉନସିଲର ଶ୍ରୀ ନଗେନ୍ଦ୍ର ପଟନାୟକ,ସାଇ କେୟାର ‌ଏମ ଡି ଶ୍ରୀ ଦୁର୍ଗା ପାଢ଼ୀ, ଶିକ୍ଷାବିତ୍ ଶ୍ରୀମତୀ ସ୍ଵଣ୍ଣଲତା ପଟ୍ଟନାୟକ ,ସରକାରୀ ଅଧିବକ୍ତା ଶ୍ରୀ ପୂର୍ଣ୍ଣ ମହାପାତ୍ର, ମଣ୍ଡଳ କ଼ଂଗ୍ରେସ ସଭାପତି ଶ୍ରୀ ନବଜୀବନ ମନ୍ଦାର, ନଗର‌ କଂଗ୍ରେସ ଉପସଭାପତି ଶ୍ରୀ ‌କାଳି ଚରଣ ପାତ୍ର, ପରିବର୍ତ୍ତନ ଫାଉଣ୍ଡେସନ ସଭାପତି ଶ୍ରୀ ନୀନିବାବୁ ତ୍ରିପାଠୀ,ଶ୍ରୀ ସୁମିତ ପାଳ , ସୁଶ୍ରୀ ଝରଣା ପଟନାୟକ ବହୁ ପ୍ରମୁଖ ସଦସ୍ୟ ଯୋଗଦାନ କରିଥିଲେ। 

(ମ ନି ସ )

Related posts

ଗ୍ରୀଷ୍ମଋତୁ ଆରମ୍ଭରୁ ପାଣି ପାଇଁ ହନ୍ତସନ୍ତ କାଇଁଶିରି ଗ୍ରାମବାସୀ

Sunil Chandra Nayak

ନବରଙ୍ଗପୁରରେ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ପର୍ଯ୍ୟାପ୍ତ: ଖାଉଟି ଆତଙ୍କିତ ନ ହେବାକୁ ପରାମର୍ଶ

ରଶ୍ମି ରଞ୍ଜନ ସିଦ୍ଧାଶ୍ରମର ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!