ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ଲାମ୍ପରେ ଧାନମଣ୍ଡି ଉପଜିଲ୍ଲାପାଳଙ୍କ ଦ୍ବାରା ଶୁଭ ଉଦଘାଟିତ ଓ ଧାନକିଣା ଶୁଭାରମ୍ଭ 

ରାଇରଙ୍ଗପୁର ଲାମ୍ପରେ ଧାନମଣ୍ଡି ଉପଜିଲ୍ଲାପାଳଙ୍କ ଦ୍ବାରା ଶୁଭ ଉଦଘାଟିତ ଓ ଧାନକିଣା ଶୁଭାରମ୍ଭ 

 ମୟୂରଭଞ୍ଜ -୩୦/୧୨ ( ମସିହା)ସୋମବାର ଦିନ ପୂର୍ବାହ୍ନରେ ରାଇରଙ୍ଗପୁର ଲାମ୍ପରେ ଧାନମଣ୍ଡି ବାମନଘାଟୀ ଉପ ଜିଲ୍ଲାପାଳ ଶ୍ରୀ ସୌମ୍ୟରଂଜନ ପ୍ରଧାନ, ରାଇରଙ୍ଗପୁର ବ୍ଳକ ଅଧ୍ୟକ୍ଷ ଶ୍ରୀ ଜ୍ଞାନ ରଂଜନ ହେମ୍ବ୍ରମ, ରାଇରଙ୍ଗପୁର ତହସିଲଦାର ଶ୍ରୀ ବିଶ୍ଵନାଥ ବିଶ୍ବାଳ, ରାଇରଙ୍ଗପୁର ବିଡ଼ିଓ ଶ୍ରୀମତୀ ନାରାୟଣୀ ପ୍ରିୟଦର୍ଶିନୀ ପଣ୍ଡା, ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲା ଯୋଗାଣ ବିଭାଗ ଅଧିକାରୀ ଶ୍ରୀ ସାରଙ୍ଗଧର ବେହେରା ,ଏଆରସିସି ଲକ୍ଷ୍ମୀଧର ରାଉତ,ଏସଆରସିସି ମିର୍ଜା ହେମ୍ବ୍ରମ,,ଏମ ଆଇ , ରାଇରଙ୍ଗପୁର ଲାମ୍ପ ଏମଡି ଲୋପାମୁଦ୍ରା ମହାନ୍ତ ପ୍ରମୁଖ ଯୋଗ ଦେଇ ଫିତା କାଟି ଶୁଭାରମ୍ଭ କରିଥିଲେ ।ପୂଜକ ପୂଜାର୍ଚ୍ଚନା କରିଥିଲେ । ଅତିଥି ଗଣ କହିଥିଲେ ଓଡିଶା ଏକ କୃଷି ପ୍ରଧାନ ରାଜ୍ୟ ।ଚାଷୀ ହସିଲେ ଦେଶ ହସିବ ।ଅନ୍ନଦାତାମାନେ ଦେଶର ଆର୍ଥିକ ବିକାଶର ମେରୁଦଣ୍ଡ । ସେମାନଙ୍କର ଉନ୍ନତି ଦେଶର ଉନ୍ନତି । କେନ୍ଦ୍ର ଓ ରାଜ୍ୟ ସରକାର ଚାଷୀମାନଙ୍କ ବିକାଶ ତଥା ଆର୍ଥିକ ସଶକ୍ତିକରଣ ପାଇଁ ବହୁବିଧ ଯୋଜନା କରିଛନ୍ତି ।ଚାଷୀମାନଙ୍କୁ ଆଗକୁ ବଢିଵା ପାଇଁ ସରକାର ଓ ପ୍ରଶାସନ ଶତପ୍ରତିଶତ ପ୍ରତିଶ୍ରୁତି ବଦ୍ଧ । ଚାଷୀମାନେ ସରକାରଙ୍କ ନିୟମାବଳୀ ଅନୁସାରେ ଏବଂ ଟୋକନ ଅନୁସାରେ ଏଫେ କ୍ଯୁ ଧାନ, ପରିଷ୍କାର ,ପରିଛନ୍ନ ଧାନ ମଣ୍ଡିକୁ ଆଣି ମଣ୍ଡିରେ ଧାନ ଓଜନ କରି ହସ୍ତାନ୍ତର କରିବା ପାଇଁ କହିଥିଲେ ।ସେହି ଅନୁସାରେ ସରକାରଙ୍କ ତରଫରୁ ଚାଷୀମାନଙ୍କୁ ୨୩୦୦ ଟଙ୍କା ଧାନ କ୍ଵିଣ୍ଟାଲ ସହ ପରେ ଅତିରିକ୍ତ ୮୦୦ ଟଙ୍କା ପ୍ରୋତ୍ସାହନ ରାଶି ତଥା ୩୧୦୦ ଟଙ୍କା ଦିଆଯିବ । ଚାଷୀମାନେ ଯାହାକିଛି ଅସୁବିଧା ଭୋଗୁଛନ୍ତି ତାହା ପ୍ରଶାସନ କୁ ଜଣାଇଲେ ତୁରନ୍ତ ସମାଧାନ ପାଇଁ ପଦକ୍ଷେପ ନିଆଯିବ ।କୌଣସି ଦଲାଲଙ୍କ ପାଖରେ ନ ପଡ଼ିବାକୁ କୁହାଯାଇଛି ।ଦୁର୍ନିତୀ କୁ ବରଦାସ୍ତ କରାଯିବ ନାହିଁ ।ଚାଷୀ ମାନଙ୍କୁ ସବୁବେଳେ ଲାମ୍ପ ତରଫରୁ ସରକାରଙ୍କ ଗାଇଡ ଲାଇନ ଅନୁସାରେ ସହଯୋଗ କରାଯିବ ବୋଲି ଏମଡି ଲୋପାମୁଦ୍ରା ମହାନ୍ତ କହିଛନ୍ତି ।ଆଜି ପ୍ରଥମ ଦିନରେ ୮ ଜଣ ଚାଷୀ ମଣ୍ଡିକୁ ଧାନ ଆଣିଛନ୍ତି ।ଏହି ଲାମ୍ପ ରେ ଚଳିତ ବର୍ଷ ୭୯୧ ଜଣ ଚାଷୀ ପଂଜିକୃତ କରିଛନ୍ତି ସେମାନଙ୍କ ଠାରୁ ୩୦ ହଜାର କ୍ଵିଣ୍ଟାଲ ଧାନ କ୍ରୟ କରାଯିବ ।ଏହି ବାମ୍ଫରେ ହଳଦା,ଭାଲୁବସା,ସାନପାଖଣା,ପୁରୁଣା ପାଣି ଏବଂ ରାଇରଙ୍ଗପୁର ମ୍ୟୁନିସିପାଲିଟିର ପଂଜିକୃତ ଚାଷୀମାନେ ଧାନ ବିକ୍ରୟ କରି ପାରିବେ ।କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଚାଷୀ ଯୋଗ ଦେଇଥିଲେ ।ମଣ୍ଡିରେ ଲାମ୍ପ ତରଫରୁ ପିଇବା ପାଣି,ବର୍ଷା ଓ ଖରା ଦାଉରୁ ରକ୍ଷା ପାଇବା ପାଇଁ ଛାଉଣି,ବିଶ୍ରାମ ସ୍ଥାନ ବ୍ୟବସ୍ଥା କରାଯାଇଛି ।

   ପରିଚାଳନାରେ ଆଶୁତୋଷ ମହାନ୍ତ,ସଂଜିତ ବାରିକ,ରୁପାଲି ମହାନ୍ତ, ଇନ୍ଦ୍ରଜିତ ବାରିକ,କୃଷ୍ନ ମହାନ୍ତ,ବିଶ୍ବକଳ୍ପିତା ମହାନ୍ତ ପ୍ରମୁଖ ସହଯୋଗ କରିଥିଲେ ।

   ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

କାର୍ଯ୍ୟରତ ମହିଳା କର୍ମଚାରୀଙ୍କ ଚିକତ୍ସାଧିନ ଅବସ୍ଥାରେ ମୃତ୍ୟୁ

masiha

ବାଣିଜ୍ୟ ଓ ପରିଚାଳନା କ୍ଷେତ୍ରରେ ନୂତନ ସମ୍ଭାବନା ସମ୍ପର୍କୀତ ଦୁଇଦିନିଆ ଅନ୍ତର୍ଜାତୀୟ ଆଲୋଚନା ଚକ୍ର ଉଦ୍‌ଯାପିତ

masiha

ଫାଇଲେରିଆ ନିରାକରଣ ଓ ସାର୍ବଜନୀନ ବାତଜ୍ୱର ଔଷଧ ସେବନ ବାବଦରେ ସଚେତନତା ରାଲି ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!