ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ଜିଲ୍ଲାସ୍ତରୀୟ ୭୬ ତମ ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ 

ନବରଙ୍ଗପୁର ଜିଲ୍ଲାସ୍ତରୀୟ ୭୬ ତମ ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ 

 ନବରଙ୍ଗପୁର : (ତା ୧୦.୦୧.୨୦୨୫)(ରବି ନାରାୟଣ ମହାନ୍ତି) ଜିଲ୍ଲା ସଦର ମହକୁମା ନବରଙ୍ଗପୁରଠାରେ ଆସନ୍ତା ୭୬ ତମ ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ଆଜି ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ ଗୃହରେ ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଅତିରିକ୍ତ ଜିଲ୍ଲାପାଳ( ରାଜସ୍ବ ) ନବୀନ ଚନ୍ଦ୍ର ନାୟକ , ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ବିରଞ୍ଚି ନାରାୟଣ ଦରୱାନ,ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଆଦିତ୍ୟ ସେନଙ୍କ ସମେତ ଆମନ୍ତ୍ରିତ ବିଭିନ୍ନ ଶିକ୍ଷାନଷ୍ଠାନର କର୍ମକର୍ତ୍ତା, ଦିବସ ପାଳନ ସହ ସଂପୃକ୍ତ ବିଭାଗୀୟ ଅଧିକାରୀ, ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ,ସହରର ବୁଦ୍ଧିଜୀବୀ ତଥା ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ । ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା ଦିବସ ପାଳନର କାର୍ଯ୍ୟକ୍ରମ ବିବରଣୀ ପାଠ କରିଥିଲେ।

 ସାଧାରଣତନ୍ତ୍ର ଦିବସରେ ଦିନ ସକାଳ ୪.୩୦ ମି ସମୟରେ ରାମଧୂନ୍, ସକାଳ ୭.୩୦ ମି ସମୟରେ ସହର ସ୍ଥିତ ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ, ସକାଳ ୭.୩୦ ମି. ସମୟରେ ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାନଙ୍କରେ ଜାତୀୟ ପତାକା ଉତ୍ତୋଳନ ଏବଂ ସକାଳ ୦୮. ୩୦ ମି. ସମୟରେ ମୁଖ୍ୟ ଅତିଥିଙ୍କ ଦ୍ଵାରା ଜାତୀୟ ପତାକା ଉତ୍ତୋଳନ ସହ ଉଦବୋଧନ କାର୍ଯ୍ୟକ୍ରମ ରହିଛି । ବ୍ୟାରିକେଡିଂ, ରାସ୍ତା ଓ ନାଳନର୍ଦ୍ଦମା ସଫା ସୁତୁରା, ଟ୍ରାଫିକ ନିୟନ୍ତ୍ରଣ , ଶାନ୍ତି ଶୃଙ୍ଖଳା,ପ୍ୟାରେଡ ଅଭ୍ୟାସ,ସାମୁହିକ ପ୍ୟାରେଡ୍, ଫଳ ଓ ମିଷ୍ଟାନ୍ନ ବଣ୍ଟନ, ବିଭିନ୍ନ ପ୍ରତିଯୋଗିତା, ବିଭିନ୍ନ ବିଭାଗୀୟ ପ୍ରଜ୍ଞାପନ ମେଢ ପ୍ରଦର୍ଶନ,ଅଗ୍ନି ନିର୍ବାପନ, ୨୦ ଓଭର ସୀମିତ କ୍ରିକେଟ୍ ମ୍ୟାଚ୍ , ପିଇବା ପାଣି, ଆମ୍ବୁଲାନ୍ସ, ଅସ୍ଥାୟୀ ବିଦ୍ୟୁତ ଯୋଗାଣ,ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ସୂଚାରୁରୂପେ ନିର୍ବାହ କରିବା ପାଇଁ ସଂପୃକ୍ତ ପୂର୍ତ୍ତ, ପୌର ପରିଷଦ, ସ୍ବାସ୍ଥ୍ୟ ବିଭାଗ, ପୋଲିସ୍, ଉଦ୍ୟାନ ବିଭାଗ, କ୍ରୀଡା ବିଭାଗ, ପି.ଏଚ୍. ଡି. ,ଯୋଗାଣ ବିଭାଗ, ଶିକ୍ଷା ବିଭାଗ, ସମାଜ କଲ୍ୟାଣ ,ଜିଲ୍ଲା ପରିବହନ, ସମନ୍ଵୀତ ଆଦିବାସୀ ଉନ୍ନୟନ ସଂସ୍ଥା,କୃଷି, ବଣିକ ସଂଘ କର୍ମକର୍ତ୍ତା,ସଂସ୍କୃତି ବିଭାଗ ଅଧିକାରୀ ଙ୍କୁ ଦାୟିତ୍ଵ ଦିଆଗଲ।। ଚଳିତ ବର୍ଷ ବିଭିନ୍ନ ସ୍କୁଲ କଲେଜ ରୁ ୨୪ ଟି ପ୍ଲାଟୁନ୍ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ପ୍ୟାରେଡ୍ ଅଭ୍ୟାସ ପାଇଁ ପ୍ରତ୍ୟେକ ପ୍ଲାଟୁନ୍ ୨୨/୦୧,ଏବଂ ୨୩/୦୧ ଏବଂ ୨୪/୦୧/୨୦୨୫ ସକାଳ ୦୮.୦୦ ଘ: ସମୟରେ ନବରଙ୍ଗପୁର ଷ୍ଟାଡିୟମରେ ଉପସ୍ଥିତ ରହି ପ୍ୟାରେଡ ଅଭ୍ୟାସ କରିବେ । ଅତିରିକ୍ତ ଜିଲ୍ଲାପାଳ ସମସ୍ତ ଅଧିକାରୀ ଓ ଅନୁଷ୍ଠାନ ନିଜ ନିଜର ଦାୟିତ୍ଵ ଠିକ୍ ରୂପେ ତୁଲାଇବାକୁ କହିବା ସହ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଶେଷରେ ଡି.ଆଇ.ପି.ଆର.ଓ ଧନ୍ୟବାଦ ଅର୍ପଣ କରିଥିଲେ ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଜୁନାଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବନ ମହୋତ୍ସବ ପାଳିତ 

masiha

କବିଭୂଷଣ ରାଜକିଶୋର ପଟ୍ଟନାୟକ ସ୍ମୃତି ସଂସଦ ପକ୍ଷରୁ ପାଠାଗାର ତଥା ଜାତୀୟ ଗ୍ରନ୍ଥାଗାରିକ ଦିବସ ଓ ବ୍ୟବହାରିକ ସଚେତନତା କାର୍ଯ୍ୟକ୍ରମ-୨୦୨୫ ପାଳିତ

Sunil Chandra Nayak

ଝରିଆଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ରୀଡା ଉତ୍ସଵ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!