ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମହା ସମାରୋହ ସହ ଉଦଯାପନ ହେଲା ନବରଙ୍ଗପୁର ର ପୁଷ୍ ପୁନେଇ ପରବ ୨୦୨୫ 

ମହା ସମାରୋହ ସହ ଉଦଯାପନ ହେଲା ନବରଙ୍ଗପୁର ର ପୁଷ୍ ପୁନେଇ ପରବ ୨୦୨୫ 

ନବରଙ୍ଗପୁର:(୧୬|୧)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲା ସଦର ମହକୁମା ପୋଲିସ ପଡିଆ ଠାରେ ତିନି ଦିନ ଧରି ଚାଲିଥିବା ପୁଷ୍ ପୁନି ପରବ ୨୦୨୫ ମହା ସମାରୋହରେ ଉଦଯାପନୀ ହୋଇଯାଇଛି l ପ୍ରାଚୀନ ଇତିହାସ ରେ ପୁଷ ପୁନେଇ ପରବରେ ସମଗ୍ର ଉତ୍କଳ ରେ ଖ୍ୟାତି ଅର୍ଜନ କରିଥିଲା l ପ୍ରକାଶଥାଉକି, ଏହି ପ୍ରାଚୀନ ଅଞ୍ଚଳ କନ୍ଧ, ପରଜା, ସଉରା, ଭତରା ପ୍ରଭୃତି ଜନ ଜାତି କୁ ନେଇ ପୁଷ ପୁନେଇ ଆରମ୍ଭ ହୋଇଥିଲା l ପରବର୍ତ୍ତୀ ସମୟରେ ସାଧାରଣ ବର୍ଗଙ୍କ ସାମାଜିକ ଜୀବନରେ ଏହାର ପ୍ରଭାବ ଓ ପରମ୍ପରା ଜାଗୃତି ହୋଇଥିଲା l ପୂର୍ବ ପୁରୁଷ ଠାରୁ ଏହି ପୁଷ ପୁନି ପରବ ତଥା ଭେଟଘାଟ ପାଳନ ହୋଇ ଆସୁଅଛି | ଗାଁ ଦାଣ୍ଡରେ ନିଜ ଆଦିବାସୀ ପରମ୍ପରା ଏବଂ ନୀତି ରେ ପାଳନ କରାଯାଇଥାଏ ପୁଷ ପୁନି ଭେଟଘାଟ | କିନ୍ତୁ ଆଜି ଗାଁ ରୁ ସହରରେ ମଧ୍ୟ ପୁଷ୍ ପୁନି ଭେଟଘାଟ ପାଳନ କରାଯାଉଛି | ରାଜ୍ୟ ରେ ବର୍ଷ ତମାମ ଅନେକ ପର୍ବ ପାଳନ କରାଯାଇଥାଏ ତନ୍ମଧ୍ୟରୁ ପୌଷ ପୁର୍ଣିମା ତଥା ପୁଷ୍ ପୁନେଇ ଅନ୍ୟତମ | କୃଷି ଭିତ୍ତିକ ଏହି ପର୍ବ ପଶ୍ଚିମ ଓଡ଼ିଶା ଏବଂ ଦକ୍ଷିଣ ଓଡ଼ିଶା ର ଏକ ମହାନ ପର୍ବ | ଧାନ ଅମଳ ପରେ ଏହି ପର୍ବ ପାଳନ କରାଯାଇଥାଏ | ବର୍ଷ ଯାକର କଷ୍ଟ ଉପାର୍ଜିତ ଧାନ ଘରକୁ ଆଣିବା ଖୁସି ରେ ଚାଷୀ ଏହି ପୁଷ୍ ପୁନି ପାଳନ କରିଥାଏ | ଗ୍ରାମାଞ୍ଚଳ ରେ ପୁଅ ଝିଅ ମାନେ ଘର ଘର ବୁଲି ଛେର ଛେରା ମାଗିଥାନ୍ତି, ମିଳିଥିବା ସେହି ଟଙ୍କା ଓ ଚାଉଳ କୁ ନେଇ ଗାଁ ଦାଣ୍ଡ ରେ ଭୋଜିଭାତ ର ଆୟୋଜନ କରି ଆସର ଜମାଇଥାନ୍ତି | ଚଳିତବର୍ଷ “ପୁଷ୍ ପୁନେଇ-୨୦୨୫” ନବରଙ୍ଗପୁର ଠାରେ ପ୍ରଥମଥର ପାଇଁ ଆୟୋଜିତ ହୋଇଥିବା ସହ ଆଦିବାସୀ ଭାଷା ଭିତ୍ତିକ ପୁଷ ପୁନି ସମ୍ବନ୍ଧୀୟ ଏକ କବିତା ଆସର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ କୁ ସ୍ଵର୍ଣଲତା ପଟନାୟକ ଏବଂ ମନୋରମା ମାଝି ସଂଯୋଜନା କରିଥିଲେ | ବିଭିନ୍ନ କ୍ଷେତ୍ର ରେ ପାରଦର୍ଶୀକତା ଲାଭ କରିଥିବା କୃତୀ ବ୍ୟକ୍ତିତ୍ଵ ମାନଙ୍କୁ ମାନ ପତ୍ର ଏବଂ ଉପଢୌକନ ଦେଇ ଅତିଥି ମାନଙ୍କ ଦ୍ଵାରା ସମ୍ବର୍ଦ୍ଧନା କରାଯାଇଥିଲା | ପୁଷ୍ ପୁନି କମିଟି ର ଆବାହକ ମୁନା ତ୍ରିପାଠୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଦଯାପନି କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ ଜୟପୁର ତାରା ପ୍ରସାଦ ବାହିନୀପତି, ମାନ୍ୟବର ବିଧାୟକ ଡାବୁଗାଁ ମନହୋର ରନ୍ଧାରୀ, ପୂର୍ବତନ ସାଂସଦ ପର୍ଶୁରାମ ମାଝୀ, ପୂର୍ବତନ ରାଜ୍ୟ ସଭା ସାଂସଦ ଭଗବାନ ମାଝି, ମାନନୀୟ ପୌରାଧ୍ୟକ୍ଷ କୁନୁ ନାୟକ, ନବରଙ୍ଗପୁର ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ମହେଶ୍ଵର ନାୟକ, ଜିଲ୍ଲା ପ୍ରକଳ୍ପ ଅଧିକାରୀ, ଜରୁରୀ କାଳୀନ ବିଭାଗ ହିମାଂଶୁ ଶେଖର ପଟନାୟକ, କାଦମ୍ବିନୀ ତ୍ରିପାଠୀ, ଗୁପ୍ତ ନାରାୟଣ ଷଡଙ୍ଗୀ, ଅର୍ଜୁନ ଭତରା,ଦେବଦାସ ମହାଙ୍କୁଡ, ଡଃ ବିଜୟ ମିଶ୍ର, ମନୋରମା ମାଝୀ, ଓଡିଶା ରାଜସ୍ୱ ଅମଲା ସଂଘର ରାଜ୍ୟ ସଭାପତି ତ୍ରିପତି ବାଲାଜୀ ସାହୁ, ରତନ ମାଝୀ, ପୌରାଞ୍ଚଳ କାଉନସିଲର, ବୁଦ୍ଧିଜୀବୀ,ବିଭିନ୍ନ ସମାଜର ସଭାପତି ପ୍ରମୁଖ ଉପସ୍ଥିତ ଥିଲେ l ଏହି କାର୍ଯ୍ୟକ୍ରମରେ ଆଦିବାସୀ ସଂସ୍କୃତିର କଳା ପ୍ରଦର୍ଶନ ରେ ଜନସାଧାରଣ ଭରପୁର ଆନନ୍ଦ ଲାଭକରିଥିଲେl। ଇଞ୍ଜିନିୟର ଚନ୍ଦନା ମଲ୍ଲିକ ଏବଂ ଆଇନଜୀବୀ ଶ୍ରୀକାନ୍ତ ପଣ୍ଡା ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ | 

( ମ ନି ସ ) 

Related posts

ମଧୁପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବିଜ୍ଞାନ ମେଳା ଅନୁଷ୍ଠିତ

masiha

କଳାହାଣ୍ଡି ତୃତୀୟ ପର୍ଯ୍ୟାୟ ରେ ସାମିଲ ହେଲା ୧୧୫ ଉଚ୍ଚ ବିଦ୍ୟାଳୟ

ସାଥୀ ର ପରିବେଶ ସଚେତନତା ସାଇକେଲ ରାଲି 

masiha

Leave a Comment

error: Content is protected !!