ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସହକାରୀ ଶିକ୍ଷକ ସଂଘ (ଏକ୍ସ-କ୍ୟାଡର) ଜିଲା ସ୍ତରୀୟ ବୈଠକ 

ସହକାରୀ ଶିକ୍ଷକ ସଂଘ (ଏକ୍ସ-କ୍ୟାଡର) ଜିଲା ସ୍ତରୀୟ ବୈଠକ 

ଡାବୁଗାଁ,୨୩/୧ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷ ଠାରେ ଜିଲା ସହକାରୀ ଶିକ୍ଷକ ସଂଘ (ଏକ୍ସ-କ୍ୟାଡର)ର ଜିଲା ସ୍ତରୀୟ ଏକ ବୈଠକ ସଂଘ ସମ୍ପାଦକ ଦିଲ୍ଲୀପ କୁମାର ସ୍ଵାଇଁ ଙ୍କ ଅଧ୍ୟକ୍ଷତାରେ ଗୁରୁବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି | ଏଥିରେ ରାଜ୍ୟ ମହାସଂଘ ସାଧାରଣ ସମ୍ପାଦକ ହନେସପାତ୍ର ବାଘ ଅତିଥି ଭାବେ ଯୋଗ ଦେଇ ଜିଲାରେ ଏକ୍ସ –କ୍ୟାଡର ଶିକ୍ଷକ ମାନଙ୍କୁ କ୍ୟାଡର ଭୁକ୍ତ କରାଯିବା, ଗଣଶିକ୍ଷକ ମାନଙ୍କୁ ନିୟମିତ କରିବା, ଇନକ୍ରୀମେଣ୍ଟ ପାଇବାରୁ ବଞ୍ଚିତ ଏକ୍ସ –କ୍ୟାଡର ଶିକ୍ଷକ ମାନଙ୍କୁ ଇନକ୍ରୀମେଣ୍ଟ ପ୍ରଦାନ କରିବା, ଗ୍ରାଚ୍ୟୁଇଟି, ଅନଇୟୁଟିଲାଇଜ ଲିଭ ଓ ପେନସନ ଏକ୍ସ- କ୍ୟାଡର ଶିକ୍ଷକ ମାନଙ୍କ କ୍ଷେତ୍ରରେ ଲାଗୁ କରିବା, ଶିକ୍ଷକ ମାନଙ୍କ ବିଭିନ୍ନ ସମସ୍ୟା ଓ ସଂଘ କୁ କିପରି ସୁଦୃଢ କରାଯିବ ସେ ନେଇ ଆଲୋଚନା ହୋଇଥିଲା | ଏଥିରେ ଜିଲା ସଂଘ ଉପସଭାପତି ପ୍ରଦୀପ କୁମାର ପାଢୀ ଓ ମଙ୍ଗଳା ବେହେରା, ଡାବୁଗାଁ ବ୍ଲକ ସଂଘ ଅଭାପତି ନରସିଂ ମାଝି, ସମ୍ପାଦକ ଜିତେନ୍ଦ୍ର କୁମାର ମାଝି, କୋଷଗୁମୁଡା ବ୍ଲକ ସଭାପତି ଅବଦୁଲ ଜଲିଲ, ପାପଡାହାଣ୍ଡି ବ୍ଲକ ସଭାପତି ମେଘାସ୍ଥିନ ଜାଲ, ଉମରକୋଟ ବ୍ଲକ ସଭାପତି ସଭାପତି ଗଣ୍ଡ, ଝରିଗାଁ ବ୍ଲକ ସଭାପତି ମୁରଲୀଧର ନାୟକ, ରାଇଘର ବ୍ଲକ ସଭାପତି ଖେଚୁଡୁଦାଶ ପନକା, ନନ୍ଦହାଣ୍ଡି ବ୍ଲକ ସଭାପତି ବନମାଳୀ ମହାଙ୍କୁଡ, ଚନ୍ଦହାଣ୍ଡି ବ୍ଲକ ସଭାପତି ଅମିତ ଖମାରୀ, ନବରଙ୍ଗପୁର ବ୍ଲକ ସଭାପତିକାମଦେବ ଧାକଡ, ତେନ୍ତୁଳିଖୁଣ୍ଟି ବ୍ଲକ ସମ୍ପାଦକ ଜହନେସପାତ୍ର ବାଘ, ଡାବୁଗାଁ ବ୍ଲକର ବିଶ୍ଵେଶ କୁମାର ତ୍ରିପାଠୀ, ରବୀନ୍ଦ୍ର ପ୍ରଧାନ, ପ୍ରଦୀପ କୁମାର ପାଢୀ, ଦୂର୍ଗା ରଥ, ଏମ୍. ଶ୍ରୀନିବାସ ରାଓ, ଶୁଭେନ୍ଦୁ ଦାଶ, ଉଦରନ ଭତ୍ରାଙ୍କ ସମେତ ଜିଲାର ୧୦ ଟି ବ୍ଲକ ରୁ ପ୍ରାୟ ୧୦୦ ଜଣରୁ ଊର୍ଦ୍ଧ୍ଵ ଶିକ୍ଷକ ମାନେ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ପ୍ଲାଷ୍ଟିକ ବ୍ୟବହାର ନିରୁତ୍ସାହିତ କରିବା ଦିଗରେ ଅଭିନବ ପଦକ୍ଷେପ

masiha

ଦୁଇଗୋଟି ସନ୍ତାନର ଜନନୀ ମୃତ୍ୟୁ ପରେ ବାପା ପ୍ରତିପୋଷଣରେ ଚିନ୍ତା

masiha

ଶ୍ୟାମ ଜି ପରିବାର ଜୁନାଗଡ ଦ୍ଵାରା ତୃତୀୟ ବାର୍ଷିକ ଶ୍ରୀ ଶ୍ୟାମ ମହୋତ୍ସବ ପାଳିତ

masiha

Leave a Comment

error: Content is protected !!