ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଫାଇଲେରିଆ ନିରାକରଣ ଅଭିଯାନ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ଶୁଭାରମ୍ଭ 

ଫାଇଲେରିଆ ନିରାକରଣ ଅଭିଯାନ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ଶୁଭାରମ୍ଭ 

  ଜୁନାଗଡ଼ ୧୨/୦୨ (ମନି ସ )କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ଆଜି ଫାଇଲେରିଆ ନିରାକରଣ ଅଭିଯାନ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ର ଜୁନାଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଶୁଭାରମ୍ଭ ହୋଇଯାଇଛି l ଏହି ଅବସରରେ ରେ ମୁଖ୍ୟ ଅତିଥି ଭାବେ ଜୁନାଗଡ଼ ଏନ. ଏ. ସି ଚେୟାରମ୍ୟାନ ହିମାଦ୍ରୀ ନାଏକ, ସମ୍ମାନିତ ଅତିଥି ଭାବେ ଜୁନାଗଡ଼ ବିଡ଼ିଓ ଦେବାଶିଷ କର, ଜୁନାଗଡ଼ ଏନ. ଏ. ସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରମୋଦ ଖିଲୋ,ଜୁନାଗଡ଼ ଗୋଷ୍ଠୀ କେନ୍ଦ୍ର ଡାକ୍ତର ପ୍ରହଲ୍ଲାଦ ନାଏକ,ଜୁନାଗଡ଼ ହାଇସ୍କୁଲ ପ୍ରଧାନ ଶିକ୍ଷକ ନେପାଳ ଚନ୍ଦ୍ର ବାଗ,କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ୟୁନିଅନ ସାଧାରଣ ସମ୍ପାଦକ ସନ୍ତୋଷ କୁମାର ସିଂହ ଦେଓ,ଏବିଇଓ ସୁଶାନ୍ତ ଠାକୁର, ବିପିଏମ ଏମ. ରାଜଶେଖର, ୱାର୍ଡ ମେମ୍ବର କାଁହୁ ବୈଠାରୁ ପ୍ରମୁଖ ଯୋଗଦାନ କରି ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ଫାଇଇଲେରିଆ ରୋଗ ଓ ତାର ନିରାକରଣ ଉପରେ ଅବଗତ କରିଥିଲେ l ଶେଷରେ ଉପସ୍ଥିତ ଥିବା ସମସ୍ତ ଛାତ୍ର ଛାତ୍ରୀ ଓ ଅତିଥି ମାନେ ସାମୁହିକ ଭାବେ ଔଷଧ ସେବନ କରିଥିଲେ l ଫାଇଲେରିଆ ରୋଗ ଓ ନିରାକରଣ ଉପରେ ହୋଇଥିବା ପ୍ରବନ୍ଧ ପ୍ରତିଯୋଗିତା ରେ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା l ସଭା ପରିଚାଳନା କରିଥିଲେ ବିଭାଗୀୟ ସୁପରଭାଇଜର ପ୍ରିୟ ରଞ୍ଜନ ମୁଣ୍ଡ l ଏହି ଫାଇଲେରିଆ ନିରାକରଣ ଅଭିଯାନ ଆଜିଠାରୁ ଫେବୃଆରୀ ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ ll

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ମେ’ରୁ କଳାହାଣ୍ଡି ଜିଲ୍ଲା ଉତ୍କେଲା ରୁ ଉଡ଼ିବ ବିମାନ

Sunil Chandra Nayak

କଳାହାଣ୍ଡି ଜିଲ୍ଲା କ୍ରୀଡା ସଂସ୍ଥା ର ବାର୍ଷିକ ସାଧାରଣ ସଭା ଓ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ

masiha

ବିଦ୍ୟୁତ ସ୍ପର୍ଶରେ ଯୁବକ ମୃତ

Sunil Chandra Nayak

Leave a Comment

error: Content is protected !!