ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମଦ ଦୋକାନ ବିରୋଧରେ ଆନ୍ଦୋଳନ ଚେତାବନୀ ଦେଲା ବାଲିବୋ ଗୋ-ସେବା ସଙ୍ଗଠନ

ମଦ ଦୋକାନ ବିରୋଧରେ ଆନ୍ଦୋଳନ ଚେତାବନୀ ଦେଲା ବାଲିବୋ ଗୋ-ସେବା ସଙ୍ଗଠନ

ଢେଙ୍କାନାଳ (ମନିସ )13/2/25 // ଢ଼େଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ମୁର୍ଦଙ୍ଗା-କୁଣ୍ଡା ଗ୍ରାମ ଛକରେ ଏକ ସରକାରୀ ଠିପି ବନ୍ଦ ମଦ ଦୋକାନ ଥିଲା । ନାମକୁ ମାତ୍ର ଠିପି ବନ୍ଦ ମଦ ଦୋକାନ କିନ୍ତୁ ଅସଲରେ ସେଠାରେ କୋୖଣସି ଠିପି ଖୋଲା ବାର୍ ଠାରୁ କମ୍ ବ୍ୟବସ୍ଥା ନଥିଲା । ସକାଳ ଠାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଅହରହ ମଦୁଆଙ୍କ ପ୍ରାଦୁର୍ଭାବ ଦେଖିବାକୁ ମିଳୁଥିଲା । ସ୍କୁଲ, କଲେଜ ଓ ଅଙ୍ଗନବାଡି ଆଦି ଶିକ୍ଷାନୁଷ୍ଠାନ ଘେରରେ ବେଧଡକ ଉକ୍ତ ମଦ ଦୋକାନ ଚାଲିଥିଲା । ଦୈନିକ କୁଣ୍ଡା-ମୁର୍ଦଙ୍ଗା ଛକରେ ବିଶୃଙ୍ଖଳା ସୃଷ୍ଟି କାରଣରୁ ସ୍ଥାନୀୟ ବିଦ୍ୟାର୍ଥୀ ଗଭୀର ଭାବରେ ପ୍ରଭାବିତ ହେଉଥିଲେ । ଏହିଭଳି ଅନେକ ସମସ୍ୟା ଲାଗି ରହିଥିଲା, ଫଳରେ ସ୍ଥାନୀୟ ବାସିନ୍ଦା ମଦ ଦୋକାନ ବିରୋଧରେ ଆନ୍ଦୋଳନ କରିଥିଲେ । ଯାହାର ପରିଣାମ ସ୍ୱରୂପ ଉକ୍ତ ମଦ ଦୋକାନ ସେଠାରୁ ସ୍ଥାନାନ୍ତରିତ ହୋଇ ବାଲିବୋ ପଞ୍ଚାୟତର କାନଖାଇ ଗ୍ରାମରେ ଅବସ୍ଥାପିତ ‌ହେବାକୁ ଜାନୁଆରୀ ୨୭ ତାରିଖରେ ଏକ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଢ଼େଙ୍କାନାଳ ଜିଲ୍ଲା ଅବକାରୀ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶ ପାଇଥିବା ଚିଠି ନଂ-୩୨୭ ଅନୁଯାୟୀ ୧୦ ତାରିଖ ସୁଦ୍ଧା ଅଭିଯୋଗ ନହେଲେ ପରେ କୋୖଣସି କଥା ଶୁଣାଯିବ ନାହିଁ ବୋଲି ଉଲ୍ଲେଖ ଥିଲା । ସୂଚନା ପାଇ ପ୍ରଥମେ ସମଗ୍ର ବାଲିବୋ ପଞ୍ଚାୟତ ବାସୀ ଚଳିତ ମାସ ୧୦ ତାରିଖରେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତିି । ଏବେ ବାଲିବୋ ଗୋ-ସେବା ସଙ୍ଗଠନ ପକ୍ଷରୁ ପୁନଃ ଏକ ଦାବିପତ୍ର ମଧ୍ୟ ଭୁବନ ବିଡ଼ିଓଙ୍କ ଜରିଆରେ ଢ଼େଙ୍କାନାଳ ଜିଲ୍ଲାପାଳଙ୍କୁ ଦିଆଯାଇଛି । ବାଲିବୋ ପଞ୍ଚାୟତରେ ମଦ ଦୋକାନ ନଖୋଲିବାକୁ ଦାବି ରହିଥିବାବେଳେ ଦାବିକୁ ଅଣଦେଖା କଲେ ଆନ୍ଦୋଳନ ତୀବ୍ର ହେବ ବୋଲି ଉଲ୍ଲେଖ ରହିଛି । ଆବଶ୍ୟକସ୍ଥଳେ ପଞ୍ଚାୟତର କଲ୍ୟାଣ ପାଇଁ ଆନ୍ଦୋଳନ ତୀବ୍ର ହେବ ବୋଲି ସଙ୍ଗଠନର ଉପଦେଷ୍ଟା ଶ୍ରୀ ରବିନ୍ ଦାସ ପ୍ରତିକ୍ରିୟା ରଖିଛନ୍ତି । ଦାବିପତ୍ର ଦେବା ସମୟରେ ସଭାପତି ଶ୍ରୀ ଅଭିଜିତ୍ ନାୟକ, ଉପସଭାପତି ଦୀପ୍ତିଶ୍ କୁମାର ସ୍ବାଇଁ, ସହ-ସମ୍ପାଦକ ଅଶୋକ କୁମାର ନାୟକ, କୋଷାଧ୍ୟକ୍ଷ ବିକ୍ରମ କେଶରୀ କାଣ୍ଡି, ଲିଟନ୍, ରାଜା, କାହ୍ନା, ଶିବା, ବାପି, କୁରୁପା ଓ ମୋନୁ ପ୍ରମୁଖ ଉପସ୍ଥିତ ଥିଲେ ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ମୋ ଘର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ଅଚଳ ଲିଫ୍ଟ ପଏଣ୍ଟ କାର୍ଯ୍ୟକ୍ଷମ ଦାବୀ, ଉପର ଇନ୍ଦ୍ରାବତୀ ନିର୍ବାହୀ ଯନ୍ତ୍ରୀଙ୍କ ଦ୍ବାରସ୍ଥ ହେଲେ ଚାଷୀ

masiha

ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ଢେଙ୍କାନାଳ ଜିଲ୍ଲା ପକ୍ଷରୁ ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତା-୨୦୨୪ ଅନୁଷ୍ଠିତ 

masiha

Leave a Comment

error: Content is protected !!