ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

କୁଦାହଂସାରେ ଶ୍ରୀ ଶ୍ରୀ ଧବଳେଶ୍ବର ମହାଦେବ ମନ୍ଦିର ପ୍ରତିଷ୍ଠା

କୁଦାହଂସାରେ ଶ୍ରୀ ଶ୍ରୀ ଧବଳେଶ୍ବର ମହାଦେବ ମନ୍ଦିର ପ୍ରତିଷ୍ଠା

 ମୟୂରଭଞ୍ଜ;ତା/୨୪/୦୨/ // ମୟୂରଭଞ୍ଜ ଜିଲ୍ଲା ସିମାନ୍ତ ଜାମଦା ବ୍ଲକ କୁଦାହଂସା ଗ୍ରାମରେ ବହୁ ବର୍ଷ ପରେ ନିର୍ମାଣ ହୋଇଛି ଶିବ ମନ୍ଦିର । ଏନେଇ ଗାଁର ସବୁ ଲୋକ ବେଶ୍‌ ଖୁସି ଅଛନ୍ତି । ଜାଗରକୁ ଆଉ ଦିନ କେଇଟା ବାକି ରହିଲା । ଏନେଇ ଏବେ ଠାରୁ ଚଳଚଞ୍ଚଳ ହେଲାଣି ଶିବ ମନ୍ଦିର । ତେବେ କୁଦାହଂସା ଠାରେ ମହାଦେବଙ୍କ ନୂଆ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ ସଂକୀର୍ତ୍ତନ ମାଧ୍ୟମରେ ଧୁମଧାମରେ ଅନୁଷ୍ଠିତ ହୋଇଯାଇଛି ।ଗ୍ରାମବାସୀଙ୍କ ସହଯୋଗରେ ମହାଦେବଙ୍କ ମନ୍ଦିର ନିର୍ମାଣ କରାଯାଇଥିବାବେଳେ ବିଶ୍ବାମିତ୍ର ନାଏକ ମନ୍ଦିର ନିର୍ମାଣ ନିମନ୍ତେ ଜମି ପ୍ରଦାନ କରିଥିବା ଗ୍ରାମବାସୀ କହିଛନ୍ତି |

 ପ୍ରତିଷ୍ଠା ଏହି ମନ୍ଦିର ପ୍ରତିଷ୍ଠା ପାଇଁ ଘଣ୍ଟ ବାଦ୍ୟ ସହିତ ବିଶାଲ ସମାରୋହରେ କଳସ ଶୋଭାଯାତ୍ରା ବାହାରି ପୋଖରୀରୁ ପୂର୍ଣ୍ଣ କଳସ ଅଣାଯାଇ ପୂଜା ମଣ୍ଡପରେ ସ୍ଥାପନ କରାଯାଇଥିଲା। ଅଙ୍କୁରା ରୋପଣ,ମଣ୍ଡଲା କରଣ କରାଯାଇ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା। ଯଜ୍ଞ ମଣ୍ଡପ ପ୍ରତିଷ୍ଠା, ଲକ୍ଷ୍ମୀ ନାରାୟଣ ପୂଜା, ମହାଦେବଙ୍କ ଗର୍ଭାଧାନ କରାଯାଇଥିଲା । ଠିକ୍ ସେହିପରି ଅନ୍ନଭିଶେକ, ଧ୍ୱଜାରୋହଣ, କରାଯାଇଥିଲା । ପଣ୍ଡିତ ନବ କିଶୋର ଶତପଥୀ ସୁମଧୁର ମନ୍ତ୍ର ଉଚ୍ଚାରଣ ପୂର୍ବକ ମନ୍ଦିର ପ୍ରତିଷ୍ଠା କରିଥିଲେ |ପ୍ରତିଷ୍ଠା ମହୋତ୍ସବରେ ଅପରାହ୍ନରେ ମନ୍ଦିରରେ ଶିବଲିଙ୍ଗ ସ୍ଥାପନ କରାଯାଇ ଦିଅଁଙ୍କ ଗମ୍ଭିରା ବିଜେ କରାଯାଇ ପୂର୍ଣ୍ଣାହୁତି ଦିଆଯାଇଥିଲା । ଏହି ପ୍ରତିଷ୍ଠା ମହୋତ୍ସବ ପାଇଁ ପ୍ରତିଷ୍ଠାତା ବଳଭଦ୍ର ନାଏକ,ବିଶ୍ବାମିତ୍ର ନାଏକ,ଚରଣ କୁମାର ଲୋହାର,ବସନ୍ତ ଦଳେଇ ପ୍ରମୁଖ କର୍ତ୍ତା ରୂପେ ଦାୟିତ୍ଵ ତୁଲାଇଥିଲେ

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଆଜି ଅନୁଷ୍ଠିତ ହେବ ଶ୍ରୀଜୀଉଙ୍କ ବନକ ଲାଗି ନୀତି; ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

Sunil Chandra Nayak

ଯୁଡିଆ ଛକରେ ଗିରି ଗୋବର୍ଦ୍ଧନ ପୂଜା ମହାସମାରୋହରେ ପାଳିତ

Sunil Chandra Nayak

ଡାବୁଗାଁ ରେ ବିଶ୍ଵକର୍ମା ଙ୍କ ପୂଜା ପାଳିତ

Sunil Chandra Nayak

Leave a Comment

error: Content is protected !!