ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ହରି ହର ଭେଟ କାର୍ଯ୍ୟକ୍ରମ

ହରି ହର ଭେଟ କାର୍ଯ୍ୟକ୍ରମ 

ରାଉରକେଲା: ସେକ୍ଟର ୨ସ୍ଥିତ ଚିପଟାଇପ ମାର୍କେଟ ଆନୁକୂଲ୍ୟରେ ହରି ହର ଭେଟ କାର୍ଯ୍ୟକ୍ରମ ମହାସମାରୋହରେ ପାଳିତ ହୋଇଯାଇଛି। ପୁରୁଣା ସଂସ୍କୃତି ଓ ପରମ୍ପରା କୁ ଉଜ୍ଜିବିତ କରି ସେକ୍ଟର ୩ସ୍ଥିତ ରାମ ମନ୍ଦିର ରୁ ହରି ଏକ ସୁନ୍ଦର ଗରୁଡ ବିମାନ ଯୋଗେ ଭକ୍ତମାନଙ୍କ ମେଳରେ ଆସି ସେକ୍ଟର ୨ ଚିପଟାଇପ ମାର୍କେଟ ସ୍ଥିତ ବାବା ଆଖଣ୍ଡଳମଣି ମନ୍ଦିର ଠାରେ ପହଞ୍ଚିଥିଲେ। ସେଠାରେ ହର ଙ୍କ ବାହାନ ବୃଷଭ ଙ୍କ ବାହାନରେ ଉପବିଷ୍ଟ ହୋଇ ହରି ଙ୍କୁ ସ୍ବାଗତ କରିଥିଲେ। ହରି ଓ ହରଙ୍କ ମିଳନ ବେଶ୍ ଚିତ୍ତାକର୍ଷକ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସହସ୍ରାଧିକ ଭକ୍ତ ଉପସ୍ଥିତ ହୋଇ ଏହାକୁ ଉପଭୋଗ କରିବା ସହ ହରିବୋଲ ହୁଳହୁଳିରେ ଅଞ୍ଚଳକୁ ପ୍ରକମ୍ପିତ କରିଥିଲେ। ଏହି ଅବସରରେ ରଘୁନାଥପାଲି ବିଧାୟକ ଦୁର୍ଗାଚରଣ ତନ୍ତୀ ମୁଖ୍ୟଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମ କୁ ପ୍ରଶଂସା କରିବା ସହ ଏଭଳି କାର୍ଯ୍ୟକ୍ରମ ୧୯୬୩ ମସିହାରେ ପାଳନ କରିଆସିଥିବାରୁ ସାଧୁବାଦ ଦେବା ସହ ଏହା ଆମ ଆସ୍ଥା ରଖ ପ୍ରକଟ,ସଂସ୍କୃତି ଓ ପରମ୍ପରାର ଏକ ଅଂଶ ବୋଲି କହିଥିଲେ। ଏହି ଅବସରରେ ଶ୍ରୀକ୍ଷେତ୍ର ଭଜନ ସନ୍ଧ୍ୟା ତରଫରୁ ଭଜନ ପରିବେଷଣ କରାଯାଇଥିଲା। ମୁଖ୍ୟଅତିଥି ଶ୍ରୀ ତନ୍ତୀ ଗୁରୁ ପୂର୍ଣ୍ଣଚନ୍ଦ୍ର ରଣା, ଗୁରୁ ଜଗନ୍ନାଥ ଦାସ, ପ୍ରଦୀପ୍ତ ସାମଲ, ଦେବେନ୍ଦ୍ର,ଲିଲିରାଣୀ, ଲିପ୍ସା,ବିକ୍ରମକେଶରୀ ପ୍ରମୁଖ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନା ରେ ରଶ୍ମିତ ସାହାଣୀ, ଶଙ୍କର ଜେନା, ବାବାଜୀ ଚରଣ ସ୍ବାଇଁ, ଦୁର୍ଗାଚରଣ ଜେନା, ବିରେନ୍ଦ୍ର ନାରାୟଣ ସ୍ବାଇଁ,ପି କେ ବିହାରୀ, ଆଦିତ୍ୟ ବାରିକ, ଗୋଦାବରୀଶ ଶତପଥୀ, ବୈଷ୍ଣବ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ମହାବିଷ୍ଣୁ ଯଜ୍ଞ ନିମନ୍ତେ ଭୂମିପୂଜନ ଅନୁଷ୍ଠିତ ଯଜ୍ଞ ଦ୍ବାରା ପରିବେଶ ସନ୍ତୁଳିତ ହୋଇଥାଏ…

Sunil Chandra Nayak

ଆଜିଠାରୁ ବିଶ୍ଵପ୍ରସିଦ୍ଧ ବରଗଡ ଧନୁଯାତ୍ରା, ୧୧ ଦିନ ଧରି ଚାଲିବ କଂସଙ୍କ ରାଜୁତି

Sunil Chandra Nayak

ଡକ୍ଟର ଚିନ୍ମୟ ପାଣ୍ତ୍ଯାଙ୍କ ସିନାପାଲି ଜଗନ୍ନାଥ ମନ୍ଦିର ପରିଦର୍ଶନ

Sunil Chandra Nayak

Leave a Comment

error: Content is protected !!