ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସିନାମାଳ ଗାଁ ର ଆମ୍ବ ବଗିଚା ରେ ଲାଗିଲା ନିଆଁ, ଅଗ୍ନିଶମ ବିଭାଗ ଦ୍ୱାରା ନିଆଁ ଆୟତ୍ତ

ସିନାମାଳ ଗାଁ ର ଆମ୍ବ ବଗିଚା ରେ ଲାଗିଲା ନିଆଁ, ଅଗ୍ନିଶମ ବିଭାଗ ଦ୍ୱାରା ନିଆଁ ଆୟତ୍ତ

 କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଗୋଲାମୁଣ୍ଡା ପଞ୍ଚାୟତ ସିନାମାଳ ଗାଁ ରେ ଶୁକ୍ରବାର ଗ୍ରାମର ଜଣେ ଫଳ ଚାଷୀ ବଳଦେବ ଛତ୍ରିଆ ଙ୍କ ଆମ୍ବ ବଗିଚା ରେ ନିଆଁ ଲାଗିଯାଇଥିବା ବେଳେ ନିଆଁ କୁ ଆୟତ୍ତ କଲା ଗୋଲାମୁଣ୍ଡା ଅଗ୍ନିଶମ ବିଭାଗ . ଗ୍ରାମର ଜଣେ ଦୁର୍ବୁତ୍ତ ପୂର୍ବ ଶତ୍ରୁତା କୁ ନେଇ ନିଆଁ ଲଗେଇ ଥିବା ବଳଦେବ ଅଭିଯୋଗ ଆଣିଥିଲେ। ଧୀରେ ଧୀରେ ନିଆଁ ଉଗ୍ର ରୂପ ନେବା ସହ ଆଖ ପାଖରେ ଥିବା ଅଞ୍ଚଳକୁ ନିଆଁ ବ୍ୟାପିବା ଆଶଙ୍କା ନେଇ ଗ୍ରାମବାସୀ ସମାଜସେବୀ ଶ୍ୟାମ ସୁନ୍ଦର ଅଗ୍ରୱାଲ ଙ୍କୁ ଜଣାଇଥିଲେ।ପରେ ଶ୍ରୀ ଅଗ୍ରୱାଲ ଗୋଲାମୁଣ୍ଡା ଅଗ୍ନିଶମ ବିଭାଗ କୁ ସୂଚନା ଦେଲା ପରେ ଘଟଣା କୁ ଗୁରୁତର ସହ ନେଇ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣା ସ୍ଥଳକୁ ପହଞ୍ଚିଥିଲେ ଏବଂ ଲାଗିଥିବା ନିଆଁ କୁ ଆୟତ୍ତ କରିଥିଲେ।

ଢଗ ନାଏକ ଙ୍କ ରିପୋର୍ଟ୍ 

Related posts

ଆପୋଲୋ ହସ୍ପିଟାଲ୍ସ ରାଉରକେଲାରେ ସଫଳ ସନ୍ଧି ଏବଂ ହିପ୍ ରିପ୍ଲେସମେଣ୍ଟ ଅସ୍ତ୍ରୋପଚାର

ଵିଜାତଳା କୃଷି ସୂଚନା ଓ ଉପଦେଷ୍ଟା କେନ୍ଦ୍ର ପରିସରରେ ମାଣ୍ଡିଆ (ପୁଷ୍ଟି ଶସ୍ୟ) ର ଖାଦ୍ୟ ମେଳା ୨୦୨୩ ଅନୁଷ୍ଠିତ

Sunil Chandra Nayak

କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା ମାଣିକେଶ୍ବରୀଙ୍କ ପୂଜାର୍ଚ୍ଚନା ସହିତ ଉଦଘାଟିତ ହେଲା ପାରବ ମଞ୍ଚ 

masiha

Leave a Comment

error: Content is protected !!