ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଲକ ପ୍ରଶାସନ ତରଫରୁ ବ୍ଯାସକବି ଫକୀରମୋହନ ସେନାପତିଙ୍କୁ ସମ୍ମାନ

ବ୍ଲକ ପ୍ରଶାସନ ତରଫରୁ ବ୍ଯାସକବି ଫକୀରମୋହନ ସେନାପତିଙ୍କୁ ସମ୍ମାନ

ଖଇରା,୦୧/୪/୨୫ – ଆଜି ହେଉଛି ପବିତ୍ର ଉତ୍କଳ ଦିବସ । ଏହି ପବିତ୍ର ଦିବସ ଉପଲକ୍ଷେ ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ପରିସରରେ ଥିବା ବ୍ଯାସକବି ଫକୀରମୋହନ ସେନାପତିଙ୍କ ପ୍ରତିମୂର୍ତ୍ତିରେ ବ୍ଲକ ପ୍ରଶାସନ ତରଫରୁ ପୁଷ୍ପ ମାଲ୍ଯ ପ୍ରଦାନ କରାଯାଇ ସୁସମ୍ମାନ ଜ୍ଞାପନ କରାଯାଇଛି । ଶ୍ରୀ ସେନାପତି ୧୩ ଜାନୁଆରୀ ୧୮୪୩ ମସିହାରେ ବାଲେଶ୍ବର ସହର ସ୍ଥିତ ମଲ୍ଲିକାଶପୁର ଗାଁର ପିତା ଲକ୍ଷ୍ମଣ ଚରଣ ସେନାପତି ଓ ମାଆ ତୁଳସୀ ଦେବୀ ସେନାପତିଙ୍କ ଔରସରୁ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ପ୍ରକୃତ ନାମ ଥିଲା ବ୍ରଜମୋହନ । ପରେ ସେ ଫକୀରମୋହନ ସେନାପତି ନାମରେ ପରିଚିତ ହୋଇଥିଲେ । ସେ ଜଣେ ଓଡ଼ିଆ ଗାଳ୍ପିକ ଓ ଔପନ୍ୟାସିକ । ତତ୍କାଳୀନ ଇଷ୍ଟ ଇଣ୍ଡିଆ କମ୍ପାନୀ ଅଧିନରେ କାର୍ଯ୍ୟରତ ଦେୱାନ ଥିଲେ । ସେ ଥିଲେ ପ୍ରଥମ ଓଡ଼ିଆ ଆଧୁନିକ କ୍ଷୁଦ୍ରଗଳ୍ପ ” ରେବତୀ ” ର ଲେଖକ । ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାଶ, କବିବର ରାଧାନାଥ ରାୟ, ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ସହ ଓଡ଼ିଆ ଭାଷା ଆନ୍ଦୋଳନର ପୁରୋଧା ଭାବରେ ଓଡ଼ିଆ ଭାଷାକୁ ବିଦେଶୀ ମାନଙ୍କ କବଳରୁ ବଞ୍ଚାଇବା ପାଇଁ ଲଢ଼ି ଥିଲେ । ସେ ମଧ୍ୟ ଓଡ଼ିଆ ସାହିତ୍ୟର କଥା ସମ୍ରାଟ ଭାବରେ ପରିଚିତ । ତାଙ୍କ ଜୀବନକାଳ ଭିତରେ ଅନେକ ପୁସ୍ତକ ରଚନା କରିଛନ୍ତି । ତାଙ୍କ ପାରିବାରିକ ଜୀବନ କଷ୍ଟଦାୟକ ଓ ଦୁର୍ଘଟଣା ପୂର୍ଣ୍ଣ ଥିଲେ ମଧ୍ୟ ସାହିତ୍ୟ ସାଧନା ଥିଲା ଜୀବନର ଏକମାତ୍ର ବ୍ରତ । ସେ ହେଉଛନ୍ତି ଓଡ଼ିଆ ଭାଷା ସାହିତ୍ୟର ଜନକ । ତାଙ୍କ ଦ୍ବାରା ରଚିତ ଉପନ୍ୟାସ ସୁଦୂର ପ୍ରସାରି ଏବଂ ସମସ୍ତଙ୍କ ହୃଦୟ ସ୍ପର୍ଶୀ । ଭାଷା ସାହିତ୍ୟର ଜନକ ଭାବେ ସମଗ୍ର ବାଲେଶ୍ବର ଜିଲ୍ଲାବାସୀ ଆଜି ଗର୍ବିତ । ସେହି ମହାନ ସାହିତ୍ୟ ସାଧକଙ୍କୁ ବ୍ଲକ ପ୍ରଶାସନ ତରଫରୁ ସମ୍ମାନ ପ୍ରଦାନ କରାଯାଇ ଥିବାରୁ ସତରେ ଆମେ ଆଜି ଗର୍ବିତ । ଏଥିସହିତ ବାଲେଶ୍ବର ଜିଲ୍ଲା ତଥା ସାରା ରାଜ୍ୟରେ ତାଙ୍କୁ ସମ୍ମାନ ପ୍ରଦାନ କରାଯାଇ ଥିବାରୁ ସମଗ୍ର ଓଡିଶା ଜାତି ନିଜକୁ ଧନ୍ୟବାଦ ମନେକରିବା ସହିତ ପ୍ରଶାସନକୁ ଆନ୍ତରିକ ଶୁଭେଚ୍ଛା, ଶୁଭକାମନା ଜ୍ଞାପନ ଜଣାଇଛି । ଖଇରା ବରିଷ୍ଠ ନାଗରିକ ମଞ୍ଚ ତରଫରୁ ମଧ୍ୟ ବ୍ଯାସକବି ଫକୀରମୋହନ ସେନାପତିଙ୍କୁ ସମ୍ମାନ ପ୍ରଦାନ କରାଯାଇଛି ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆଇନ ସଚେତନତା ଶିବିର 

masiha

ନିୟମ ଗିରି ଅଂଚଳ ପରିଦର୍ଶନ ଯାଇ ଲୋକଙ୍କ ଦୁଃଖସୁଖ ବିଝିଥିଲେ ଜିଲ୍ଲାପାଳ ଓ ଆରୋକ୍ଷୀ ଅଧିକ୍ଷକ 

masiha

କଲେଜ ଛାତ୍ର ଛାତ୍ରୀ ଙ୍କ ମନ୍ଦିର ସଫେଇ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!