ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମକରାଗୁଡାରେ ପିଇବା ପାଣି ସଙ୍କଟ 

ମକରାଗୁଡାରେ ପିଇବା ପାଣି ସଙ୍କଟ 

ଜୁନାଗଡ଼ (ମ ନି ସ):ଗୋଲାମୁଣ୍ଡା ବ୍ଲକ ଲେତେର ପଞ୍ଚାୟତ ମକ୍ରାଗୁଡା ଗ୍ରାମରେ ପିଇବା ପାଣି ସମସ୍ୟା ଦେଖାଦେଇଛି। ଗ୍ରାମରେ ଅନେକ ନଳକୂପ ଥାଇ ମଧ୍ୟ ପିଇବାକୁ ଉପଯୋଗୀ ନୁହେଁ ବୋଲି ଗ୍ରାମବାସୀ ପକ୍ଷରୁ କୁହାଯାଇଛି। ଗ୍ରାମର ଲୋକେ ପିଇବା ପାଣି ପାଇଁ ସଦା ସର୍ବଦା ଉଦନ୍ତୀ ନଦୀ ଉପରେ ନିର୍ଭର କରୁଥିଲେ । ହେଲେ ଗ୍ରୀଷ୍ମ ଋତୁର ପ୍ରଭାବରେ ଉଦନ୍ତୀ ନଦୀ ପାଣି ସୁଖୀ ଗଲାଣି। ଯାହାକୁ ନେଇ ଗ୍ରାମରେ ଜଳ ସଙ୍କଟ ଦେଖା ଦେଇଛି । ଏହାକୁ ନେଇ ଗ୍ରାମବାସୀ ପକ୍ଷରୁ ଉଦବେଗ ପ୍ରକାଶ ପାଇଛି । ଏ ନେଇ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ଦମୟନ୍ତୀ ଭୋଇ ଓ ପିଇଓ ରାଜମନ ଶବରଙ୍କୁ ବାରମ୍ବାର ଜଣାଇବା ପରେ ଗତ ୨ ଅପ୍ରିଲରେ ପାଣି ଯୋଗାଇ ଦେବାକୁ ପ୍ରତିଶୃତି ଦେଇଥିଲେ । ହେଲେ ଆଜି ପର୍ଯ୍ୟନ୍ତ ପାଣି ଟୋପାଏ ଯୋଗାଇ ନ ଥିବା ନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଗତକାଲି ଏ ଉପରେ ପୁନର୍ବାର ପିଇଓଙ୍କୁ ଜଣାଇଥିବା ବେଳେ ସରପଞ୍ଚ ଏପର୍ଯ୍ୟନ୍ତ ପାଣି ଯୋଗାଇ ଦେଇ ନ ଥିବା ନେଇ ଦୁଃଖ ପ୍ରକାଶ କରିଛନ୍ତି ପିଇଓ ରାଜମନ ଶବର। ଜଣେ ନିର୍ବାଚିତ ପ୍ରତିନିଧି ବିଭିନ୍ନ ପ୍ରତିଶୃତି ଦେଇ କ୍ଷମାତାକୁ ଆସନ୍ତି ହେଲେ କ୍ଷମାତା ପାଇଲେ ଲୋକଙ୍କ ସେବା ବଦଳରେ ନିଜର ସ୍ୱାର୍ଥରେ ଲିପ୍ତ ରହନ୍ତି ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।

ଜୁନାଗଡ଼ ନିର୍ବାଚନ ମଣ୍ଡଳୀରୁ ଜଗଜ୍ଜିବନ ସା

Related posts

ସେବାପ୍ରାଣ ଦମ୍ପତି ଗୋସେବକ ସ୍ଵର୍ଗତ ଗୁଣ୍ଡିଚା ବେହେରା ଓ ଧର୍ମପତ୍ନୀ ମଲ୍ଲୀ ଦେବୀଙ୍କ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ 

masiha

ଇସ୍କନ ର ଶ୍ରୀଜଗନ୍ନାଥ ଙ୍କ ଅଦିନିଆ କାର୍ଯ୍ୟକ୍ରମ ବିରୋଧରେ କ୍ଷୋଭ 

ଡାବୁଗାଁରେ ବ୍ଲକ ସ୍ତରୀୟ କ୍ରିଡା ମହୋତ୍ସବ 

masiha

Leave a Comment

error: Content is protected !!