ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶ୍ୱ ପ୍ରତିମୂର୍ତ୍ତି ସଫେଇ ଓ ସଂରକ୍ଷଣ ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ , ଲୋଗୋ ଓ ଟୋପି ଉନ୍ମୋଚିତ ,ବରପୁତ୍ରଙ୍କୁ ଉଚିତ୍ ସମ୍ମାନ ପାଇଁ ଶପଥ ଗ୍ରହଣ 

ବିଶ୍ୱ ପ୍ରତିମୂର୍ତ୍ତି ସଫେଇ ଓ ସଂରକ୍ଷଣ ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ , ଲୋଗୋ ଓ ଟୋପି ଉନ୍ମୋଚିତ ,ବରପୁତ୍ରଙ୍କୁ ଉଚିତ୍ ସମ୍ମାନ ପାଇଁ ଶପଥ ଗ୍ରହଣ 

 ମୟୂରଭଞ୍ଜ -୧୭/୦୪ // ଆସନ୍ତା ୨୧ ତାରିଖ ସୋମବାର ରେ ହେବାକୁ ଥିବା ଆନ୍ତର୍ଜାତିକ ପ୍ରତିମୂର୍ତ୍ତି ସଫେଇ ଓ ସଂରକ୍ଷଣ ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ମ୍ୟୁନିସିପାଲଟି ଗେଷ୍ଟ ହାଉସ ଠାରେ ଅନୁଷ୍ଠିତ ହୋଇ ଯାଇଛି l ଆନ୍ତର୍ଜାତିକ ପ୍ରତିମୂର୍ତ୍ତି ସଫେଇ ଓ ସଂରକ୍ଷଣ ଦିବସ ପାଳନ କମିଟିର ଅଧ୍ୟକ୍ଷ ତଥା ଅବସର ପ୍ରାପ୍ତ ପୁଲିସ ଅଧିକାରୀ ଦୁର୍ଗା ପ୍ରସାଦ ମିଶ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବାରିପଦାରେ ବିଭିନ୍ନ ସ୍ଥାନରେ ଥିବା ୩୪ ଟି ପ୍ରତିମୂର୍ତ୍ତି ସଫେଇ ସହ ସମଗ୍ର ଜିଲ୍ଲାରେ ଏହି ଦିବସ ଟିକୁ ମହାସମାରୋହ ରେ ପାଳନ କରିବାକୁ ନିଷ୍ପତ୍ତି ନିଆ ଯାଇଛି । ଏହି ଅବସରରେ ରାଜ୍ୟର ବିଭିନ୍ନ ଜିଲ୍ଲା ତଥା ବିଦେଶ ମାଟିରେ ମଧ୍ୟ ବରପୁତ୍ରଙ୍କୁ ଉଚିତ ସମ୍ମାନର୍ଥେ ଏହି ଦିବସ କୁ ଆନ୍ତରିକତାର ସହିତ ପାଳନ କରିବାକୁ ବିଶ୍ଵମୂର୍ତ୍ତି ସଫେଇ ଓ ସଂରକ୍ଷଣ ଅଭିଯାନର ଆବାହକ ସଞ୍ଜୟ କୁମାର ଚୌଧୁରୀ ଆହ୍ବାନ ଦେଇଥିଲେ। ଏହି ଅବସରରେ ବିଶ୍ୱ ପ୍ରତିମୂର୍ତ୍ତି ସଫେଇ ଓ ସଂରକ୍ଷଣ ଦିବସର ନୂତନ ଲୋଗୋ ଓ ଟୋପି ଉନ୍ମୋଚିତ ହୋଇଛି l ସବୁଠି ବରପୁତ୍ରଙ୍କୁ ଉଚିତ୍ ସମ୍ମାନ ପାଇଁ ଶପଥ ଗ୍ରହଣ କରାଯାଇଛି l

ମୟୂରଭଞ୍ଜ ରୁ ଅକ୍ଷୟ ଵିଶ୍ବାଳ ମସିହା ନିଉଜ

Related posts

ପ୍ରତ୍ୟେକ ଶିଶୁ ବିବାହ ଓ ଶିଶୁ ଶ୍ରମିକ ଘଟଣାରେ ଏଫ୍ ଆଇ ଆର୍ ( ପ୍ରଥମ ସୁଚନା ରିପୋର୍ଟ) ଅନିବାର୍ଯ୍ୟ: ଜିଲ୍ଲାପାଳଙ୍କ ନିର୍ଦ୍ଦେଶ 

Sunil Chandra Nayak

କଲଚୁରୀ କଳାର ସେନା ପକ୍ଷରୁ ସାମାଜିକ ସଂସ୍କାର ଆଲୋଚନା ଚକ୍ର ଅନୁଷ୍ଠିତ 

Sunil Chandra Nayak

ଶିକ୍ଷା ବିକାଶ ଏଜୁକେଶନାଲ ଏଣ୍ଡ ଚାରିଟେବୁଲ ଟ୍ରଷ୍ଟ ଆନୁକୂଲ୍ୟରେ ପି ଏମ୍ ସୂର୍ଯ୍ଯ ମାଗଣା ବିଜୁଳି ଯୋଜନା ତାଲିମ ଓ ଦକ୍ଷତା କାର୍ଯ୍ଯକ୍ରମ

Leave a Comment

error: Content is protected !!