ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆସନ୍ତା ଏପ୍ରିଲ ୧୯ ତାରିଖ ରାଜ୍ୟ ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସଙ୍କ ରାଇରଙ୍ଗପୁର ଗସ୍ତ ନେଇ ସାମ୍ବାଦିକ ସମ୍ମିଳନୀ 

ଆସନ୍ତା ଏପ୍ରିଲ ୧୯ ତାରିଖ ରାଜ୍ୟ ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସଙ୍କ ରାଇରଙ୍ଗପୁର ଗସ୍ତ ନେଇ ସାମ୍ବାଦିକ ସମ୍ମିଳନୀ 

 ମୟୂରଭଞ୍ଜ -୧୮/୦୪ // ଆସନ୍ତା ଏପ୍ରିଲ ୧୯ ତାରିଖ ଶନିବାର ଦିନ ନବ ନିଯୁକ୍ତ ରାଜ୍ୟ ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସଙ୍କ ରାଇରଙ୍ଗପୁର ଗସ୍ତ ନେଇ ରାଇରଙ୍ଗପୁରରେ କଂଗ୍ରେସ ଦଳ ତରଫରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀ ପଶ୍ଚିମ ମୟୂରଭଞ୍ଜ ପ୍ରାକ୍ତନ କଂଗ୍ରେସ ଜିଲ୍ଲା ସଭାପତି ଭୁବନ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା କଂଗ୍ରେସ ପ୍ରଭାରୀ ନଳିନୀ ମହାନ୍ତି,କେନ୍ଦୂଝର ପ୍ରାକ୍ତନ ସାଂସଦ ଯଶୋବନ୍ତ ସିଂ ଲାଗୁରୀ,ପ୍ରାକ୍ତନ ରାଇରଙ୍ଗପୁର କଂଗ୍ରେସ ବିଧାୟକ ଲକ୍ଷ୍ମଣ ମାଝୀ ଙ୍କ ସମେତ ବହୁ କଂଗ୍ରେସ ନେତୃବୃନ୍ଦ ସାମିଲ ହୋଇଥିଲେ ।ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସଙ୍କ ଏହା ପ୍ରଥମ ରାଇରଙ୍ଗପୁର ଗସ୍ତ ।ନିକଟରେ ରାଇରଙ୍ଗପୁର ନିକଟସ୍ଥ ଦାଣ୍ଡବୋଷ ଏୟାର ଷ୍ଟ୍ରିପ ନିର୍ମାଣ ନେଇ ସରକାରୀ ଜମିରେ ଦିର୍ଘବର୍ଷ ହେଲା ବସବାସ କରୁଥିବା ଆଦିବାସୀ ମାନଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ଉଛେଦ କରାଯାଇଥିଲା ସେହି ଉଛେଦର ଶିକାର ହୋଇଥିବା ପିଡିତା ପରିବାରଙ୍କୁ ସାକ୍ଷାତ କରିବା ସହ ରାଇରଙ୍ଗପୁର ଷ୍ଟାଡିୟମ ପଡ଼ିଆରେ ଏକ ବିଶାଳ କଂଗ୍ରେସ ସାଧାରଣ ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ସେଠାରେ କଂଗ୍ରେସ କର୍ମୀଙ୍କୁ ରାଜ୍ୟରେ ନାରୀ ନିର୍ଯାତନା, ଦରଦାମ ବୃଦ୍ଧି,ବେକାର ସମସ୍ୟା, ଆଦିବାସୀମାନଙ୍କ ଉପରେ ଅତ୍ୟାଚାର ନେଇ ବକ୍ତବ୍ୟ ରଖିବେ ବୋଲି ସୂଚନା ଦେଇଥିଲେ ।ଏହି ସାମ୍ବାଦିକ ସମ୍ମିଳନୀରେ, ଅଶୋକ ଅଗ୍ରୱାଲ ,ବସନ୍ତ ପଟନାୟକ, ମହମ୍ମଦ ଖାନ,ଲଳିତ ମହାନ୍ତ,ରୂପକ ମହାନ୍ତି,ଭଜହରି ମହାନ୍ତଙ୍କ ସମେତ ବହୁ କଂଗ୍ରେସର ଆଗଧାଡିର ନେତୃବୃନ୍ଦ ସାମିଲ ହୋଇଥିଲେ ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଆଗାମୀ ନିର୍ବାଚନରେ ଦଳୀୟ ପ୍ରାର୍ଥୀ ଟିକେଟ ନ ମିଳିଲେ ଯାଦବ ସମାଜ ସ୍ଵାଧୀନ ପ୍ରାର୍ଥୀ ଦେବ

masiha

ବହୁପୁରାତନ କିଶୋର କ୍ଲବର ବାର୍ଷିକ ଉତ୍ସବ ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Sunil Chandra Nayak

କୋମନା ଠାରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ 

masiha

Leave a Comment

error: Content is protected !!