ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପାନୀୟ ଜଳ ପାଇଁ ହା ହା କାର  ୫ ବର୍ଷ ରୁ ଅଧିକ ହେବ ବସୁଧା ଯୋଜନା ଅଧା ପନ୍ତରିଆ

ପାନୀୟ ଜଳ ପାଇଁ ହା ହା କାର

 ୫ ବର୍ଷ ରୁ ଅଧିକ ହେବ ବସୁଧା ଯୋଜନା ଅଧା ପନ୍ତରିଆ

     ମୟୂରଭଞ୍ଜ – ୨୫/୦୪ // ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଆଦିବାସୀଙ୍କ ବିକାଶ କଥାକହି ନିର୍ବାଚନ ବୈତରଣୀ ପାର ହେଉଥିବା ବେଳେ, ଆଦିବାସୀ ବିକାଶ ଲାଗି ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିଲେ ମଧ୍ୟ ଆଜିବି ମୟୂରଭଞ୍ଜ ଜିଲ୍ଲାର ଅନେକ ଆଦିବାସୀ ଦୁର୍ଗମ ଅଂଚଳରେ ରେ ମୌଳିକ ସୁବିଧା ପହଞ୍ଚି ପାରୁନି।ଗ୍ରୀଷ୍ମ ଋତୁରେ ଚାରିଆଡ଼େ ନଦୀ,ନାଳ, ଇଂଡିଆ,ପୋଖରୀ ମଞ୍ଜୁରି ଶୁଖି ଯିବା ସହ ଫାଟି ଆଁ ହେଲାଣି । କେଉଁଠି ରାସ୍ତା ଓ ପୋଲ ନ ଥିବାରୁ ରୋଗୀ ଖଟିଆରେ ବୁହା ହେଉଛନ୍ତି ତ କେଉଁଠି ଲୋକଙ୍କୁ ମିଳିପାରିନି ପାନୀୟଜଳ ଏବଂ ବାସଗୃହ ଭଳି ମୌଳିକ ସୁବିଧା। ମୟୂରଭଞ୍ଜ ର ଆଦିବାସୀ ଗାଁ ରେ ୫ଜି ଟାୱର୍ ଲାଗୁଛି ହେଲେ ମୋବାଇଲ ସେବା ଠପ୍ ।ବାସ୍ତବରେ ନିରୀହ ଆଦିବାସୀ ଏବଂ ଅଂଚଳବାସୀମାନେ ମୌଳିକ ସୁବିଧାରୁ ବଞ୍ଚିତ ହୋଇ ଆଜି ବି ଅବହେଳିତ ହୋଇ ଦୁର୍ବିସହ ଜୀବନ କାଟୁଛନ୍ତି। ମୟୂରଭଞ୍ଜ ଜିଲ୍ଲା ବିଜାତଳା ବ୍ଲକ ଲୁହାଶିଳା ପଞ୍ଚାୟତ ଅଧୀନସ୍ଥ କାକୁଡିରୁମା ରେ ଆଦିବାସୀ ମାନେ ଆଜି ବି ଅବହେଳିତ ହୋଇ ଦୁର୍ବିସହ ଜୀବନ କାଟୁଛନ୍ତି। ସମସ୍ତେ ଦାରିଦ୍ର୍ୟତ ସୀମାରେଖା ତଳେ ରହିଛନ୍ତି। ଏମାନଙ୍କ ମୂଖ୍ୟ ଜୀବିକା ଚାଷ। ଲୋକଙ୍କର କିଛି କିଛି ଚାଷଜମି ରହିଥିଲେ ମଧ୍ୟ ଅନେକ ସମୟରେ ହାତୀ ଫସଲ ନଷ୍ଟ କରିଦେଉଥିବା ରୁ ସଠିକ ଭାବେ ଅମଳ ହୁଏନି କି କ୍ଷତି ପୂରଣ ବି ଏମାନଙ୍କୁ ମିଳୁନଥିବାର ଗ୍ରାମବାସୀ କହିଛନ୍ତି। ଫଳରେ ରୋଜଗାର ନ ଥିବାରୁ ଗାଁ ଯୁବକ ମାନେ ଅନେକ ସମୟରେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଚାଲିଯାଆନ୍ତି। କାକୁଡିରୁମା ରେ ପ୍ରାୟ ୧୨୩ଟି ଘର lସେହିଗାଁ ୫ଟି ନଳକୂପ ଥିଲେ ମଧ୍ୟ ଠିକ୍ ରେ ପାଣି ବାହାରୁ ନ ଥିବାରୁ ଗାଁ ଲୋକ ଙ୍କ ପାଇଁ ଗୋଟିଏ ଥର ଗୋଟିଏ ପାଣି ଟାଙ୍କି ଟ୍ରାକଟର ସାହାଯ୍ୟ ରେ ଯୋଗାଇ ଦିଆଯାଉଛି l ଗୋଟିଏ ଦିନ ରେ ଗୋଟିଏ ଥର ପାଣିଟାଙ୍କି ନିଅଣ୍ଟ ହେଉଛି l ଗାଁ ଲୋକେ ଏକ କୂଅ ରୁ ଦୂଷିତ ପାଣି ସଂଗ୍ରହ କରି ବ୍ୟବହାର କରିଥାନ୍ତି। ପ୍ରାୟ ୨ମାସ ହେଲା ପିଇବା ପାଣି ବହୁତ ସମସ୍ୟା ଦେଖା ଦେଇଛି l କାକୁଡିରୁମା ଗାଁ ରେ ବିଗତ ୫ବର୍ଷ ରୁ ଅଧିକ ହେବ ବସୁଧାଯୋଜନା କାମ ଅଧା ପନ୍ତରା ହୋଇପଡ଼ିରହିଛି l ଯନ୍ତ୍ରୀ ଠିକାଦାର ଙ୍କ ମଧୁ ଚନ୍ଦ୍ରିକା ଯୋଗୁଁ ଉନ୍ନୟନ ପ୍ରକଳ୍ପ ଅଧାପନ୍ତରିଆ ।ହନ୍ତସନ୍ତ ହେବା ସହ ପାଣି ଟୋପେ ପାଇଁ ଡହଳ ବିକଳ ହେଉଛନ୍ତି ।

ବସୁଧା ଟାଙ୍କି ରୁ କେବେ ପାନୀୟ ଜଳ ପାଇଁବେ ଚିନ୍ତା ର କାରଣ?ପ୍ରଶାସନ ତୁରନ୍ତ ପାଣିଟେଙ୍କ ନିର୍ମାଣ ,ବିଦ୍ୟୁତ ସଂଯୋଗ ଈ କରଣ ଏବଂ ପାଇପ ଯୋଗେ ପାଣିଘରେ ଘରେ ପହଞାଇବା ପାଇଁ ଦାବି କରୁଛନ୍ତି । ଯେପର୍ଯ୍ୟନ୍ତ ଏହା ହୋଇ ପାରିନାହିଁ ସେତେଦିନ ପର୍ଯ୍ୟନ୍ତ ପାଣି ଟେଙ୍କର ଯୋଗେ ପାଣି ଯୋଗାନ୍ତୁ ବୋଲି ଦାବି କରୁଛନ୍ତି ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ‌ମସିହା ନିଉଜ

Related posts

ନୂଆପଡ଼ାରେ ରାଜସ୍ୱ ମନ୍ତ୍ରୀ ଜନ ସେବା ଦିବସରେ ବର୍ଦ୍ଧିତ ଭତ୍ତା ବିତରଣ ଶୁଭାରମ୍ଭ କଲେ 

masiha

ଡ଼ୁମେରଗୁଡା ରେ ନୂତନ ଧାନ ମଣ୍ଡି ଉଦଘାଟିତ

masiha

ବିଶ୍ବ ପରିବେଶ ଦିବସର ସୁବର୍ଣ୍ଣ ଜୟନ୍ତୀ ଅବସରରେ ଟିପିଏନଓ ଡିଏଲ ତରଫରୁ ବୃକ୍ଷରୋପଣ

Leave a Comment

error: Content is protected !!