କଳା ବଜାରୀ କଲେ କଠୋର କାଯ୍ୟନୁଷ୍ଠାନ ନେବ ଜିଲ୍ଲା କୃଷି ବିଭାଗ
ନବରଙ୍ଗପୁର : (ତା ୧୮.୫.୨୦୨୫)(ରବି ନାରାୟଣ ମହାନ୍ତି) ଜିଲ୍ଲା କୃଷି ବିଭାଗ ତରଫରୁ ରବିବାର ୧୭.୫.୨୦୨୫ ତାରିଖ ଦିନ ଉମରକୋଟ ଡି.ଏନ.କେ ସ୍ଥିତ ବଙ୍ଗୀୟଭବନରେ ଉମରକୋଟ, ରାଇଘର,ଝରୀଗାଁ ଏବଂ ଚନ୍ଦାହାଣ୍ଡି, ର ୧୭୦ ଜଣ ସରକାରୀ ସ୍ୱୀକୃତି ପ୍ରାପ୍ତ ସାର ଓ ବିହନ ବିକ୍ରେତା ଙ୍କୁ ନେଇ ଏକ ବୈଠକ କରାଯାଇଥିଲା।ଉକ୍ତ ବୈଠକ ରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଙ୍କ ପ୍ରତିନିଧି ପ୍ରଣୟ କୁମାର ମନ୍ତ୍ରୀ,କୃଷି ଜିଲ୍ଲା ଅଧିକାରୀ ଉମରକୋଟ ବିଶ୍ୱଜିତ ସାହୁ,ସହକାରୀ କୃଷି ଅଧିକାରୀ, ଓ ୪ ଟି ବ୍ଲକ ର ବ୍ଲକ କୃଷି ଅଧିକାରୀ, ଲେମ୍ପ ର ଏମ.ଡି, ଉମରକୋଟ ମାରଫେଡ଼ ଅଧିକାରୀଙ୍କ ଉପସ୍ଥିତରେ ଏକ ବୈଠକ ଆୟୋଜିତ ହେଇଥିଲା lବୈଠକରେ ଆଗାମୀ ଖରିଫ ଚାଷ ରେ ଚାଷୀଙ୍କ ସହ ସୁସମ୍ପର୍କ ରଖି ଚାଷୀଙ୍କୁ ସଠିକ ମାନର ବିହନ ଏବଂ ସାର ଯୋଗାଇଦେବା ପାଇଁ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ବ୍ୟବସାୟୀଙ୍କୁ କହିବା ସହ ଯଦି କୌଣସି ବିକ୍ରେତା ସରକାରୀ ନିୟମ ଅବମାନନା କରନ୍ତି ଏବଂ ଏହାର ପ୍ରମାଣ ମିଳିଲେ ସଙ୍ଗେ ସଙ୍ଗେ ସେହି ଅଧିକୃତ ବିକ୍ରେତାଙ୍କ ଦୋକାନ ସିଲ କରାଯାଇ ଆଇନଗତ ଦୃଢ କାର୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।ଆଗାମୀ ଖରିଫ ଋତୁରେ ସମ୍ପୂର୍ଣ ଭାବେ ଅଣ ସୀକୃତିପ୍ରାପ୍ତ କୌଣସି ସାର କିମ୍ବା ବିହନ କିମ୍ବା ଅଣୁସାର କୁ ଜିଲ୍ଲାରେ ବିକ୍ରି କରାଯିବ ନାହିଁ, ଯଦି କୌଣସି ବିକ୍ରେତା ବିନା ସ୍ୱୀକୃତି ପ୍ରାପ୍ତ କୌଣସି ସାର, ବିହନ, ଅଣୁସାର ବିକ୍ରି କରେ ତାହେଲେ ସେହି ଦୋକାନକୁ ସିଲ କରାଯାଇ ସମ୍ପୂର୍ଣ ଜିନିଷ କୁ ବାଜ୍ୟାପ୍ତ କରାଯିବ ବୋଲି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଙ୍କ ପ୍ରତିନିଧି ପ୍ରଣୟ କୁମାର ମନ୍ତ୍ରୀ କହିଛନ୍ତି।କୃଷି ଜିଲ୍ଲା ଅଧିକାରୀ ବିଶ୍ୱଜିତ ସାହୁ ଚାଷୀଙ୍କୁ ନାନୋ ୟୁରିଆ, ନାନୋ ଡି.ଏ.ପି ର ଉପକାରିତା ବିଷୟରେ କହି ପ୍ରୟୋଗ କରିବା ପାଇଁ ଅନୁରୋଧ କରିବା ସହ ଚାଷୀଙ୍କୁ କିଭଳି ଭାବି ଜୈବିକ ସାରର ଉପକାରିତା ବିଷୟରେ ଅବଗତ କରାଯିବ ।ସେଥିପାଇଁ ସାର ବିକ୍ରେତାଙ୍କୁ ଚେଷ୍ଟା କରିବାକୁ କହିଥିଲେ।ମା ପେଣ୍ଡ୍ରାଣୀ ଏଗ୍ରୋ ଇନପୁଟ ଆଶୋସିଏସନ ତରଫରୁ ୟୁରିଆ, ଡି.ଏ.ପି ସାରର ଅଭାବ, ଅତ୍ୟଧିକ ମୂଲ୍ୟ ଏବଂ କିଛି ଅସାଧୁ ବଡ଼ ବ୍ୟବସାୟୀ ଙ୍କ ମନୋମୁଖୀ ସାର ବଣ୍ଟନ ନୀତି କୁ ନେଇ ଅସନ୍ତୋଷ ବ୍ୟକ୍ତ କରିବା ସହ ଏହାକୁ ଯଦି ରୋକିବାରେ ପ୍ରଶାସନ ସଫଳ ନ ହେଲେ ଆଗାମୀ ଦିନରେ ଅନେକ ଅଭାବ ଏବଂ ଜନ ଅସନ୍ତୋଷ ସୃଷ୍ଟି ହେବ ବୋଲି ଅଭିଯୋଗ କରାଯାଇଥିଲା।
ଆଗାମୀ ୧ ମାସ ମଧ୍ୟ୍ୟରେ ଉମରକୋଟ,ଝରୀଗାଁ, ଚନ୍ଦାହାଣ୍ଡି ଏବଂ ରାଇଘର କୁ ଉପଯୁକ୍ତ ମାତ୍ରା ରେ ଡି.ଏ.ପି ଓ ୟୁରିଆ ମାରଫେଡ଼ ସଂସ୍ଥା ମାଧ୍ୟ୍ୟମରେ ସ୍ୱୀକୃତି ପ୍ରାପ୍ତ ବିକ୍ରେତା ଙ୍କୁ ପ୍ରଦାନ କରାଯିବ ବୋଲି ଜିଲ୍ଲା କୃଷି ବିଭାଗ ତରଫରୁ କୁହାଯାଇଛି।ସୂଚନା ଯୋଗ୍ୟ ଉମରକୋଟ, ରାଇଘର, ଝରୀଗାଁ ଓ ଚନ୍ଦାହାଣ୍ଡି ବ୍ଲକ ରେ ସରକାରୀ ନିର୍ଧାରିତ ଚାଷ ଜମି ର ପରିମାଣ ଅପେକ୍ଷା ୩ ଗୁଣ ଅଧିକ ଜମିରେ ଚାଷ ହେଉଛି, ତେଣୁକରି ପ୍ରତିବର୍ଷ ଖରିଫ ଚାଷ ସମୟରେ ସାରର ଅଭାବ ଦେଖିବାକୁ ମିଳୁଛି, ଆଗାମୀ ଦିନରେ ଚାଷ ଜମି ହିସାବରେ ପ୍ରଶାସନ ସାର ଯୋଗାଇଲେ ଆଉ ସାର ର ଅସୁବିଧା ହେବ ନାହିଁ ବୋଲି ମା ପେଣ୍ଡ୍ରାଣୀ ଏଗ୍ରୋ ଇନପୁଟ ଆଶୋସିଏସନ ତରଫରୁ ଜିଲ୍ଲା କୃଷି ବିଭାଗ କୁ ଜଣାଯାଇଛି।
ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍

