ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମହିଳା ଓ ଶିଶୁ ବିକାଶ ଗୃହ କମିଟିର ସମୀକ୍ଷା ବୈଠକ

ମହିଳା ଓ ଶିଶୁ ବିକାଶ ଗୃହ କମିଟିର ସମୀକ୍ଷା ବୈଠକ

କୋରାପୁଟ,୧୯।୫:ଓଡିଶା ବିଧାନସଭାର ମହିଳା ଓ ଶିଶୁ ବିକାଶ ଗୃହ କମିଟି କୋରାପୁଟକୁ ଦୁଇ ଦିନିଆ ଗସ୍ତରେ ଆସି ଆଜି ଦକ୍ଷତା ବୃଦ୍ଧି ତାଲିମ କେନ୍ଦ୍ର ସଭାଗୃହ ଠାରେ ବିଭାଗର ସମୀକ୍ଷା କରିଛନ୍ତି। ବିଧାନସଭା ଗୃହ କମିଟିର ଅଧ୍ୟକ୍ଷା ସୀମାରାଣୀ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସଦସ୍ୟା ପ୍ରମିଳା ମଲ୍ଲିକ, ସୁଜାତା ସାହୁ,ସଞ୍ଜଳୀ ମୁର୍ମୁ, ଉପାସନା ମହାପାତ୍ର,ବର୍ଷା ସିଂହ ବରିହା,ମନୋରମା ମହାନ୍ତି ପ୍ରମୁଖ ଯୋଗଦେଇ ଥିଲେ। କୋରାପୁଟ ଓ ମାଲକାନାଗିରି ଜିଲ୍ଲାରେ ମହିଳା ଓ ଶିଶୁ ବିକାଶ କାର୍ଯ୍ୟକ୍ରମ ଠିକ ଭାବେ ଚାଲୁଥିବା ସୀମାରାଣୀ ନାୟକ କହିଛନ୍ତି ।ଏହି ବୈଠକରେ ମାଲକାନଗିରି ବିଧାୟକ ନରସିଂହ ମାଡକାମି, ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉନ୍ତା, କୋରାପୁଟ ଜିଲ୍ଲାପାଳ ଭି କୀର୍ତ୍ତି ୱାସନ, କୋରାପୁଟ ଏସପି ରୋହିତ ବର୍ମା, ମାଲକାନଗିରି ଜିଲ୍ଲାପାଳ ଆଶିଷ ଇଶ୍ଵର ପାଟିଲ ଓ ଏସପି ବିନୋଦ ପାଟିଲ ଏଚ ପ୍ରମୁଖ ଉପସ୍ଥିତ ଥିଲେ। କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ଦେବୀ ପ୍ରସାଦ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିବା ବେଳେ କୋରାପୁଟ ଉପ ଜିଲ୍ଲାପାଳ ପ୍ରେମଲାଲ ହିଆଲ ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ।ଏଥି ପୂର୍ବରୁ ତାଉପଦରଠାରେ ଚାଷ କରାଯାଉଥିବା ଷ୍ଟ୍ରବେରୀ ବଗିଚା ପରିଦର୍ଶନ କରିବା ପରେ ସେମିଳିଗୁଡା ବ୍ଲକ ଅନ୍ତର୍ଗତ ଲୁଙ୍ଗିରି ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ କରି ପିଲାମାନଙ୍କ ସହ ଆଲୋଚନା କରିଥିଲେ। ମିସିଙ୍ଗଗୁଡା କଫି ଚାରା ରୋପଣ କେନ୍ଦ୍ର ପରିଦର୍ଶନ କରିଥିଲେ । ରାଜପୁଟ ଠାରେ ଥିବା ମିଲେଟ୍ ପ୍ରକ୍ରିୟାକରଣ ୟୁନିଟ ପରିଦର୍ଶନ କରି ମହିଳା ଗୋଷ୍ଠୀ ସଦସ୍ୟା ମାନଙ୍କ ସହ ଆଲୋଚନା କରିଥିଲେ। ଏହିସବୁ କ୍ଷେତ୍ର ପରିଦର୍ଶନ ବେଳେ କମିଟି ଅଧ୍ୟକ୍ଷା ସୀମାରାଣୀ ନାୟକ, ସଦସ୍ୟା ପ୍ରମିଳା ମଲ୍ଲିକ, ସୁଜାତା ସାହୁ,ସଞ୍ଜଳୀ ମୁର୍ମୁ, ଉପାସନା ମହାପାତ୍ର, ସୋଫିଆ ଫିରଦୋସ, ବର୍ଷା ସିଂହ ବରିହା,ମନୋରମା ମହାନ୍ତି ପଟ୍ଟାଙ୍ଗି ବିଧାୟକ ରାମଚନ୍ଦ୍ର କାଡାମ, କୋରାପୁଟ ଜିଲ୍ଲାପାଳ ଭି କୀର୍ତ୍ତି ୱାସନ, କୋରାପୁଟ ଏସପି ରୋହିତ ବର୍ମା, ବ୍ଲକ ଅଧ୍ୟକ୍ଷା ଲିଲି ଅଣ୍ଟାବରିଆ, ରାଜପୁଟ ସରପଞ୍ଚ ପିତାମ୍ବର କିରସାନି ଉପସ୍ଥିତ ଥିଲେ। 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

କର୍ଲାମୁଣ୍ଡାରେ ୟୁରିଆ ସାର ର ଅଭାବ, ଚାଷୀ ଚିନ୍ତିତ

Sunil Chandra Nayak

ଇଂ.ସରୋଜ ପଟ୍ଟନାୟକଙ୍କ ଶୋକସଭା ଅନୁଷ୍ଠିତ

Sunil Chandra Nayak

ରିଷିଡା ଗ୍ରାମ ଉନ୍ନୟନ କମିଟିର ନୂତନ କର୍ମକର୍ତ୍ତା ଚୟନ

Sunil Chandra Nayak

Leave a Comment

error: Content is protected !!