ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରlଗୁଡ଼ା ଗ୍ରାମରେ ମା ପେଣ୍ଡ୍ରାଣୀ ଠାକୁରାଣୀ ଯାତ୍ରା 

ସରlଗୁଡ଼ା ଗ୍ରାମରେ ମା ପେଣ୍ଡ୍ରାଣୀ ଠାକୁରାଣୀ ଯାତ୍ରା 

ଡାବୁଗାଁ, ୨୦/୫ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଳକ କୋଇଲାରି ଗ୍ରାମ ପଞ୍ଚାୟତ ଅଧୀନ ସରlଗୁଡା ଗ୍ରାମ ଠାରେ ମଙ୍ଗଳବାର ମହାସମାରୋହରେ ମା ପେଣ୍ଡ୍ରାଣୀ ଠାକୁରାଣୀ ଯାତ୍ରା ସମ୍ପନ୍ନ ହୋଇଯାଇଛି l ଏହି ଅବସରରେ ଆଖ ପାଖ ଗ୍ରାମର ଦେବା ଦେବୀଙ୍କ ପ୍ରତୀକ ଲାଠି, କୁର୍ଚ୍ଚି ଗ୍ରାମ ପରିକ୍ରମା କରି ମା ପେଣ୍ଡ୍ରାଣୀ ଠାକୁରାଣୀ ମନ୍ଦିର ନିକଟରେ ପହଞ୍ଚି ଜଗଦୀଶ ପୁଝାରୀ ଙ୍କ ଦ୍ଵାରା ପୂଜାର୍ଚ୍ଚନା କରାଯାଇଥିଲା l ପୂଜାରୀ, ଶିରା ମାନେ ଉପସ୍ଥିତ ରହି ପୂଜାକାର୍ଯ୍ୟ ସମାପନ କରି ଥିବା ବେଳେ ଉକ୍ତ ଯାତ୍ରାରେ ବହୁ ଉଠା ଦୋକାନୀ ମାନଙ୍କ ଭିଡ ସାଙ୍ଗକୁ ଶ୍ରଦ୍ଧାଳୁ ଭକ୍ତ ମାନଙ୍କ ଭିଡ ଦେଖିବାକୁ ମିଳିଥିଲା l ଶ୍ରଦ୍ଧାଳୁ ଭକ୍ତ ମାନଙ୍କ ପାଇଁ ରାତ୍ରୀରେ ମନୋରଞ୍ଜନ ନିମନ୍ତେ କୋରାପୁଟ ଜିଲାର ବୋରୀଗୁମ୍ମା ବ୍ଲକ ଅଧୀନ ପୋଡାପଦର ଗ୍ରାମର ସରଜ ଗୁରୁ ଙ୍କ “ବେଇମାନୀ ଝିଅକୁ ଭରଷା ନାହିଁ” ନାଟକ ପ୍ରଦର୍ଶନ କରାଯାଇଛି l ଏଥିରେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ବିଧାୟକ ପ୍ରତିନିଧି ଏମ୍. ବୁଲୁ ରାଓ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ | ଉକ୍ତ ଯାତ୍ରାର କମିଟି ମଧ୍ୟରେ କପୁର ଚନ୍ଦ୍ର ମାଝି, ଲାଇବନ ଭତ୍ରା, ଚୈତନ୍ୟ ଭତ୍ରା, ଚନ୍ଦ୍ର ପୂଜାରୀ, କୈଳାଶ ମାଝି, ସଦା ଭତ୍ରା, କମଳ ଭତ୍ରା, ଅଭିମନ୍ୟୁ ଭତ୍ରା, ନରହରି ପୂଜାରୀ, ସନlଧର ଭତ୍ରା, ନରସିଂ ଭତ୍ରା, ଗୁରୁବାରୁ ଭତ୍ରା, ପଦମସାଏ ଭତ୍ରା, ଭଇସୁ ଗୌଡ ପ୍ରମୁଖ ଗ୍ରାମର ଅନ୍ୟ ଭଦ୍ର ବ୍ୟକ୍ତି ସହଯୋଗ ରେ ସରସ ସୁନ୍ଦର ହୋଇ ପାରି ଥିଲା l ଉକ୍ତ ଯାତ୍ରା ପ୍ରତି ବର୍ଷ ସରlଗୁଡା, ଝାଲିଆଗୁଡl ଓ କେନ୍ଦୁଗୁଡl ୩ ଟି ଗ୍ରାମ ମିଶି କାହିଁ ଆଦିମ କାଳରୁ ହୋଇ ଆସୁଛି l

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ପ୍ରକାଶ ପାଇଲା କବିତା ପ୍ରତିଯୋଗିତା ଫଳାଫଳ, ପ୍ରଥମ ହେଲେ ରଞ୍ଜୁଲତା

Sunil Chandra Nayak

ପ୍ରାକ୍ ନିଯୁକ୍ତି ପରାମର୍ଶ କର୍ମଶାଳା ଅନୁଷ୍ଠିତ

Sunil Chandra Nayak

ଲାଞ୍ଜିଗଡ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନିପୁଣ ଓଡ଼ିଶା ମେଳା

masiha

Leave a Comment

error: Content is protected !!